ରାଜ୍ୟରେ ବଢୁଛି ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ। ନିଜକୁ ଏମସ ଡାକ୍ତର କହି ରୋଗୀଙ୍କୁ ଠକୁଥିବା ବେଳେ ଧରିଲା ଦିଗପହଁଡି ପୋଲିସ। ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ନକଲି ଡାକ୍ତର ଗିରଫ । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଆଇଆଇସି ନକଲି ରୋଗୀ ବେଶରେ ଯାଇ ଏହି ନକଲି ଡାକ୍ତରଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା ବୋଲି ଜଣାପଡିଛି । ସାନଖେମୁଣ୍ଡି ସମେତ କଟକର ଘରୋଇ କ୍ଲିନିକରେ ପୋଲିସ ଯାଞ୍ଚ କରିବା ସହ ଡାକ୍ତରଙ୍କ କଟକ ଭଡା ଘରେ ମଧ୍ୟ ତଦନ୍ତ କରିଛି ।