ଦିଲ୍ଲୀରେ ବର୍ଷା ବିତ୍ପାତ। ପ୍ରବଳ ବର୍ଷା କାରଣରୁ ଏବେ ଜଳମଗ୍ନ ଦିଲ୍ଲୀର ଅଧିକାଂଶ ଅଞ୍ଚଳ । ଯେଉଁଥିପାଇଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଭିତରେ ଯମୁନା ନଦୀରେ ଜଳସ୍ତର ବଢିବା ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇ ଦେଇଛି । କେଉଁଠି ଜନବସତିରେ ପାଣି ପଶିଲାଣି ତ ପୁଣି କେଉଁଠି ରାସ୍ତା ଉପରେ ପାଣିର ସୁଅ ବହିଲାଣି । ଏପରିକି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ପାଖାପାଖି ମଧ୍ୟ ବନ୍ୟା ପାଣି । କେବଳ ଏତିକି ନୁହେଁ ଦିଲ୍ଲୀ ବିଧାନସଭା ଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି ବନ୍ୟା ପାଣି ।