Thursday, June 5, 2025
No Result
View All Result
Odisha 365

Latest News

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home Latest News

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ପବନ କଲ୍ୟାଣ ପାନୋଲିଙ୍କୁ ଦୃଢ଼ ସମର୍ଥନ କରିଛନ୍ତି, ଏବଂ ଟିଏମସି ସରକାରଙ୍କୁ ଏକପାଖିଆ ନୀତି ଅବଲମ୍ବନ କରିବାର ଅଭିଯୋଗ କରିଛନ୍ତି

Ramesh Parida by Ramesh Parida
Jun 3, 2025, 06:12 am GMT+0530
FacebookTwitterWhatsAppTelegram

୨୦୨୫ ମସିହା ମେ ୩୦ ତାରିଖରେ, କୋଲକାତା ପୁଲିସ ଦ୍ୱାରା ହରିୟାଣାର ଗୁରୁଗ୍ରାମରେ ୨୨ ବର୍ଷୀୟ ଆଇନ ଛାତ୍ରୀଙ୍କୁ ଗିରଫକୁ ନେଇ ସାରା ଦେଶରେ ଦୁଇ ମତ ପ୍ରକାଶ ପାଇଛି । ହିନ୍ଦୁ ସମର୍ଥନ ୟୁଜରମାନେ ଶର୍ମୀଷ୍ଠାଙ୍କୁ ସମର୍ଥନ କରୁଥିବା ବେଳେ ମୁସଲିମ କଟ୍ଟରପନ୍ଥୀ ଲୋକ ଏହାକୁ ବିରୋଧ କରି ମତ ରଖିଛନ୍ତି ।  ଇନଷ୍ଟାଗ୍ରାମ ଇନଫ୍ଲୁଏନସର ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରାଯିବା ଏବେ ଜାତୀୟ ବିତର୍କ ସୃଷ୍ଟି କରିଛି ।  ଯାହା  ଏକକ ଆଇନଗତ ମାମଲାର ସୀମା ଅତିକ୍ରମ କରିଥିବା ନେଇ ଆଲୋଚନା ହେଉଛି।

https://odisha365.com/wp-content/uploads/2025/06/pixverse2fmp42fmedia2fweb2f61b68c6b-447c-4ba3-b4f7-9651c085edee_seed0-1.mp4

ଏହି ମାମଲା ବିଜେପି ସାଂସଦ କଙ୍ଗନା ରାଣାୱତ, ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବିୟା ଏବଂ ଏପରିକି ଡଚ ସାଂସଦ ଗୀର୍ଟ ବିଲ୍ଡର୍ସଙ୍କ ପରି ପ୍ରମୁଖ ବ୍ୟକ୍ତି ଗିରଫକୁ ନିନ୍ଦା କରିଛନ୍ତି । ସେମାନେ ସମସ୍ତେ ଶର୍ମିଷ୍ଠାଙ୍କୁ ସମର୍ଥନ କରି ପୋଷ୍ଠ କରିଛନ୍ତି ।  ଯେଉଁମାନେ ପାନୋଲିଙ୍କ ଗିରଫକୁ ମୁକ୍ତ ବାକ୍ ସ୍ଵାଧୀନତା ଉପରେ ଆକ୍ରମଣ ଏବଂ ହିନ୍ଦୁ ସ୍ୱରକୁ ଚାପିବାକୁ ଉଦ୍ୟମ ବୋଲି କହିଛନ୍ତି ।  ଏହି ବିଶ୍ଳେଷଣ ବିବାଦର ବିସ୍ତୃତ ବିବରଣୀ, ଏହାର ସାମାଜିକ-ରାଜନୈତିକ ପ୍ରଭାବ ଏବଂ ଏକ ଧର୍ମନିରପେକ୍ଷ ଭାରତରେ ହିନ୍ଦୁ ଅଧିକାରର ବୃହତ୍ତର ବର୍ଣ୍ଣନାକୁ ଅନୁସନ୍ଧାନ କରେ, ଯେଉଁଠାରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ସାମ୍ପ୍ରଦାୟିକ ସମ୍ପ୍ରୀତି ମଧ୍ୟରେ ସନ୍ତୁଳନକୁ ଗମ୍ଭୀରଭାବେ ପରୀକ୍ଷା କରାଯାଇଛି।

କଙ୍ଗନା ରାଣାୱତ, ଜଣେ ଅଭିନେତ୍ରୀ ତଥା ବିଜେପି ସାଂସଦ, ଶର୍ମିଷ୍ଠା ପାନୋଲିଙ୍କ ଗିରଫ ନେଇ ତାଙ୍କ ସମର୍ଥନରେ କହିଛନ୍ତି ଯେ ଶର୍ମିଷ୍ଠାଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ। ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ସେ ଲେଖିଛନ୍ତି: “ମୁଁ ମାନୁଛି ଯେ ଶର୍ମିଷ୍ଠା ତାଙ୍କ ମତ ପ୍ରକାଶ ପାଇଁ କିଛି ଅପ୍ରୀତିକର ଶବ୍ଦ ବ୍ୟବହାର କରିଥିଲେ, କିନ୍ତୁ ଏପରି ଶବ୍ଦ ଆଜିକାଲି ଅଧିକାଂଶ ଯୁବକ ବ୍ୟବହାର କରନ୍ତି। ସେ ତାଙ୍କ ବୟାନ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି ଏବଂ ଏହା ଯଥେଷ୍ଟ ହେବା ଉଚିତ।

