ଭୁଶୁଡ଼ିଲା ଯାଜପୁର ରସୁଲପୁର NH-୧୬ର ବ୍ରିଜ୍ । ବ୍ରିଜ୍ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ଆଜି ସକାଳୁ ସକାଳୁ ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ବ୍ରିଜ୍ ଭୁଶୁଡ଼ି ସମୟରେ ସୌଭାଗ୍ୟବଶତଃ କେହି ଯାତାୟତ କରୁ ନଥିଲେ। ଯାହାଫଳରେ କାହାର କିଛି କ୍ଷତି ହୋଇ ନାହିଁ। ବ୍ରିଜ୍ ଭୁଶୁଡ଼ି ଯୋଗୁ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ବର୍ଷା ଲାଗି ରହିବା ଯୋଗୁ ପୋଲ ଭୁଶୁଡ଼ି ପଡ଼ିଥିବା ସନ୍ଦେହ କରାଯାଉଛି। ତେବେ ନିମ୍ନମାନର କାମ ଯୋଗୁ ପୋଲଟି ଭୁଶୁଡ଼ିପଡ଼ିଥିବା ଅଭିଯୋଗ କରିଛନ୍ତି ।
ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୋଲିସ ପହଞ୍ଚି ଟ୍ରାଫିକ ବ୍ୟବସ୍ଥାକୁ ସ୍ୱାଭାବିକ କରିଛି । ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଅଟକିଥିବା ଗାଡ଼ି ଗୁଡ଼ିକୁ ଡାଇଭର୍ସନ କରାଯାଇଥିଲା। ପରେ ବ୍ରିଜର ଅନ୍ୟପଟରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ସେପଟେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଏନଏଚଆଇ କତୃପକ୍ଷ । ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ କହିଲେ ନିର୍ମାଣରେ ତ୍ରୁଟି ପାଇଁ ଏମିତି ଘଟିଛି ।