Sunday, May 11, 2025
No Result
View All Result
Odisha 365

Latest News

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ମନୋରଞ୍ଜନ

‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା କାହା ସ୍ବାର୍ଥରେ?

param by param
Jul 14, 2023, 05:59 pm GMT+0530
FacebookTwitterWhatsAppTelegram

ଦଶନ୍ଧିଟିଏ ତଳେ ନୟାଗଡ଼ ଜିଲ୍ଲାରେ ଶିଶୁ କନ୍ୟାଙ୍କ ପ୍ରତି ଯେଭଳି ଘୃଣା ମାନସିକତା ଥିଲା, ଏବେବି ସେଭଳି ରହିଛି। ଜିଲ୍ଲା ମଧ୍ୟରେ ହେଉ ବା ବାହାରେ ନୟାଗଡ଼ର ଦମ୍ପତି କନ୍ୟା ଭ୍ରୂଣହତ୍ୟା କରୁଛନ୍ତି। ଭ୍ରୂଣ ଚିହ୍ନଟରେ ଡାକ୍ତର, କ୍ବାକ୍‌ ସେମାନଙ୍କୁ କେଉଁଠି ନା କେଉଁଠି ସମର୍ଥନ ଯୋଗାଇ ଦେଉଛନ୍ତି। ଫଳରେ ନୟାଗଡ଼ ଜିଲ୍ଲାରେ ଶିଶୁ କନ୍ୟାହାର ସୁଧୁରୁନାହିଁ। ୨୦୧୧ ଜନଗଣନା ତଥ୍ୟ ଅନୁସା‌ରେ, ନୟାଗଡ଼ ଜିଲ୍ଲାରେ ଏକ ହଜାର ଶିଶୁପୁତ୍ରରେ କନ୍ୟାହ‌ାର ୮୫୫ ଥିଲା। ଏହା ପରେ ଜିଲ୍ଲାରେ ଶିଶୁ କନ୍ୟାହାର ବଢ଼ାଇବାକୁ ତଥାକଥିତ ବହୁ ପଦକ୍ଷେପ ନିଆଯାଉଛି, ହେଲେ ଶିଶୁ କନ୍ୟା ସ୍ଥିତିରେ ସୁଧାର ଆସିନ‌ାହିଁ। ଗୋଟିଏ ଦଶନ୍ଧି ପରେ ଶିଶୁ କନ୍ୟାହାର ଆହୁରି କମି ଚାଲିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଥ୍ୟ ମୁତାବକ, ୨୦୨୧ରେ ଏହା ୮୩୭ ଥିବା ବେଳେ, ୨୦୨୨ରେ ଏହା ୮୧୯ ରହିଛି। ଜାତୀୟ ପରିବ‌ାର ସ୍ବାସ୍ଥ୍ୟ ସର୍ବେକ୍ଷଣର ସର୍ବଶେଷ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ଶିଶୁ କନ୍ୟାହାର ଏହି ପରିପ୍ରେକ୍ଷୀରେ ୯୩୧ ରହିଛି। ନୟାଗଡ଼ ଜିଲ୍ଲାରେ ୨୦୨୩ରେ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି। ଜାନୁଆରିରେ ୮୫୬, ଫେବ୍ରୁଆରିରେ ୭୭୯, ମାର୍ଚ୍ଚରେ ୭୨୬, ଏପ୍ରିଲରେ ୭୮୧ ଓ ମେ’ରେ ୬୮୮ ରହିଛି। ଜିଲ୍ଲାରେ ଶିଶୁକନ୍ୟାଙ୍କ ଏଭଳି ଦୟନୀୟ ସ୍ଥିତି, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟକୁ ନେଇ ଜିଲ୍ଲା ପ୍ରଶାସନ ଉଦ୍‌ବେଗ ପ୍ରକାଶ କରୁଥିବା ବେ‌ଳେ, ଏଥିରେ ସୁଧାର ଆଣିବାକୁ ଆନ୍ତରିକତା ଦେଖାଉନାହିଁ। ଜିଲ୍ଲାରେ ଶିଶୁ କନ୍ୟାହାର ହ୍ରାସ ନେଇ ଗତ ୨ଟି ଦିଶା ବୈଠକରେ ଜିଲ୍ଲାର ସାଂସଦ, ବିଧାୟକଙ୍କ ପ୍ରଶ୍ନରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକ‌ାରୀ କୌଣସି ସନ୍ତୋଷଜନକ ଉତ୍ତର ରଖି ପାରିନାହାନ୍ତି। ୨୦୦୭ରେ ନୟାଗଡ଼ ଜିଲ୍ଲାର କନ୍ୟା ଭ୍ରୂଣହତ୍ୟା ଘଟଣା ଦେଶରେ ଆଲୋଡ଼ନ ଖେଳାଇ ଦେଇଥିଲା।