କଙ୍ଗନା କହିଛନ୍ତି ତାଙ୍କୁ ଆଉ ହଇରାଣ ବା ପୀଡ଼ନ କରିବାର ଆବଶ୍ୟକତା ନାହିଁ, ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ।” କଙ୍ଗନା ଆହୁରି କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ରାଜ୍ୟକୁ “ଉତ୍ତର କୋରିଆ” ରୂପେ ପରିଣତ କରିବା ଚେଷ୍ଟା କରୁଛନ୍ତି, ଏବଂ ଆଇନ ଓ ଶୃଙ୍ଖଳାର ନାମରେ ଜଣେ ଯୁବତୀଙ୍କୁ ହଇରାଣ କରାଯିବା ଗଣତାନ୍ତ୍ରିକ ଅଧିକାରର ଉଲ୍ଲଙ୍ଘନ। ସେ ପାନୋଲିଙ୍କ କ୍ଷମାପ୍ରାର୍ଥନା ଏବଂ ଭିଡିଓ ଡିଲିଟ କରିବାକୁ ଏକ ଯଥେଷ୍ଟ ପଦକ୍ଷେପ ବୋଲି ବିବେଚନା କରିଛନ୍ତି ଏବଂ ତାଙ୍କ କ୍ୟାରିୟର ଓ ଚରିତ୍ର ଉପରେ ଆକ୍ରମଣକୁ ଭୁଲ ବୋଲି କହିଛନ୍ତି।

ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଶର୍ମିଷ୍ଠା ପାନୋଲିଙ୍କ ଗିରଫ ନେଇ ତୀବ୍ର ସମାଲୋଚନା କରିଛନ୍ତି ଏବଂ ଏହାକୁ ଟିଏମସି ସରକାରର “ଚୟନମୂଳକ ଆଇନ ପ୍ରୟୋଗ” ଏବଂ “ତୁଷ୍ଟୀକରଣ ରାଜନୀତି”ର ଅଂଶ ବୋଲି ଅଭିଯୋଗ କରିଛନ୍ତି। ଏକ୍ସରେ ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି: “ଶର୍ମିଷ୍ଠା ପାନୋଲି, ମାତ୍ର ୨୨ ବର୍ଷର ଜଣେ ଯୁବତୀ, ତାଙ୍କୁ ଏକ ଭିଡିଓ ପାଇଁ ଗିରଫ କରାଯାଇ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ରଖାଯାଇଛି, ଯେଉଁ ଭିଡିଓଟି ସେ ୨୦୨୫ ମେ ୧୫ରେ ଡିଲିଟ କରି ସାର୍ବଜନୀନ ଭାବେ କ୍ଷମାପ୍ରାର୍ଥନା କରିଥିଲେ। ତାଙ୍କ ମନ୍ତବ୍ୟ ସହ ଜଡ଼ିତ କୌଣସି ସାମ୍ପ୍ରଦାୟିକ ଅଶାନ୍ତିର ଖବର ନାହିଁ, ତଥାପି କୋଲକାତା ପୁଲିସ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହା ଆଉ ଆଇନ ଓ ଶୃଙ୍ଖଳା ବିଷୟ ନୁହେଁ — ଏହା ଚୟନମୂଳକ ଆଇନ ପ୍ରୟୋଗ ବିଷୟ।”

ସେ ଆହୁରି କହିଛନ୍ତି: “ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏପରି ବିଭାଜନକାରୀ ବୟାନ ଦେଇଛନ୍ତି, ଯାହାର ଗମ୍ଭୀର ପରିଣାମ ହୋଇଛି, ଯେପରିକି ଜୀବନହାନୀ ଏବଂ ସମ୍ପତ୍ତି ନଷ୍ଟ। ତାଙ୍କ ବିରୁଦ୍ଧରେ କି ଏକାପରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ? ଭାରତ ଦେଖୁଛି। ଏହା କେବଳ ପଶ୍ଚିମବଙ୍ଗର ଏକ ମାମଲା ନୁହେଁ — ଏହା ଏକ ଯୁବ ହିନ୍ଦୁ ମହିଳାଙ୍କୁ ଭୋଟ ବ୍ୟାଙ୍କକୁ ତୁଷ୍ଟ କରିବା ପାଇଁ ଟାର୍ଗେଟ କରାଯାଉଥିବାର ପ୍ରତିଫଳନ। ନ୍ୟାୟ ରାଜନୈତିକ ସୁବିଧା ପାଇଁ ହେବା ଉଚିତ ନୁହେଁ।”

ମାଲବ୍ୟ ମମତା ବାନାର୍ଜୀଙ୍କୁ “କପଟାଚାର”ରେ ଅଭିଯୁକ୍ତ କରିଛନ୍ତି ଏବଂ ଦାବି କରିଛନ୍ତି ଯେ ପାନୋଲିଙ୍କ ଗିରଫ ହେଉଛି ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ତୁଷ୍ଟ କରିବା ପାଇଁ ଏକ ଚୟନମୂଳକ ପଦକ୍ଷେପ, ଯାହା ଭାରତରେ ନ୍ୟାୟର ସମାନତା ଉପରେ ପ୍ରଶ୍ନ ଉଠାଇଛି।

ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ତଥା ଜନସେନା ପାର୍ଟିର ନେତା ପବନ କଲ୍ୟାଣ ଶର୍ମିଷ୍ଠା ପାନୋଲିଙ୍କ ଗିରଫ ନେଇ ତ୍ରିଣମୂଲ କଂଗ୍ରେସ (ଟିଏମସି) ସରକାରର ଦ୍ୱିମୁଖୀ ନୀତିର ତୀବ୍ର ସମାଲୋଚନା କରିଛନ୍ତି। ଏକ୍ସରେ ତାଙ୍କ ପୋଷ୍ଟରେ ସେ କହିଛନ୍ତି: “ଅପରେସନ ସିନ୍ଦୁର ସମୟରେ ଶର୍ମିଷ୍ଠା, ଜଣେ ଆଇନ ଛାତ୍ରୀ, ନିଜର ମତ ପ୍ରକାଶ କରିଥିଲେ, ଯାହା କିଛି ଲୋକଙ୍କୁ ଆଘାତ ଦେଇଥିଲା ଏବଂ ଅନୁତାପଜନକ ଥିଲା। ସେ ନିଜର ଭୁଲ ସ୍ୱୀକାର କରି ଭିଡିଓ ଡିଲିଟ କରି କ୍ଷମାପ୍ରାର୍ଥନା କରିଥିଲେ। ପଶ୍ଚିମବଙ୍ଗ ପୁଲିସ ତାଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କିନ୍ତୁ ଯେତେବେଳେ ଟିଏମସିର ନିର୍ବାଚିତ ନେତା ଓ ସାଂସଦମାନେ ସନାତନ ଧର୍ମର ଅପମାନ କରି ଲକ୍ଷ ଲକ୍ଷ ଲୋକଙ୍କୁ ଆଘାତ ଦିଅନ୍ତି, ସେତେବେଳେ ତାଙ୍କ ବିରୁଦ୍ଧରେ କାହିଁକି କୌଣସି ରୋଷ ନାହିଁ? ଯେତେବେଳେ ଆମ ଧର୍ମକୁ ‘ଗନ୍ଦା ଧର୍ମ’ କୁହାଯାଏ, ତାଙ୍କ କ୍ଷମାପ୍ରାର୍ଥନା କେଉଁଠି? ତାଙ୍କ ଗିରଫ କାହିଁକି ହେଉନାହିଁ?”

ପବନ କଲ୍ୟାଣ ପାନୋଲିଙ୍କୁ ଦୃଢ଼ ସମର୍ଥନ କରିଛନ୍ତି, ଏବଂ ଟିଏମସି ସରକାରଙ୍କୁ ଏକପାଖିଆ ନୀତି ଅବଲମ୍ବନ କରିବାର ଅଭିଯୋଗ କରିଛନ୍ତି। ସେ ପଶ୍ଚିମବଙ୍ଗ ସରକାରଙ୍କୁ ଏକ ସମାନ ନ୍ୟାୟ ବ୍ୟବସ୍ଥା ଗ୍ରହଣ କରିବାକୁ ଏବଂ ହିନ୍ଦୁ ଭାବନାକୁ ଅପମାନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି।

ମନନ କୁମାର ମିଶ୍ର (ବାର କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ):

ମନନ କୁମାର ମିଶ୍ର ଶର୍ମିଷ୍ଠାଙ୍କ ଗିରଫକୁ “ମୁକ୍ତ ବାକ୍ ସ୍ୱାଧୀନତା ଉପରେ ସ୍ପଷ୍ଟ ଆକ୍ରମଣ” ବୋଲି ବର୍ଣ୍ଣନା କରିଛନ୍ତି ଏବଂ ତାଙ୍କ ତୁରନ୍ତ ମୁକ୍ତି ଏବଂ ନିରପେକ୍ଷ ବିଚାରର ଦାବି କରିଛନ୍ତି। ସେ କହିଛନ୍ତି: “ପଶ୍ଚିମବଙ୍ଗ ସରକାରଙ୍କ ପ୍ରତି ମୋର ଆବେଦନ, ପୁଲିସ ଅବିଲମ୍ବେ ଏପରି ଭୟଙ୍କର ପନ୍ଥା ପରିତ୍ୟାଗ କରୁ। ନିର୍ବାଚିତ କଣ୍ଠସ୍ୱରକୁ ଟାର୍ଗେଟ ନକରି ସମସ୍ତଙ୍କ ପାଇଁ ସମାନ ଆଇନଗତ ବ୍ୟବସ୍ଥା ପ୍ରୟୋଗ କରାଯାଉ। ଶର୍ମିଷ୍ଠା ଯେହେତୁ ଇତିମଧ୍ୟେ କ୍ଷମାପ୍ରାର୍ଥନା କରିଛନ୍ତି, ତେଣୁ ମୁକ୍ତ ବାକ୍ ସ୍ୱାଧୀନତାର ଅଧିକାରକୁ ରାଜ୍ୟ ସରକାର ଉଡ଼ାଇ ଦିଅନ୍ତୁ ନାହିଁ।” ସେ ଏହି ଘଟଣାକୁ ରାଜନୈତିକ ବୋଲି ଉଲ୍ଲେଖ କରିଛନ୍ତି ଏବଂ ପଶ୍ଚିମବଙ୍ଗରେ ହିନ୍ଦୁ ଅଧିକାରର ଅଣଦେଖା, ସହ ଏହାକୁ ତୁଳନା କରିଛନ୍ତି।

ଗୀର୍ଟ ବିଲ୍ଡର୍ସ (ଡଚ ସାଂସଦ, ପାର୍ଟି ଫର ଫ୍ରିଡମର ନେତା):

ଡଚ ସାଂସଦ ଗୀର୍ଟ ବିଲ୍ଡର୍ସ ଶର୍ମିଷ୍ଠାଙ୍କ ଗିରଫକୁ “ମୁକ୍ତ ବାକ୍ ସ୍ୱାଧୀନତା ପାଇଁ ଅପମାନ” ବୋଲି ବର୍ଣ୍ଣନା କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ, “ଅଲ ଆଇଜ ଅନ ଶର୍ମିଷ୍ଠା” ଲେଖା ଥିବା ଏକ ଚିତ୍ର ସହିତ, ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି, କହିଛନ୍ତି: “ସାହସୀ ଶର୍ମିଷ୍ଠା ପାନୋଲିଙ୍କୁ ମୁକ୍ତ କରନ୍ତୁ! ପାକିସ୍ତାନ ଏବଂ ମହମ୍ମଦ ବିଷୟରେ ସତ୍ୟ କହିବା ପାଇଁ ତାଙ୍କୁ ଦଣ୍ଡିତ କରନ୍ତୁ ନାହିଁ।” ତାଙ୍କ ସମର୍ଥନ ଏହି ମାମଲାକୁ ଆନ୍ତର୍ଜାତୀୟ ମଞ୍ଚରେ ଆଲୋଚନାର ବିଷୟ କରିଛି,  ତାଙ୍କୁ ଏପରି ଦଣ୍ଡ ଦିଆଯିବା ଠିକ୍ ହୋଇନାହିଁ ବୋଲି ସେ କହିଛନ୍ତି ।

