ନ୍ୟୁଜ 365 ( ବ୍ୟୁରୋ) : ଆଜିଠୁ ବନ୍ଦ ରହିବ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ଦାବି ଶୁଣିଲାନି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ସେପଟେ ଧାରଣାରେ ବସିବେ ୧୬୫ ବ୍ୟବସାୟୀ । ଭୁବନେଶ୍ୱର ସବୁଠୁ ଜନଗହଳୀପୂର୍ଣ୍ଣ ମାକେଟ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇପାରିନାହିଁ । ମସସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ ।
ସମସ୍ୟାର ସମାଧାନ ନହେବା ପର୍ୟ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଉଠାଦୋକାନୀଙ୍କ ମଧ୍ୟରେ ଅଧିକାଂଶ ବାହାର ରାଜ୍ୟର ଲୋକେ । ବିଏମସିର ଅଧିକାରୀଙ୍କ ସମ୍ପକ୍ତି ଯୋଗୁଁ ବେଆଇନ ଭାବେ ଏଠାରେ ଉଠାଦୋକାନୀମାନେ ବସୁଥିବା ସଂଘ ଅଭିଯୋଗ କରିଛନ୍ତି ।