ନ୍ୟୁଜ 365 (ବ୍ୟୁରୋ) ୧୯୮୮ ଜୁଲାଇ ୧୭ତାରିଖରେ ରୋମ୍ଠାରେ ବିଶ୍ବର ୧୨୦ଟି ଦେଶର ମିଳିତ ସହମତିରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ସ୍ଥାପନ ନେଇ ବୈଧାନିକ ନିଷ୍ପତ୍ତି ନିଆଯାଇଥିଲା। ୨୦୧୦ରୁ ଏହି ଜୁଲାଇ ୧୭ରେ ବିଶ୍ବସ୍ତରରେ ନ୍ୟାୟ ଦିବସ ପାଳିତ ହୋଇଆସୁଛି। ନ୍ୟାୟର ସମର୍ଥନ ଓ ଅପରାଧର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଧିକାର ସପକ୍ଷରେ ସ୍ବର ଉତ୍ତୋଳନ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ବିଶ୍ବର ପ୍ରମୁଖ ପ୍ରାନ୍ତରେ ଗଣହତ୍ୟା, ହିଂସା, ଅପରାଧ ବଢ଼ିଚାଲିଥିବାବେଳେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ଏଦିଗରେ ବିଚାର ମଧ୍ୟ କରେ।