ବାର କାଉନସିଲ ଅଫ ଇଣ୍ଡିଆ ଶର୍ମିଷ୍ଠାଙ୍କ ଗିରଫକୁ “ଅନ୍ୟାୟ” ବୋଲି ଅଭିହିତ କରିଛି ଏବଂ ଏକ ନିରପେକ୍ଷ ତଦନ୍ତର ଦାବି କରିଛି। ସେମାନେ କହିଛନ୍ତି ଯେ ଶର୍ମିଷ୍ଠାଙ୍କ କ୍ଷମାପ୍ରାର୍ଥନା ଏବଂ ଭିଡିଓ ଡିଲିଟ କରିବା ପରେ ମଧ୍ୟ ଗିରଫ ଏକ ଅତ୍ୟଧିକ ପଦକ୍ଷେପ, ଯାହା ମୁକ୍ତ ବାକ୍ ସ୍ୱାଧୀନତା ଉପରେ ଆଘାତ କରିଛି।

ଏହି ଘଟଣା ହିନ୍ଦୁ ସମୁଦାୟର ମତାମତ, ଭାବନା ଏବଂ ଅଧିକାରକୁ ପ୍ରକାଶ କରୁଥିବା ବ୍ୟକ୍ତି ବା ଗୋଷ୍ଠୀଙ୍କ ସ୍ୱରକୁ ଚପାଇ ଦିଆଯାଇଥିବା ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି କରିଛି । ଶର୍ମିଷ୍ଠା ପାନୋଲିଙ୍କ ମାମଲାରେ, ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି ଯେ ତାଙ୍କୁ ଏକ ହିନ୍ଦୁ ଯୁବତୀ ଭାବେ ତାଙ୍କ ମତ ପ୍ରକାଶ କରିବା ପାଇଁ ଟାର୍ଗେଟ କରାଯାଇଛି। ସେ କହିବା କଥା ହିନ୍ଦୁମାନଙ୍କ ସ୍ୱର ରାଜନୈତିକ ବା ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଦମନ କରାଯାଉଛି । ଏହା ହିନ୍ଦୁ ସମୁଦାୟର ଅନୁଭବ କରାଯାଉଥିବା ଅନ୍ୟାୟ ଏବଂ ପକ୍ଷପାତର ବିରୁଦ୍ଧରେ ହୋଇଥିବା ମତ ପ୍ରକାଶ ପାଉଛି ।

ଶର୍ମିଷ୍ଠାଙ୍କୁ ସମର୍ଥନ କରୁଥିବା ଲୋକମାନେ କହୁଛନ୍ତି ଯେ କୌଣସି ବ୍ୟକ୍ତି ବା ଗୋଷ୍ଠୀର ସ୍ୱାଧୀନତା ବା ଅଧିକାରକୁ ଜାଣିଶୁଣି ରୋକିବା ବା ଚାପି ଦେବା ଠିକ୍ ନୁହେଁ। ପାନୋଲିଙ୍କ ଗିରଫକୁ ତାଙ୍କ ସମର୍ଥକମାନେ ଏକ ହିନ୍ଦୁ ଯୁବତୀର ମୁକ୍ତ ବାକ୍ ସ୍ୱାଧୀନତାକୁ ଦମନ କରିବାର ଏକ ଉଦାହରଣ ଭାବେ ଦେଖୁଛନ୍ତି। ଏହା ଏକ ବୃହତ୍ତର ଅଭିଯୋଗର ଅଂଶ, ଯେଉଁଠାରେ ହିନ୍ଦୁ ସମୁଦାୟର ସ୍ୱରକୁ ରାଜନୈତିକ ବା ଆଇନଗତ ପଦକ୍ଷେପ ମାଧ୍ୟମରେ ଚାପି ଦିଆଯାଉଥିବା  କୁହାଯାଉଛି, ବିଶେଷତ ସଂବେଦନଶୀଳ ବିଷୟରେ ମତ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏପରି ଘଟୁଛି ।

ମୁକ୍ତ ବାକ୍ ସ୍ୱାଧୀନତା ଭାରତୀୟ ସମ୍ବିଧାନର ଧାରା ୧୯(୧)(ଏ) ଅନୁଯାୟୀ ଏକ ମୌଳିକ ଅଧିକାର, ଯାହା ବ୍ୟକ୍ତିଙ୍କୁ ନିଜର ମତ ପ୍ରକାଶ କରିବାର ଅଧିକାର ଦେଇଥାଏ। ପାନୋଲିଙ୍କ ମାମଲାରେ, ତାଙ୍କ ସମର୍ଥକମାନେ ଯୁକ୍ତି ଦିଅନ୍ତି ଯେ ତାଙ୍କ ଭିଡିଓ, ଯଦିଓ ଅପମାନଜନକ ଥିଲା, ତାଙ୍କ ମୁକ୍ତ ବାକ୍ ସ୍ୱାଧୀନତାର ଅଂଶ ଥିଲା। ତାଙ୍କ ଗିରଫ ଏହି ଅଧିକାର ଉପରେ ଆକ୍ରମଣ ବୋଲି ଦେଖାଯାଉଛି, ବିଶେଷତ ଯେହେତୁ ସେ କ୍ଷମାପ୍ରାର୍ଥନା କରି ଭିଡିଓ ଡିଲିଟ କରିଥିଲେ। ତେଣୁ ତାଙ୍କୁ ଗିରଫ କରାଯିବା ଉଚିତ ହୋଇନାହିଁ ବୋଲି ଅଧିକାଂଶ ୟୁଜର ମତ ପ୍ରକାଶ କରିଛନ୍ତି ।

