ହ୍ବାଟ୍ସଆପରେ ଏମିତି ତ ଅନେକ ପ୍ରାଇଭେସୀ ଫିଚର ଦିଆଯାଇଛି, କିନ୍ତୁ ଏବେ ଆପରେ ଏକ ନୂଆ ଫିଚର ଯୋଡି ହେବାକୁ ଯାଉଛି । ହ୍ବାଟ୍ସଆପ୍ ନିଜର ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଫୋନ୍ ନମ୍ବର ପ୍ରାଇଭେସୀ ନାମରେ ଏକ ଫିଚର ଆରମ୍ଭ କରିବାକୁ ଯାଉଛି । ୱାବେଟାଇନଫୋର ଏକ ରିପୋର୍ଟ ମୁତାବକ ନୂଆ ଫିଚର୍ସ iOS ଏବଂ ଆଣ୍ଡ୍ରଏଡ ପାଇଁ ବିଟା ଅପଡେଟରେ ଦିଆଯାଇଛି । ଯଦି ଆପଣ ଏହି ଫିଚରର ବ୍ୟବହାର କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଲାଟେଷ୍ଟ ବିଟା ଅପଡେଟକୁ ଇନଷ୍ଟଲ କରିବାକୁ ହେବ । ବର୍ତ୍ତମାନ ୟୁଜର୍ସ ନୂଆ ଅପ୍ସନ ଦେଖିବାକୁ ପାଇବେ, ଯାହା ‘Phone number privacy’ ନାମରେ ଆପଣଙ୍କୁ ଶୋ କରିବ । ଏହାର ନାମରୁ ହିଁ ଜଣାପଡୁଛି ଯେ ଏହି ଫିଚର ୟୁଜର୍ସଙ୍କୁ ହ୍ବାଟ୍ସଆପ୍ କମ୍ୟୁନିଟୀରେ ନିଜ ଫୋନ ନମ୍ବରକୁ ଗୋପନ ରଖିବାରେ ସାହାଯ୍ୟ କରିବ ନିଶ୍ଚିତ । ଏହି ଫିଚର ଆସିବା ପରେ ୟୁଜର୍ସଙ୍କୁ ଫୋନ୍ ନମ୍ବର କେବଳ କମ୍ୟୁନିଟୀ ଆଡମିନ ଏବଂ ସେହି ଲୋକଙ୍କୁ ଦେଖାଇବ ଯେଉଁମାନେ କଣ୍ଟାକ୍ଟସ ରୂପେ ସେଭ୍ କରିଥିବେ । ଏହା ୟୁଜର୍ସଙ୍କ ଚାଟିଙ୍ଗରେ ଅନ୍ୟ ପାର୍ଟିସିପେଣ୍ଟସଙ୍କ ଠାରୁ ନିଜର ସମ୍ପୂର୍ଣ୍ଣ ଫୋନ୍ ନମ୍ବର ଲୁଚାଇବାରେ ବି ସାହାଯ୍ୟ କରିଥାଏ ।
ଯେମିତିକି ଯଦି କୌଣସି ମେମ୍ବର ଗ୍ରୁପରେ ରିପ୍ଲାଏ କରୁଛନ୍ତି ଏବଂ ତାଙ୍କ ନମ୍ବର ଅନ୍ୟ କୌଣସି ପାର୍ଟିସିପେଣ୍ଟ ସେଭ୍ କରିନାହାଁନ୍ତି ତାହେଲେ ଉକ୍ତ ୟୁଜରଙ୍କ ନମ୍ବର ଦେଖାଯିବନାହିଁ ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଏହି ଫିଚର କେବଳ କମ୍ୟୁନିଟୀ ମେମ୍ବର ପର୍ଯ୍ୟନ୍ତ ହିଁ ସିମିତ ରହିଛି ଏବଂ କମ୍ୟୁନିଟୀ ଆଡମିନଙ୍କ ଫୋନ୍ ନମ୍ବର ସମସ୍ତଙ୍କୁ ଦେଖାଇବ । ରିପୋର୍ଟ ଅନୁଯାୟୀ କମ୍ୟୁନିଟୀ ପାଇଁ ନୂଆ ଫୋନ୍ ନମ୍ବର ପ୍ରାଇଭେସୀ ଫିଚର କିଛି ବିଟା ୟୁଜର୍ସଙ୍କ ପାର୍ଇ ଉପଲବ୍ଧ ରହିଛି, ଯେଉଁମାନେ ଆଣ୍ଡ୍ରଏଡ ପାଇଁ ଲାଟେଷ୍ଟ ହ୍ବାଟ୍ସଆପ୍ ଏବଂ ଆଇଓଏସ ଅପଡେଟ୍ ପାଇଁ ହ୍ବାଟ୍ସଆପ୍ ଇନଷ୍ଟଲ କରୁଛନ୍ତି । କିନ୍ତୁ ବହୁତ ଜଲଦି ଏହା ବାକି ୟୁଜର୍ସଙ୍କ ପାଇଁ ବି ଉପଲବ୍ଧ କରାଯାଇପାରେ । କମ୍ୟୁନିଟୀ ଆଡମିନ ଏହି ସେକ୍ସନର ବ୍ୟବହାର କର ଅନ୍ୟ କମ୍ୟୁନିଟୀ ମେମ୍ବରଙ୍କୁ ଆକସେପ୍ଟ କିମ୍ବା ରିଜେକ୍ଟ କରିପାରିବେ । ଆଶା କରାଯାଉଛି ଯେ ଏଥିପାଇଁ ଦୁଇଟି ସର୍ଟକଟ୍ ମିଳିପାରେ , ଯାହାକୁ ତୁରନ୍ତ ଆପ୍ରୁଭ୍ ଏବଂ ରିଜେକ୍ଟ କରାଯାଇପାରିବ । ହ୍ବାଟ୍ସଆପ ୟୁଜରନେମ ଫିଚର ଉପରେ ବି କାମ କରୁଛି କମ୍ପାନୀ । ଏହା ଠିକ ଟ୍ବିଟର ଏବଂ ଇନଷ୍ଟାଗ୍ରାମ ଭଳି ହିଁ ହେବ । ଏହି ଫିଚର ସାହାଯ୍ୟରେ ଆପଣ ନିଜ ମୋବାଇଲ ନମ୍ବର ସିକ୍ରେଟ ରଖିପାରିବେ ଏବଂ ତାସହିତ ୟୁଜରନେମ ସାହାଯ୍ୟରେ ଲୋକଙ୍କ କଣ୍ଟାକ୍ଟସରେ ଆଡ୍ କରିପାରିବେ । ଏଥିସହିତ କମ୍ପାନୀ ଆହୁରି ଅନେକ ନୂଆ ଫିଚର୍ସ ପାଇଁ କରୁଛି । ଯାହାପରେ ୟୁଜର୍ସଙ୍କ ଚାଟିଙ୍ଗ ଏକ୍ସପେରିୟନ୍ସ ଆହୁରି ବି ଖାସ୍ ହୋଇପାରିବ ।