ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପତ୍ନୀ ଓ ପୁଅଙ୍କ ବୟାନ ଆଧାରରେ ଯୋଜନାବଦ୍ଧ ଭାବେ ହତ୍ୟା ହୋଇହୋଇଥିବା ଚାର୍ଜସିଟରେ ଉଲ୍ଲେଖ । ଚାର୍ଜସିଟକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ବିଜୟ ମହାପାତ୍ରଙ୍କ। କହିଲେ, ଏହା ଏକ ପ୍ରି-ପ୍ଲାନ ମର୍ଡର ଓ ପ୍ରି-ପ୍ଲାନ ଚାର୍ଜସିଟ୍ । ପୋଲିସ ପ୍ରଶାସନ ପାଇଁ କଳଙ୍କିତ ଅଧ୍ୟାୟ । ନବ ଦାସଙ୍କୁ ଏକ ପ୍ରିପ୍ଲାନ ମର୍ଡର କରାଯାଇଥିବା ପତ୍ନୀ ଓ ପୁଅ ବୟାନ ଦେଇଥିବା, ଚାର୍ଜସିଟରୁ ଜଣାପଡିବା ପରେ ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି, ଯାହା ଆଶା କରାଯାଉଥିଲା ତାହା ହେଲା । ନବ ଦାସଙ୍କ ହତ୍ୟାକାଣ୍ଡ ଏକ ପ୍ରି-ପ୍ଲାନ ମର୍ଡର ଓ ପ୍ରି-ପ୍ଲାନ ଚାର୍ଜସିଟ୍ । ନବ ଦାସଙ୍କ ସ୍ତ୍ରୀ ଓ ପୁଅ ଯାହା କହିଛନ୍ତି, ପୂର୍ବରୁ ସେ ସେହି କଥା କହି ଆସୁଛନ୍ତି । ଷଡଯନ୍ତ୍ର ଦିଗକୁ ଯାଇନାହିଁ କ୍ରାଇମବ୍ରାଂଚ ।
ଧୀରେ ଧୀରେ କ୍ରାଇମବ୍ରାଞ୍ଚ ଉପରୁ ସାଧାରଣ ଲୋକଙ୍କ ଆସ୍ଥା ବିଶ୍ୱାସ ତୁଟି ଯିବ । ଏହା ହେବା ଉଚିତ୍ ନଥିଲା । ପୋଲିସ ପ୍ରଶାସନ ପାଇଁ ଏହି ଘଟଣା ସବୁଦିନ ପାଇଁ କଳଙ୍କମୟ ଅଧ୍ୟାୟ ହୋଇ ରହିଯିବ । ଯଦି ମନ୍ତ୍ରୀଙ୍କର ଗୋପାଳ ସହିତ ବିବାଦ ହେଲା, ପାଞ୍ଚ ମିନିଟରେ ମନ୍ତ୍ରୀ ବଦଳି କରିପାରିଥାନ୍ତେ । କିମ୍ବା ଗୋପାଳ ଯଦି ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରୁଥିଲେ ତାହେଲେ ସେ ମଧ୍ୟ ବଦଳି ହୋଇ ଯାଇପାରିଥାନ୍ତେ । ତେଣୁ କ୍ରାଇମବ୍ରାଞ୍ଚର ଯୁକ୍ତି ଗ୍ରହଣୀୟ ନୁହେଁ । ଏହି ମାମଲାକୁ ନବ ଦାସଙ୍କ ପତ୍ନୀ, ପୁଅ ଓ ଝିଅ ହାତକୁ ନେବା ଦରକାର ବୋଲି କହିଛନ୍ତି ।