ଆଇନର ପକ୍ଷପାତପୂର୍ଣ୍ଣ ପ୍ରୟୋଗ

ଶର୍ମିଷ୍ଠାଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିମାନେ କୁହନ୍ତି ଯେ ତାଙ୍କ ଗିରଫ ଟିଏମସି ସରକାରର ଚୟନମୂଳକ ଆଇନ ପ୍ରୟୋଗର ଏକ ଉଦାହରଣ, ଯେଉଁମାନେ ନିର୍ଦ୍ଦିଷ୍ଟ ସମୁଦାୟଙ୍କୁ ତୁଷ୍ଟ କରିବା ପାଇଁ ହିନ୍ଦୁ ସ୍ୱରକୁ ଦମନ କରୁଛନ୍ତି। ଏମାନେ ଏହାକୁ ଟିଏମସି ନେତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସହିତ ତୁଳନା କରୁଛନ୍ତି, ଯେଉଁମାନେ ସନାତନ ଧର୍ମର ଅପମାନ କରିଥିବା ଅଭିଯୋଗ ରହିଛି।

ଶର୍ମିଷ୍ଠା ପାନୋଲି ହେଉଛନ୍ତି ଏକ ୨୨ ବର୍ଷୀୟ ଆଇନ ଛାତ୍ରୀ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନସର, ଯାହାଙ୍କୁ ଏକ ଇନଷ୍ଟାଗ୍ରାମ ଭିଡିଓ ପାଇଁ ଗିରଫ କରାଯାଇଥିଲା, ଯେଉଁଥିରେ ସେ “ଅପରେସନ ସିନ୍ଦୁର” ଉପରେ ମନ୍ତବ୍ୟ କରିଥିଲେ ଏବଂ ବଲିଉଡ ସେଲିବ୍ରିଟିମାନଙ୍କୁ ସମାଲୋଚନା କରିଥିଲେ। ତାଙ୍କ ଗିରଫ ଏକ ଜାତୀୟ ବିତର୍କର କେନ୍ଦ୍ରବିନ୍ଦୁ ହୋଇଛି, ଯେଉଁଠାରେ ତାଙ୍କୁ ଏକ ସାହସୀ ହିନ୍ଦୁ ଯୁବତୀ ଭାବେ ଦେଖାଯାଉଛି, ଯିଏ ପାକିସ୍ତାନୀ ଟ୍ରୋଲଙ୍କ ବିରୁଦ୍ଧରେ ଦୃଢ଼ ଅବସ୍ଥାନ ନେଇଥିଲେ, କିନ୍ତୁ ତୁଷ୍ଟୀକରଣ ରାଜନୀତି ଦ୍ୱାରା ଟାର୍ଗେଟ ହୋଇଛନ୍ତି।

“ଅପରେସନ ସିନ୍ଦୁର” ହେଉଛି ଭାରତୀୟ ସେନାର ଏକ ଆତଙ୍କବାଦ ବିରୋଧୀ ଅଭିଯାନ ଥିଲା, ଯାହା ୨୦୨୫ ଏପ୍ରିଲ ୨୨ରେ ପାହାଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଓ ପାକିସ୍ତାନ-ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ସଠିକ ଆକ୍ରମଣ କରିଥିଲା। ପାନୋଲିଙ୍କ ଭିଡିଓ ଏହି ଅପରେସନ ସମ୍ବନ୍ଧରେ ଥିଲା, ଯେଉଁଥିରେ ସେ ବଲିଉଡ ସେଲିବ୍ରିଟିମାନଙ୍କ ନୀରବତା ଏବଂ ପାକିସ୍ତାନୀ ଟ୍ରୋଲଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲେ। ଏହା ବିବାଦର ମୂଳ କାରଣ ହୋଇଥିଲା।

ଟିଏମସିର ତୁଷ୍ଟୀକରଣ ରାଜନୀତି କୁ ସୋସିଆଲ ମିଡିଆରେ ନିନ୍ଦା କରାଯାଇଛି ।  ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ, ସାଧାରଣତଃ ସଂଖ୍ୟାଲଘୁ ସମୁଦାୟକୁ, ରାଜନୈତିକ ଲାଭ ପାଇଁ ସନ୍ତୁଷ୍ଟ କରିବା ପାଇଁ ମମତା ସରକାର ଏପରି କରିଥିବା ଅଭିଯୋଗ ହୋଇଛି ।  ପାନୋଲିଙ୍କ ସମର୍ଥକମାନେ ଅଭିଯୋଗ କରୁଛନ୍ତି ଯେ ତ୍ରିଣମୂଲ କଂଗ୍ରେସ (ଟିଏମସି) ସରକାର ସଂଖ୍ୟାଲଘୁ ଭୋଟ ବ୍ୟାଙ୍କକୁ ତୁଷ୍ଟ କରିବା ପାଇଁ ପାନୋଲିଙ୍କୁ ଗିରଫ କରିଛି, ଯେଉଁଠାରେ ହିନ୍ଦୁ ସମୁଦାୟର ଅପମାନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ଧର୍ମନିରପେକ୍ଷତା ଭାରତୀୟ ସମ୍ବିଧାନର ଏକ ମୌଳିକ ସିଦ୍ଧାନ୍ତ, ଯାହା ସମସ୍ତ ଧର୍ମକୁ ସମାନ ସମ୍ମାନ ଏବଂ ସରକାରର ଧର୍ମ ନୀରପେକ୍ଷ ଭୂମିକାକୁ ସୂଚାଇଛି। ପାନୋଲିଙ୍କ ମାମଲା ଏହି ସିଦ୍ଧାନ୍ତକୁ ପ୍ରଶ୍ନ ଉଠାଇଛି, ଯେଉଁଠାରେ ସମର୍ଥକମାନେ ଅଭିଯୋଗ କରୁଛନ୍ତି ଯେ ଧର୍ମନିରପେକ୍ଷତା ଏକପାଖିଆ ହୋଇଛି, ଯେଉଁଥିରେ ହିନ୍ଦୁ ଭାବନାର ଅପମାନ ଅଣଦେଖା କରାଯାଉଛି, କିନ୍ତୁ ଅନ୍ୟ ଧର୍ମର ଅପମାନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଅଭିଯୋଗ ହେଉଛି।