ମା’ ଗର୍ଭରୁ ଏଠାରେ ଶିଶୁକନ୍ୟା ଅସୁରକ୍ଷିତ ହୋଇପଡ଼ିଥିବାରୁ ରାଜ୍ୟର ଏକାମାତ୍ର ଜିଲ୍ଲା ଭାବେ କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ, ବେଟି ପଢ଼ାଓ’ କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ କେବଳ ସଚେତନତାରେ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ଏହା ଦ୍ବାରା ବିଭିନ୍ନ ଅନୁଷ୍ଠାନ, ବ୍ୟାବସାୟିକ ସଂସ୍ଥା ଢେର ଲାଭ ଉଠାଇଛନ୍ତି। ହେଲେ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇନଥିବା ଶିଶୁ କନ୍ୟାହାରରେ ସୁଧାର ଆସିନଥିବାରୁ ସ୍ପଷ୍ଟ ହେଉଛି। ଉକ୍ତ ଯୋଜନା‌ରେ ୨୦୧୫-୧୬ ରୁ ୨୦୨୨-୨୩ ମଧ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ଅନୁଦାନ ଆସିଛି। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ତଥ୍ୟ ମୁତାବକ ସେଥିରୁ ସମୁଦାୟ ୭୦ ଲକ୍ଷ ୪୧ ହଜାର ୭୯୫ ଟଙ୍କା ସଚେତନତାରେ ଖର୍ଚ୍ଚ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ କର୍ତ୍ତୃପକ୍ଷ, ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଆଇସିଡିଏସ୍‌, ଶିକ୍ଷା ବିଭାଗ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରିବା କଥା, କିନ୍ତୁ ବିଭାଗ ମଧ୍ୟରେ ସମନ୍ବୟ ନାହିଁ। ପରସ୍ପରକୁ ଦୋଷ ‌ଠେଲାଠେଲି ହେଉଛନ୍ତି। ଅତ୍ୟନ୍ତ ହାଲ୍‌କା ଭାବେ ଜିଲ୍ଲାର ଏହି ପ୍ରମୁଖ ସମସ୍ୟାକୁ ଅଧିକାରୀମାନେ ନେଉଛନ୍ତି। ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ (ପିସିପିଏନ୍‌ଡିଟି) ଆଇନର କଡ଼ାକଡ଼ି ଭାବେ ତଦାରଖ ହେଉନାହିଁ। ବିଭିନ୍ନ ଘରୋଇ, ବେଆଇନ ସ୍ବ‌ାସ୍ଥ୍ୟସେବା ଅନୁଷ୍ଠାନ ଉପରେ ବି ଚଢ଼ଉ କରାଯାଉନି। ବେଆଇନ ଭାବେ ଭ୍ରୂଣ ଚିହ୍ନଟ କରୁଥିବା କ୍ବାକ୍‌, ଦଲାଲଙ୍କ ସହିତ ସରକାରୀ ଡାକ୍ତରଙ୍କ ସଲାସୁତରା ଅନେକ ବାର ଦେଖିବାକୁ ମିଳିଛି। ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନାହିଁ। ନେଡ଼ିଗୁଡ଼ କହୁଣୀକୁ ବୋହିବା ପରିସ୍ଥିତି ହେବା ପରେ ଜିଲ୍ଲାରେ ପଞ୍ଚାୟତସ୍ତରରେ ଏନେଇ ଖୁବ୍‌ଶୀଘ୍ର କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରୁ ସୂଚନା ମିଳିଛି। ଜିଲ୍ଲାସ୍ତରୀୟ ଶେଷ ଟାସ୍କଫୋର୍ସ ବୈଠକ‌ରେ ମିଳିତ ଭାବେ ସମସ୍ତ ବିଭାଗ ଶିଶୁ କନ୍ୟାହାର ବୃଦ୍ଧି ଦିଗରେ କାମ କରିବେ ବୋଲି ଗତ ଦିଶା ବୈଠକରେ ରିପୋର୍ଟ ପ୍ରଦାନ କରିଥିବା ବେଳେ, ଏହାର ବାସ୍ତବତାକୁ ଅପେକ୍ଷା କରାଯାଇଛି।

Tags: NULL
ShareTweetSendShare

RelatedNews

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ
Latest News

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ପରଲୋକ

ବ୍ୟାନ ହେଲା ପାକ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ
Latest News

ବ୍ୟାନ ହେଲା ପାକ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ସଲମାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ
ମନୋରଞ୍ଜନ

ସଲମାନଙ୍କୁ ବାରମ୍ବାର ମିଳୁଛି ହତ୍ୟା ଧମକ

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ
Entertainment

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ

ରାଷ୍ଟ୍ରୀୟ ସମ୍ମାନ ସହ ହୋଇଛି ମନୋଜ କୁମାରଙ୍କ ଶେଷକୃତ୍ୟ
Latest News

ରାଷ୍ଟ୍ରୀୟ ସମ୍ମାନ ସହ ହୋଇଛି ମନୋଜ କୁମାରଙ୍କ ଶେଷକୃତ୍ୟ

Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.