ଟେଲିଭିଜନ ଅଭିନେତ୍ରୀ ତଥା ଫ୍ୟାଶନ ଦୁନିଆର ଅନ୍ୟତମ ପ୍ରମୁଖ ନାମ ଉର୍ଫି ଜାଭେଦଙ୍କ ବିଷୟରେ ଚର୍ଚ୍ଚା ନହେବା ଏକ ଅସାଧାରଣ କଥା। କେଉଁ ନା କେଉଁ କାରଣକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିବାର ସୁଯୋଗକୁ କେବେ ବି ହାତଛଡ଼ା କରନ୍ତି ନାହିଁ। ସେ କେତେବେଳେ ନିଜର ସାହସିକ ବିବୃତି ପାଇଁ ତ ପୁଣି କେତେ ବେଳେ ନିଜର ବୋଲ୍ଡ ପୋଷାକ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଉର୍ଫିଙ୍କୁ ଅନେକ ଲୋକ ସମାଲୋଚନା କରୁଥିବା ବେଳେ ତାଙ୍କର ଅନେକ ପ୍ରଶଂସକ ବି ରହିଛନ୍ତି। ନିକଟରେ ଉର୍ଫିଙ୍କ ସଂପର୍କରେ ଏକ ବଡ଼ ଖବର ଶୁଣିବାକୁ ମିଳିଛି। ସୂଚନା ରହିଛି ଯେ ସେ ଏବେ ବଲିଉଡ୍ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ‘ବିଗ୍ ବସ୍ ଓଟିଟି’ରୁ ସହିତ ଲାଇମ୍ ଲାଇଟରେ ଆସିଥିବା ଉର୍ଫି ବର୍ତ୍ତମାନ ବଲିଉଡ ଡେବ୍ୟୁ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।
ଆଜ୍ଞା ହଁ, ଏକତା କପୁରଙ୍କ ଫିଲ୍ମ ‘ଲଭ୍ ସେକ୍ସ ଔର୍ ଧୋକା ୨’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଅଫର୍ ଦିଆଯାଇଥିବା ଆଲୋଚନା ହେଉଛି। ଏହି ଚଳଚ୍ଚିତ୍ରରେ ‘ବିଗ୍ ବସ୍ ୧୬’ର ପ୍ରସିଦ୍ଧ ଅଭିନେତ୍ରୀ ନିମ୍ରିତ୍ କୌର୍ ଅଲୁୱାଲିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ। ତେବେ ନିମ୍ରିତଙ୍କୁ ଏହି ଅଫ୍ର ସୋ’ ମଧ୍ୟରେ ହିଁ ହୋଇଥିଲା, ଯେତେବେଳେ ସିନେ ନିର୍ମାତା ଏକ୍ତା କପୁର ଏକ ଟାସ୍କ ନେଇ ବିଗ୍ବସ୍ ଗୃହକୁ ଯାଇଥିଲେ। ଫିଲ୍ମଟି ୨୦୧୦ ମସିହାରେ ବନିଥିବା ‘ଲଭ୍ ସେକ୍ସ ଧୋକା’ର ସିକ୍ୟୁଏଲ୍। ଏହାର ପ୍ରଥମ ଭାଗ ବେଶ୍ ହିଟ୍ ହୋଇଥିବା ବେଳେ ଦ୍ବିତୀୟ ଭାଗରୁ ବି ସମାନ ଆଶା ରହିଛି।