କାହିଁକି ଗିରଫ ହେଲେ

ଏହି ବିବାଦ ୨୦୨୫ ମସିହା ମେ ୧୪ରେ ପୋଷ୍ଟ ହୋଇଥିବା ଏକ ଏବେ ଡିଲିଟ ହୋଇଥିବା ଇନଷ୍ଟାଗ୍ରାମ ଭିଡିଓ ପାଇଁ ହୋଇଛି ।  ଯାହା ମୁସଲିମ ଧର୍ମ ଭାବନାକୁ କ୍ଷତି କରାଯାଇଥିବା ଅଭିଯୋଗ ଥିଲା । କିନ୍ତୁ ଏହି କାରଣ ପରେ ସେ କ୍ଷମା ମାଗି ଭିଡିଓ ଡିଲିଟ କରିଥିଲେ । ତଥାପି ତାଙ୍କୁ ଗିରଫ କରାଯାଇଥିବାରୁ  ଭାରତର ରାଜନୈତିକ ଓ ଆଇନଗତ ବ୍ୟବସ୍ଥାରେ ହିନ୍ଦୁ ବିରୋଧୀ ପକ୍ଷପାତର ଅଭିଯୋଗକୁ ଜନ୍ମ ଦେଇଛି। ପୁଣେର ସିମ୍ବାୟୋସିସ ଲ କଲେଜର ୨୨ ବର୍ଷୀୟ ଛାତ୍ରୀ ଶର୍ମିଷ୍ଠାଙ୍କୁ ୨୦୨୫ ମସିହା ମେ ୩୦ ତାରିଖରେ କୋଲକାତା ପୁଲିସ ଗୁରୁଗ୍ରାମରୁ ଗିରଫ କରିଥିଲା। କାରଣ? “ଅପରେସନ ସିନ୍ଦୁର” ଉପରେ ଏକ ଇନଷ୍ଟାଗ୍ରାମ ଭିଡିଓ, ଯାହାକୁ ସେ ପରେ ଡିଲିଟ କରିଦେଇଥିଲେ।

ପାକିସ୍ତାନର ୟୁଜରମାନେ ତାଙ୍କୁ ଧମକ ଦେଇଥିଲେ । ଏପରିକି ଭାରତର ଅନେକ ୟୁଜର ତାଙ୍କୁ ଧମକ ଦେଇ ହତ୍ୟା, ରେପ ପାଇଁ ଚେତାବନୀ ଦେଇଥିଲେ ।  ମିଳୁଥିବା ଧମକ ଏବଂ ଗାଳିଗୁଲଜର ଜବାବରେ ଶର୍ମିଷ୍ଠା ଏକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ଭାରତରେ ବସୁଥିବା ଇସଲାମିକ କଟ୍ଟରପନ୍ଥୀମାନେ ତାଙ୍କୁ ବଳାତ୍କାର, ହତ୍ୟା ଏବଂ ‘ସର ତନ ସେ ଜୁଦା’ ପରି ନାରା ସହିତ ଭୟଙ୍କର ଧମକ ଦେବା ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ଏପରି ବିପଜ୍ଜନକ ଏବଂ ଜୀବନହାନୀକାରୀ ଧମକଗୁଡ଼ିକର ଧାଡ଼ି ଲାଗିଯାଇଥିଲା।

ଇସଲାମିକ କଟ୍ଟରପନ୍ଥୀମାନଙ୍କ ଦ୍ୱାରା ହୋଇଥିବା ଏହି ଘୃଣ୍ୟ ସାଇବର ଲିଞ୍ଚିଂ ପରେ ଶର୍ମିଷ୍ଠା କେବଳ ଭିଡିଓଟି ଡିଲିଟ କରି ନଥିଲେ, ବରଂ ସାର୍ବଜନୀନ ଭାବେ ନିଃଶର୍ତ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ, ବଙ୍ଗଳା ପୁଲିସ, ଯାହାର ମୁର୍ଶିଦାବାଦ ଦଙ୍ଗାରେ ସନ୍ଦେହଜନକ ଭୂମିକା ପାଇଁ କଠୋର ସମାଲୋଚନା ହୋଇଛି, ସେହି ପୁଲିସ ୧୫୦୦ କିଲୋମିଟର ଦୂର କୋଲକାତାରୁ ଗୁରୁଗ୍ରାମ ଆସି ଶର୍ମିଷ୍ଠାଙ୍କୁ ଗିରଫ କରି ନିଜ ସହ ବଙ୍ଗଳାକୁ ନେଇଯାଇଥିଲା।

