ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି। ୭୯ ବର୍ଷ ବୟସରେ ଆଜି ସକାଳେ ହୋଇଛି ଦେହାନ୍ତ । କିଛି ମାସ ହେବ ଥିଲେ ଅସୁସ୍ଥ, ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା । ଏନେଇ ତାଙ୍କର ପୁଅ ଚାଣ୍ଡି ଓମନ ଫେସବୁକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ସେ ଫେସବୁକରେ ଲେଖିଛନ୍ତି, ‘ଆପ୍ପାଙ୍କର ନିଧନ ହୋଇ ଯାଇଛି ।’ ସୂଚନାଥାଉ କି, ଗତ କିଛି ଦିନ ହେଲା ଓମାନ ଚାଣ୍ଡିଙ୍କ ସ୍ବାସ୍ଥ୍ୟ ଖରାପ ଥିଲା । ଚିକିତ୍ସା ପାଇଁ ସେ ବାଙ୍ଗାଲୋରରେ ରହୁଥିଲେ । ସେଠାରେ ସେ ଚିନ୍ମୟ ମିଶନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
୨୦୦୪ରୁ ୨୦୦୬ ଓ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଥିଲେ । ସେ ୧୨ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି । କରୁଣାକରଣ ଓ ଏ କେ ଆଣ୍ଟୋନୀ ସରକାରରେ ମନ୍ତ୍ରୀ ଥିଲେ । ଗୃହ ଓ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରେ ବି ସେ ସାମିଲ ହୋଇଥିଲେ ।