ନ୍ୟୁଜ 365 (ବ୍ୟୁରୋ) ଏଣିକି କେଦାରନାଥ ଧାମ ଭିତରେ କେହି ଶ୍ରଦ୍ଧାଳୁ ଫଟୋ ଉଠାଇ ପାରିବେ ନାହିଁ । ଏନେଇ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ପକ୍ଷରୁ ସୁଚନା ମିଳିଛି । ସୂଚା ଅନୁସାରେ, ଏଣିକି କେଦାରନାଥ ମନ୍ଦିର ପରିସରରେ କେହି ଫଟୋ ଉଠାଇ ପାରିବେ ନାହିଁ କିମ୍ବା ଭିଡିଓ ଶୁଟିଂ କରିପାରିବେ ନାହିଁ। ଏ ନେଇ ମନ୍ଦିର କମିଟି ପକ୍ଷରୁ ମନ୍ଦିର ଚାରିପଟେ ସାଇନ୍ ବୋର୍ଡ଼ ଲଗାଇ ମଧ୍ୟ ଦିଆଯାଇଛି। ସେହିପରି ମନ୍ଦିର ମଧ୍ୟକୁ ମୋବାଇଲ ଫୋନ ମଧ୍ୟ ନିଷିଦ୍ଧ କରାଯାଇଛି । ମନ୍ଦିର ଭିତରକୁ ଯାଉଥିବା ଶ୍ରଦ୍ଧାଳୁମାନେ ବି ଭଲ ପୋଷାକ ପରିଧାନ କରିବାକୁ କୁହାଯାଇଛି। ଯଦି ଏହାକୁ କେହି ଅମାନ୍ୟ କରେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।