୨୦୨୫ ଜୁନ ୩୧ ଅପରାହ୍ନରେ ଆଲିପୁର କୋର୍ଟରେ ହୋଇଥିବା ଶୁଣାଣି ପରେ କୋର୍ଟର ଆଦେଶ ଅନୁଯାୟୀ ଶର୍ମିଷ୍ଠାଙ୍କୁ ୧୩ ଦିନିଆ ବିଚାରବିଭାଗୀୟ ହାଜତରେ ପଠାଯାଇଛି। ଅଥଚ, ଯେଉଁ ଶହ ଶହ ଇସଲାମିକ କଟ୍ଟରପନ୍ଥୀମାନେ ଶର୍ମିଷ୍ଠାଙ୍କୁ ଜୀବନରୁ ମାରିବା ଏବଂ ବଳାତ୍କାର କରିବାର ଧମକ ଦେଇଛନ୍ତି, ସେମାନେ ସମସ୍ତେ ବୁଲୁଛନ୍ତି ।

ଭାରତରେ ହେଉ କି କୋଲକତାର  ଆଜି ମଧ୍ୟ ଶହ ଶହ  ହିନ୍ଦୁ-ବିରୋଧୀ ତତ୍ତ୍ୱ ପ୍ରତିଦିନ ଖୋଲାଖୋଲି ବିଷ ବୁଣୁଛନ୍ତି, ହିନ୍ଦୁ ଦେବୀ-ଦେବତାଙ୍କୁ ଅପମାନ କରୁଛନ୍ତି, ଦେଶ ଓ ରାଷ୍ଟ୍ରର ସଂସ୍କୃତି ଉପରେ ଆକ୍ରମଣ କରୁଛନ୍ତି, ସେନାକୁ ଗାଳି ଦେଉଛନ୍ତି, କିନ୍ତୁ ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ହେଉନାହିଁ। କୋଲକତା ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।

ପାନୋଲିଙ୍କ ଭିଡିଓରେ ଥିବା “ଅପରେସନ ସିନ୍ଦୁର” ସମ୍ବନ୍ଧୀୟ ସାମ୍ପ୍ରଦାୟିକ ମନ୍ତବ୍ୟ ଏବଂ ବଲିଉଡ ସେଲିବ୍ରିଟିମାନଙ୍କୁ, ବିଶେଷତ ମୁସଲିମ ତାରକାମାନଙ୍କୁ “ଖାନ” ନାମରେ ଉଲ୍ଲେଖ କରି ତାଙ୍କ ନୀରବତା ପାଇଁ ସମାଲୋଚନା କରାଯାଇଥିଲା, ଯାହା ତୀବ୍ର ବିରୋଧର କାରଣ ହୋଇଥିଲା। ତାଙ୍କ ସାର୍ବଜନୀନ କ୍ଷମାପ୍ରାର୍ଥନା ଏବଂ ଭିଡିଓ ଡିଲିଟ କରାଯାଇଥିଲେ ମଧ୍ୟ, ଆଇନଗତ ପ୍ରକ୍ରିୟା ଦ୍ରୁତଗତିରେ ଆଗେଇଥିଲା, ଯାହା ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ରଖାଯାଇଛି

ଶର୍ମିଷ୍ଠା ପାନୋଲି, ପୁଣେର ସିମ୍ବାୟୋସିସ ଇଣ୍ଟରନ୍ୟାସନାଲ ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷର ଆଇନ ଛାତ୍ରୀ ତଥା ଇନଷ୍ଟାଗ୍ରାମ ଓ ଏକ୍ସରେ ୧୭୫,୦୦୦ରୁ ଅଧିକ ଫଲୋୱାର ସହିତ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର, ୨୦୨୫ ମସିହା ମେ ୧୪ରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହା ଏକ ପାକିସ୍ତାନୀ ଫଲୋୱାରଙ୍କ ମନ୍ତବ୍ୟକୁ ଉତ୍ତର ଥିଲା, ଯିଏ ୨୦୨୫ ଏପ୍ରିଲ ୨୨ରେ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନାର “ଅପରେସନ ସିନ୍ଦୁର”କୁ ପ୍ରଶ୍ନ କରିଥିଲେ, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁମାନେ ଅଧିକାଂଶ ପର୍ଯ୍ୟଟକ ଥିଲେ।

ଭାରତୀୟ ସେନାର “ଅପରେସନ ସିନ୍ଦୁର” ପାକିସ୍ତାନ ଓ ପାକିସ୍ତାନ-ଅଧିକୃତ କାଶ୍ମୀର (PoK)ରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ସଠିକ ଆକ୍ରମଣ କରିଥିଲା। ପାନୋଲିଙ୍କ ଭିଡିଓରେ ବଲିଉଡ ସେଲିବ୍ରିଟିମାନଙ୍କୁ, ବିଶେଷତ “ଖାନ” ନାମକ ମୁସଲିମ ତାରକାମାନଙ୍କୁ, ଏହି ଅପରେସନ ଉପରେ ନୀରବତା ପାଇଁ ସମାଲୋଚନା କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଭିଡିଓରେ ଇସଲାମ ଏବଂ ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଥିଲା, ଯାହା ବ୍ୟାପକ ରୋଷର କାରଣ ହୋଇଥିଲା।

ଭିଡିଓଟି ଭାଇରାଲ ହେବା ପରେ, ସୋସିଆଲ ମିଡିଆ ବ୍ୟବହାରକାରୀଙ୍କଠାରୁ ତୀବ୍ର ସମାଲୋଚନା ଏବଂ ଧମକ ମିଳିଥିଲା। ୨୦୨୫ ମସିହା ମେ ୧୪ରେ, ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମୀନ (AIMIM)ର ଜାତୀୟ ମୁଖପାତ୍ର ଓୟାରିସ ପଠାନ ଏକ୍ସରେ ଭିଡିଓଟିକୁ ଫ୍ଲାଗ କରି ପାନୋଲିଙ୍କୁ ଇସଲାମକୁ ଅପମାନ କରିବା ଏବଂ ସାମ୍ପ୍ରଦାୟିକ ଅସମ୍ପ୍ରୀତି ପ୍ରୋତ୍ସାହନ କରିବାର ଅଭିଯୋଗ କରିଥିଲେ। ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାଗ କରି ତାଙ୍କ ଗିରଫ ଦାବି କରିଥିଲେ। କୋଲକାତାର ଗାର୍ଡେନ ରିଚ ପୁଲିସ ଷ୍ଟେସନରେ ତାଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୯୬(୧)(ଏ) (ଗୋଷ୍ଠୀ ମଧ୍ୟରେ ଶତ୍ରୁତା ପ୍ରୋତ୍ସାହନ), ଧାରା ୨୯୯ (ଧାର୍ମିକ ଭାବନାକୁ ଆଘାତ), ଧାରା ୩୫୨ (ଇଚ୍ଛାକୃତ ଅପମାନ), ଏବଂ ଧାରା ୩୫୩(୧)(ସି) (ଜନସାଧାରଣଙ୍କୁ ଉତ୍ତେଜନା ପାଇଁ ପ୍ରରୋଚନା) ଅନୁଯାୟୀ ଏକାଧିକ ଏଫଆଇଆର ଦାୟର ହୋଇଥିଲା।

୨୦୨୫ ମସିହା ମେ ୧୫ରେ, ପାନୋଲି ଭିଡିଓଟି ଡିଲିଟ କରି ଏକ୍ସରେ ଏକ ନିଃଶର୍ତ କ୍ଷମାପ୍ରାର୍ଥନା ଜାରି କରିଥିଲେ: “ମୁଁ ଏହି ମାଧ୍ୟମରେ ମୋର ନିଃଶର୍ତ କ୍ଷମାପ୍ରାର୍ଥନା କରୁଛି। ଯାହା ପୋଷ୍ଟ କରାଯାଇଥିଲା, ତାହା ମୋର ବ୍ୟକ୍ତିଗତ ଭାବନା ଥିଲା ଏବଂ ମୁଁ କାହାର ମନକୁ ଆଘାତ କରିବାକୁ ଇଚ୍ଛାକରି ନଥିଲି, ତେଣୁ ଯଦି କେହି ଆଘାତ ପାଇଛନ୍ତି, ତେବେ ମୁଁ ତାହା ପାଇଁ ଦୁଃଖିତ। ମୁଁ ସହଯୋଗ ଓ ବୁଝାମଣା ଆଶା କରୁଛି।

ଏଣିକି ମୁଁ ମୋର ସାର୍ବଜନୀନ ପୋଷ୍ଟରେ ସତର୍କ ରହିବି। ପୁନଶ୍ଚ, ଦୟାକରି ମୋର କ୍ଷମାପ୍ରାର୍ଥନା ଗ୍ରହଣ କରନ୍ତୁ।” ଏହା ସତ୍ତ୍ୱେ, କୋଲକାତା ପୁଲିସ ଦାବି କରିଥିଲା ଯେ ପାନୋଲି ଓ ତାଙ୍କ ପରିବାର ନୋଟିସ ପରିବେଷଣ ପାଇଁ ଏକାଧିକ ପ୍ରୟାସକୁ ଏଡ଼ାଇ ଦେଇ ଫେରାର ଥିଲେ। ୨୦୨୫ ମସିହା ମେ ୩୦ରେ, ଏକ କୋର୍ଟ ଜାରି ଆଦେଶନାମା ଆଧାରରେ ତାଙ୍କୁ ଗୁରୁଗ୍ରାମରେ ଗିରଫ କରାଯାଇଥିଲା। ତାଙ୍କୁ ଟ୍ରାନଜିଟ ରିମାଣ୍ଡରେ କୋଲକାତା ଆଣାଯାଇଥିଲା ଏବଂ ୨୦୨୫ ମସିହା ମେ ୩୧ରେ ଆଲିପୁର କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ପୁଲିସ ହେପାଜତ ଏବଂ ଜାମିନ ଆବେଦନ ଉଭୟଙ୍କୁ ନାକଚ କରାଯାଇ, ତାଙ୍କୁ ୨୦୨୫ ଜୁନ ୧୩ ପର୍ଯ୍ୟନ୍ତ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ରଖାଯାଇଥିଲା। କୋର୍ଟରୁ ବାହାରିବା ସମୟରେ ପାନୋଲି ମନ୍ତବ୍ୟ ଦେଇଥିଲେ, “ଏକ ଗଣତନ୍ତ୍ରରେ ଏହିପରି ହଇରାଣ କରାଯାଉଛି — ଏହା ଗଣତନ୍ତ୍ର ନୁହେ।” ସୋସିଆଲ ମିଡିଆରେ ଏକ ହିନ୍ଦୁ ସ୍ବରକୁ ଚାପି ଦିଆଯାଉଥିବା ଅଭିଯୋଗ ହେଉଛି ।

 

 

Tags: sharmishtha panoliTOP NEWS
ShareTweetSendShare

RelatedNews

Latest News

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

Latest News

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar
Latest News

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ
Latest News

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା
Latest News

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

Latest News

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

ମିଶନ ଶକ୍ତି: ଓଡ଼ିଶାରେ ମହିଳା ସଶକ୍ତିକରଣର ଏକ ସଫଳ ଯାତ୍ରା

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

କୃଷକ ସଶକ୍ତିକରଣ: ପିଏମ୍ କିସାନ ଏବଂ ସିଏମ୍ କିସାନ ଯୋଜନାର ଗ୍ରାମୀଣ ଜୀବନ ଉପରେ ପ୍ରଭାବ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

ଲକ୍ଷପତି ଦିଦି: ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.