ନ୍ୟୁଜ 365 ( ବ୍ୟୁରୋ) : ନବ ଦାସ ହତ୍ୟା ମାମଲା ଚାର୍ଜସିଟରେ କାହାଣୀ ଶୁଣାଇଛି କ୍ରାଇମବ୍ରାଞ୍ଚ । ନବ ହତ୍ୟା ମାମଲାରେ ୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କୋର୍ଟରେ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଏହି ଚାର୍ଜସିଟରେ ବେଶ ଗପ ଶୁଣାଇଛି । ନବଙ୍କୁ ହତ୍ୟା ପାଇଁ ଗାେପାଳ ଦାସ ଶପଥ ନେଇଥିଲା । ସମଲେଇଙ୍କ ପୀଠରେ ଶପଥ ନେଇଥିଲା । ଏଥିପାଇଁ କୁଆଡେ ଲଣ୍ଡା ହୋଇଥିଲା । କ୍ରାଇମବ୍ରାଞ୍ଚ କାହାଣୀକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛି ନବ ଦାସ ହତ୍ୟା ମାମଲା । କ୍ରାଇମବ୍ରାଞ୍ଚ ଲେଖିଛି, ନିର୍ବାଚନ ବେଳେ କୁଆଡେ ନବ ଓ ତାଙ୍କ ସମର୍ଥକଙ୍କ ଗାଡ଼ି ଯାଞ୍ଚ ପାଇଁ ଗୋପାଳ ଅଟକାଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ଏପରିକି ଗାଡ଼ି ଯାଞ୍ଚ ନ କରି ଫେରି ଆସିଥିଲା ଗୋପାଳ । ଫେରି ଆସିଥିଲା ସିନା, ନବଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ଵ ଓ ସମର୍ଥକଙ୍କ ଧମକ ପରେ କୁଆଡେ ଡରିଯାଇଥିଲା ଗୋପାଳ । ତାଙ୍କ ଜୀବନ ପ୍ରତି ବିପଦ ଥିବା ସବୁବେଳେ ଆଶଙ୍କା କରୁଥିଲା । ତେଣୁ ମରିବା ପୂର୍ବରୁ ମାରିବାର ଶପଥ ନେଇଥିଲା ଗୋପାଳ । ଲଣ୍ଡା ହୋଇ ଶପଥ ନେଇଥିଲା ନବଙ୍କୁ ହତ୍ୟା କରିବ ବୋଲି । ନିଜ ଭାଇଙ୍କ ସହ ସମ୍ବଲପୁର ସମଲେଇ ମନ୍ଦିର ଯାଇ ସେଠାରେ ଶପଥ ନେଇଥିଲା ଗୋପାଳ । ଏହାପରେ ତାଙ୍କୁ ହତ୍ୟା ପାଇଁ ବାରମ୍ବାର ପ୍ରୟାସ କରି ବି ବିଫଳ ହୋଇଥିଲା ।