ନ୍ୟୁଜ 365 ( ବ୍ୟୁରୋ) : ଉତ୍ତର ଭାରତରେ ଏବେ ତାଣ୍ଡବ ରଚିଛି ବର୍ଷା । ବର୍ଷାର ପରିମାଣ ଏତେ ବଢିଛି ଯେ, ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିଶେଷ କରି ଏଥିରେ ଅଧିକ ପ୍ରଭାବିତ ହୋଇଛି ହିମାଚଳପ୍ରଦେଶ । କିଛି ଦିନର ବ୍ୟବଧାନ ପରେ କୁଲ୍ଲୁ ଜିଲ୍ଲାରେ ପୁଣି ବାଦଲ ଫଟା ବର୍ଷା ବିତ୍ପାତ କରିଛି । ଫଳରେ ଭୟଙ୍କର ଜଳ ସ୍ରୋତରେ ଭାସିଯାଇଛି ୯ ଗାଡି । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୨୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏପରିକି ଉଦ୍ଧାର କାର୍ୟ୍ୟ ପାଇଁ ଥିବା ସେନାର ଅସ୍ଥାୟୀ ଶିବର ମଧ୍ୟ ଅଧା ବୁଡିଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ମନାଲି ବିଧାନସଭା କ୍ଷେତ୍ରର କାଇସ୍ ଓ ସେଉବାଗରେ ବାଦଲ ଫଟା ବର୍ଷା ହେବାରୁ ଅନେକ ଘର ଭାସିଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାର କାର୍ୟ୍ୟ ପାଇଁ ପୁଲିସ ଟିମ୍ ବାହାରିଥିଲେ ବି ଜାତୀୟ ରାଜପଥ ଭାସିଯାଇଥିବାରୁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି ।