Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home Latest News

ପାକିସ୍ତାନରେ ବିବାହ କରିବାକୁ ଚାହୁଁଥିଲେ ଜ୍ୟୋତି, ଗିରଫ ହେଲେଣି 13 ଜଣ

ମୋର ବିବାହ ପାକିସ୍ତାନରେ କାହା ସହ କରାଇ ଦିଅ

Ramesh Parida by Ramesh Parida
May 22, 2025, 09:15 am GMT+0530
FacebookTwitterWhatsAppTelegram

 

ଭାରତର ଯୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରବୃତ୍ତି ଅଭିଯୋଗରେ ଗିରଫ କରାଯାଇଛି । ଆଜି ତାଙ୍କ ରିମାଣ୍ଡ ଅବଧି ସରୁଛି । ତେବେ ଏହି ପାଞ୍ଚ ଦିନର ତଦନ୍ତ ବେଳେ ଅନେକ ନୂଆ କଥା ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମ ଅନୁସାରେ ଜ୍ୟୋତି ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ ସହ ବିବାହ କରିବାକୁ ଚାହୁଁଥିଲେ। ତାଙ୍କର ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ଏଜେଣ୍ଟ ଅଲି ହାସନଙ୍କ ସହ ହ୍ୱାଟସଆପ ଚାଟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବିବାହ କରିବା ନେଇ ଆସକ୍ତି ପ୍ରକାଶ କରୁଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ହାସନଙ୍କ ସହ କଥାବାର୍ତ୍ତା ସମୟରେ ଜ୍ୟୋତି କହିଛନ୍ତି, “ମୋର ବିବାହ ପାକିସ୍ତାନରେ କାହା ସହ କରାଇ ଦିଅ।” ପୋଲିସ ଅନୁସାରେ, ଅଲି ହାସନ ଜ୍ୟୋତିଙ୍କ ସହ ନିରନ୍ତର ସମ୍ପର୍କରେ ଥିଲେ, ଏବଂ ସେମାନଙ୍କ ମଧ୍ୟରେ ଦୀର୍ଘ କଥାବାର୍ତ୍ତାର ପ୍ରମାଣ ମିଳିଛି। ଗୋଟିଏ ଚାଟରେ ହାସନ ଜ୍ୟୋତିଙ୍କୁ କହିଛନ୍ତି, “ଜୋ (ଜ୍ୟୋତି) ୟାର, ମୁଁ ହୃଦୟରୁ ଦୁଆ କରୁଛି ଯେ ତୁମେ ସବୁବେଳେ ଖୁସି ରହ, ସବୁବେଳେ ମୁସ୍କାନ ଦେଇ ରହ ଏବଂ ଜୀବନରେ କେବେ ନିରାଶା ନ ପାଅ।”

 

ଏହି ଚାଟଗୁଡ଼ିକ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ସୋସିଆଲ ମିଡିଆରେ ନୂଆ ଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୋଗରେ କାର୍ଯ୍ୟରତ ଦାନିଶ ଓ ଜ୍ୟୋତିଙ୍କ ମଧ୍ୟରେ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏବେ ଲାଗୁଛି ଯେ ଜ୍ୟୋତିଙ୍କର ISI ଏଜେଣ୍ଟ ଅଲି ହାସନଙ୍କ ସହ ମଧ୍ୟ ଘନିଷ୍ଠ ସମ୍ପର୍କ ଥିଲା। ତେବେ, ଏହି ହ୍ୱାଟସଆପ ଚାଟଗୁଡ଼ିକ କେଉଁ ସମୟର ତାହାର ସଠିକ ସୂଚନା ମିଳିନାହିଁ।

ଏହା ପୂର୍ବରୁ ଜ୍ୟୋତି ମଲହୋତ୍ରାଙ୍କ ବ୍ୟକ୍ତିଗତ ଡାଏରୀ ସାମ୍ନାକୁ ଆସିଥିଲା, ଯେଉଁଥିରେ ତାଙ୍କର ପାକିସ୍ତାନ ପ୍ରେମ ଦେଖାଯାଇଥିଲା। ଜ୍ୟୋତି ଲାହୋରର ପ୍ରଶଂସା କରିଥିଲେ ଏବଂ ଭାରତ-ପାକିସ୍ତାନ ମଧ୍ୟରେ ସୀମାନ୍ତର ଦୂରତା ଦୂର ହେବାର ଇଚ୍ଛା ପ୍ରକାଶ କରିଥିଲେ। ସେ ଲେଖିଥିଲେ, “ପାକିସ୍ତାନର ବସ ଓ ଟ୍ରକ ବିଷୟରେ ଯେତିକି କହିଲେ ମଧ୍ୟ କମ। ପାଗଳପଣିଆ ଓ ରଙ୍ଗୀନ।”

ପୋଲିସ ଜ୍ୟୋତିଙ୍କ ବ୍ୟକ୍ତିଗତ ଡାଏରୀକୁ ଜବତ କରିଛି। ‘ଅପରେସନ ସିନ୍ଦୁର’ ସମୟରେ ମଧ୍ୟ ଜ୍ୋତି ପାକିସ୍ତାନ ସହ ନିରନ୍ତର ସମ୍ପର୍କରେ ଥିଲେ। ସେ ଭାରତରେ ବ୍ଲାକଆଉଟ ଓ ମକ ଡ୍ରିଲ ସମ୍ପର୍କିତ ସମସ୍ତ ସୂଚନା ପାକିସ୍ତାନକୁ ପଠାଇଥିଲେ। ପୋଲିସ କହିଛି ଯେ, ଅପରେସନ ସମୟରେ ସେ ଦାନିଶଙ୍କ ସହ ସମ୍ପର୍କରେ ଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଜ୍ୋତି ଦାନିଶଙ୍କ ସହ କିଛି ଚାଟ ଡିଲିଟ କରିଥିଲେ। ତାଙ୍କ ଫୋନରେ ଶେଷ କଥାବାର୍ତ୍ତା ମାର୍ଚ୍ଚ ୨୦୨୫ର ଥିଲା।

ଉଲ୍ଲେଖଯୋଗ୍ୟ ଯେ, ଜ୍ୟୋତି ମଲହୋତ୍ରାଙ୍କୁ ୧୭ ମେ’ ୨୦୨୫ରେ ଗୁପ୍ତଚରବୃତ୍ତି ଅଭିଯୋଗରେ ହରିୟାଣାର ହିସାର ଜିଲ୍ଲାରୁ ଗିରଫ କରାଯାଇଥିଲା। ପୋଲିସ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଛି। NIA, IB ଓ ହରିୟାଣା ପୋଲିସ ତାଙ୍କଠାରୁ ନିରନ୍ତର ପଚରାଉଚରା କରୁଛନ୍ତି। ଜ୍ୟୋତିଙ୍କ ତିନୋଟି ମୋବାଇଲ ଫୋନ ଓ ଲାପଟପକୁ ମଧ୍ୟ ଜବତ କରାଯାଇଛି, ଏବଂ ଏହାର ଡାଟା ତଦନ୍ତ କରାଯାଉଛି।

ପୁଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ ସିନ୍ଦୁର ଆରମ୍ଭ ପରେ ଭାରତୀୟ ସୁରକ୍ଷା ଏଜେନ୍ସିମାନେ ବିଭିନ୍ନ ରାଜ୍ୟରୁ ୧୩ ଜଣ ଗୁପ୍ତଚରଙ୍କୁ ଗିରଫ କରିଛନ୍ତି।

ପାକିସ୍ତାନର ଇଣ୍ଟର-ସର୍ଭିସେସ ଇଣ୍ଟେଲିଜେନ୍ସ (ISI) ର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଏକ ବୃହତ ଗୁପ୍ତଚର ନେଟୱାର୍କର ପର୍ଦ୍ଦାଫାସ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଏହି ବ୍ୟକ୍ତିମାନେ ଗୁପ୍ତଚରବୃତ୍ତି, ସୀମାନ୍ତ ଦେଇ ତସ୍କରୀ ଓ ଶତ୍ରୁର ଅପରେସନକୁ ସହାୟତା କରିବା ଆଦି କାର୍ଯ୍ୟରେ ଜଡ଼ିତ ଥିଲେ।

ଶାହଜାଦ: ବ୍ୟବସାୟ ନାଁରେ ତସ୍କରୀ ଓ ଗୁପ୍ତଚରବୃତ୍ତି

୧୯ ମେ’ରେ ଉତ୍ତରପ୍ରଦେଶ ଏସଟିଏଫ ମୁରାଦାବାଦରୁ ଶାହଜାଦଙ୍କୁ ଗିରଫ କରିଥିଲା। ଏଟିଏସ ଅନୁସାରେ, ଶାହଜାଦ ଭାରତରେ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରରେ ଜଡ଼ିତ ଥିଲେ। ସେ ଭାରତ-ପାକିସ୍ତାନ ସୀମାନ୍ତରେ ଅବୈଧ ଭାବେ କସମେଟିକ, ମସଲା, କପଡ଼ା ଓ ଅନ୍ୟ ଜିନିଷ ତସ୍କରୀ କରୁଥିଲେ। ଏହି ସମୟରେ ସେ ISI ସହ ସମ୍ପର୍କରେ ଆସିଥିଲେ। ଶାହଜାଦ ରାମପୁରର ଅନେକ ଯୁବକଙ୍କୁ ପାକିସ୍ତାନ ପଠାଇଥିଲେ, ଯେଉଁଠାରେ ସେମାନଙ୍କୁ ଗୁପ୍ତଚରବୃତ୍ତି ଓ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ତାଲିମ ଦିଆଯାଇଥିଲା। ଏହି ସମସ୍ତଙ୍କ ଭିସା ଶାହଜାଦ ନିଜେ ବ୍ୟବସ୍ଥା କରିଥିଲେ, ଯେଉଁଥିରେ ତାଙ୍କୁ ISI ଏଜେଣ୍ଟମାନଙ୍କର ସହାୟତା ମିଳିଥିଲା। ଶାହଜାଦ ପାକିସ୍ତାନ ଉଚ୍ଚାୟୋଗରେ କାର୍ଯ୍ୟରତ ଅଧିକାରୀ ଏହସାନ ଉର ରହିମ ଉର୍ଫ ଦାନିଶଙ୍କ ସହ ସମ୍ପର୍କରେ ଥିଲେ। ଦାନିଶଙ୍କ ନାମ ହରିୟାଣାର ଜ୍ୟୋତି ମଲହୋତ୍ରା ସମେତ ଅନେକ ଗୁପ୍ତଚରଙ୍କ ସହ ସମ୍ପର୍କ ସୂତ୍ର ଭାବେ ଆସିଛି। ଭାରତ ସରକାର ୧୩ ମେ’ ୨୦୨୫ରେ ତାଙ୍କୁ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ।

ଜ୍ୟୋତି ମଲହୋତ୍ରା: ଯୁଟ୍ୟୁବର

ହରିୟାଣାର ଟ୍ରାଭେଲ ବ୍ଲଗର ଜ୍ୟୋତି ମଲହୋତ୍ରାଙ୍କର ଯୁଟ୍ୟୁବରେ ୩.୭ ଲକ୍ଷ ଓ ଇନଷ୍ଟାଗ୍ରାମରେ ୧.୩ ଲକ୍ଷ ଫଲୋୟାର ଅଛନ୍ତି। ଜ୍ୟୋତିଙ୍କୁ ହିସାରର ସିଭିଲ ଲାଇନରୁ ଗିରଫ କରାଯାଇଥିଲା। ପାକିସ୍ତାନ ଯିବା ପାଇଁ ଭିସା ପାଇଁ ଆବେଦନ କରିବା ସମୟରେ ଜ୍ୟୋତି ପାକିସ୍ତାନ ହାଇ କମିଶନରେ ଦାନିଶଙ୍କୁ ଭେଟିଥିଲେ। ଦୁଇଥର ପାକିସ୍ତାନ ଯାଇ ସେ ଦାନିଶଙ୍କ କହିବାରେ ଅଲି ହାସନଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ପାକିସ୍ତାନୀ ଅଧିକାରୀ ଓ ISI ଅଧିକାରୀଙ୍କ ସହ ମିଳାଇଥିଲେ। ଏହି ସମୟରେ ସେ ଶାକିର ଓ ରାଣା ଶେହବାଜଙ୍କୁ ଭେଟିଥିଲେ। ଜ୍ୟୋତି ଶାକିରଙ୍କ ନାମ ଜଟ ରନ୍ଧାୱା ଭାବେ ସେଭ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଯେପରି ହ୍ୱାଟସଆପ, ସ୍ନାପଚାଟ ଓ ଟେଲିଗ୍ରାମ ମାଧ୍ୟମରେ ଦେଶ ସମ୍ପର୍କିତ ସୂଚନା ଓ ଗୁପ୍ତ ତଥ୍ୟ ଶେୟାର କରୁଥିଲେ। ଜ୍ୟୋତିଙ୍କ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ସହ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ତାଙ୍କ ଡାଏରୀରେ ମଧ୍ୟ ପାକିସ୍ତାନ ଯିବାର ଉଲ୍ଲେଖ ରହିଛି।

ଗଜାଲା: ଦାନିଶଙ୍କ ଦ୍ୱାରା ଫସାଯାଇଥିବା ବିଧବା ମହିଳା

ପଞ୍ଜାବର ୩୨ ବର୍ଷୀୟ ବିଧବା ମହିଳା ଗଜାଲା ଦେଶର ସହ ବିଶ୍ୱାସଘାତକତା କରିଥିଲେ। ୨୦୨୫ରେ ପାକିସ୍ତାନୀ ଭିସା ପାଇଁ ଆବେଦନ କରିବା ସମୟରେ ସେ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ ଦାନିଶଙ୍କୁ ଭେଟିଥିଲେ। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଗଜାଲା ISI କୁ ଗୁପ୍ତ ତଥ୍ୟ ଦେଉଥିଲେ। ଗଜାଲାଙ୍କ ଆର୍ଥିକ ଲେଣଦେଣ ଓ ଇଲେକ୍ଟ୍ରୋନିକ ଡିଭାଇସର ତଦନ୍ତ ଚାଲିଛି। ତାଙ୍କର ଦାନିଶଙ୍କ ସହ ସମ୍ପର୍କ ମଧ୍ୟ ସାମ୍ନାକୁ ଆସିଛି। ଗଜାଲାଙ୍କ ଗିରଫ ପରେ ଜ୍ୟୋତି ମଲହୋତ୍ରାଙ୍କ ବିଷୟରେ ପୋଲିସକୁ ସୂଚନା ମିଳିଥିଲା।

ଶେର ମସିହ ଓ ସୂରଜ ମସିହ: ମଜଦୁର

୩ ମେ’ ୨୦୨୫ରେ ପଞ୍ଜାବର ଅମୃତସରରୁ ଶେର ମସିହ ଓ ସୂରଜ ମସିହଙ୍କୁ ଗିରଫ କରାଯାଇଥିଲା। ଏମାନେ ଅମୃତସରର ସେନା ଛାଉଣୀ ଅଞ୍ଚଳରେ ବାୟୁସେନା ଆଡ୍ଡାର ସମ୍ବେଦନଶୀଳ ସୂଚନା ଓ ଫଟୋ ଲିକ୍ କରିବା ଅଭିଯୋଗରେ ଗିରଫ ହୋଇଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଏମାନେ ISI ସହ ଜଡ଼ିତ ଥିଲେ। ଅମୃତସର ଜେଲରେ ବନ୍ଦୀ ହରପ୍ରୀତ ସିଂହ ଉର୍ଫ ହ୍ୟାପିଙ୍କ ଦ୍ୱାରା ଏମାନଙ୍କର ସମ୍ପର୍କ ହୋଇଥିଲା। ଏମାନେ ଦିହାଡ଼ି ମଜଦୁର ଥିଲେ।

ଯାସିନ ମହମ୍ମଦ

୮ ମେ’ ୨୦୨୫ରେ ପଞ୍ଜାବର ମଲେରକୋଟଲାରୁ ଯାସିନ ମହମ୍ମଦଙ୍କୁ ଗିରଫ କରାଯାଇଥିଲା। ସେ ଦାନିଶଙ୍କ ସହ ସମ୍ପର୍କରେ ଥିଲେ ଓ ଅନଲାଇନରେ ଟଙ୍କା ନେଇ ଗୁପ୍ତ ତଥ୍ୟ ଶେୟାର କରୁଥିଲେ। ସେ ଅନ୍ୟମାନଙ୍କୁ ମଧ୍ୟ ଟଙ୍କା ନେଇ ଦାନିଶଙ୍କ ସହ ସମ୍ପର୍କ କରାଉଥିଲେ। ସେ ଗଜାଲାଙ୍କ ଖାତାକୁ ୧୦,୦୦୦ ଟଙ୍କା ଟ୍ରାନ୍ସଫର କରିଥିଲେ। ଯାସିନ କୀଟନାଶକ ବ୍ୟବସାୟ କରୁଥିଲେ ଓ ୨୦୧୩ରେ ପ୍ରଥମେ ପାକିସ୍ତାନ ଯାଇଥିଲେ। ଭିସା ପାଇଁ ପାକିସ୍ତାନ ହାଇ କମିଶନରେ ଦାନିଶଙ୍କୁ ଭେଟିଥିଲେ। ଦାନିଶଙ୍କ ସହାୟତାରେ ତାଙ୍କୁ ଆଉ ତିନିଟି ଭିସା ମିଳିଥିଲା। ସେ ଦାନିଶଙ୍କୁ ସିମ ଯୋଗାଡ଼ କରି ଦେଉଥିଲେ ଓ ପାକିସ୍ତାନୀ ଭିସା ପାଇଁ ଇଚ୍ଛୁକ ଲୋକଙ୍କୁ ଦାନିଶଙ୍କ ପାଖକୁ ପଠାଉଥିଲେ।

ଦେବେନ୍ଦର ସିଂହ ଢିଲ୍ଲୋନ: ଛାତ୍ର

୨୫ ବର୍ଷୀୟ ଦେବେନ୍ଦର ସିଂହ ଢିଲ୍ଲୋନଙ୍କୁ ପଞ୍ଜାବରୁ ଗିରଫ କରାଯାଇଥିଲା। ସେ ପଟିଆଲା ଛାଉଣୀ ବାହାରେ ଫଟୋ ଉଠାଇ ISI କୁ ପଠାଇଥିଲେ। ଅଧିକାରୀମାନେ ତାଙ୍କ ସ୍ନାପଚାଟ ଆକାଉଣ୍ଟରୁ ଡିଲିଟ ହୋଇଥିବା ଡାଟା ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି, ଯଦିଓ ତାଙ୍କ ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ପ୍ରୋଫାଇଲରୁ ଆପତ୍ତିଜନକ ପ୍ରମାଣ ମିଳିସାରିଛି। ସେ ଅନ୍ୟ ଏକ ମାମଲାରେ ଗିରଫ ହୋଇଥିଲେ, ଯେଉଁଥିରେ ସେ ଫେସବୁକରେ ବନ୍ଧୁକର ଫଟୋ ପୋଷ୍ଟ କରିଥିଲେ, କିନ୍ତୁ ପଚରାଉଚରା ସମୟରେ ତାଙ୍କର ଗୁପ୍ତଚରବୃତ୍ତି ବିଷୟ ପୋଲିସକୁ ଜଣାପଡ଼ିଥିଲା। ISI ତାଙ୍କୁ ହନି ଟ୍ରାପରେ ଫସାଇ ଗୁପ୍ତଚରବୃତ୍ତି ପାଇଁ ପ୍ରସ୍ତୁତ କରିଥିଲା।

ମହମ୍ମଦ ମୁର୍ତଜା ଅଲି: ମୋବାଇଲ ଆପ୍ ଡେଭେଲପର

ଗୁଜରାଟ ପୋଲିସ ଜାଲନ୍ଧରରୁ ମହମ୍ମଦ ମୁର୍ତଜା ଅଲିଙ୍କୁ ଗୁପ୍ତ ସୂଚନା ଆଧାରରେ ଗିରଫ କରିଥିଲା। ସେ ଏକ ମୋବାଇଲ ଆପ୍ ଡେଭେଲପ କରିଥିଲେ, ଯାହା ମାଧ୍ୟମରେ ସେ ISI କୁ ଗୁପ୍ତ ତଥ୍ୟ ପଠାଉଥିଲେ। ତାଙ୍କ ପାଖରୁ ୪ଟି ମୋବାଇଲ ଫୋନ ଓ ୩ଟି ସିମ କାର୍ଡ ଜବତ କରାଯାଇଛି, ଯେଉଁଥିରୁ ଆପତ୍ତିଜନକ ତଥ୍ୟ ଶେୟାର କରିବାର ପ୍ରମାଣ ମିଳିଛି।

ମହମ୍ମଦ ତାରିଫ: ୨୦୧୮ରେ ISI ସହ ସମ୍ପର୍କ

୧୭ ମେ’ ୨୦୨୫ରେ ହରିୟାଣାର ନୂଁହରୁ ମହମ୍ମଦ ତାରିଫଙ୍କୁ ଗିରଫ କରାଯାଇଥିଲା। ସେ ପାକିସ୍ତାନ ହାଇ କମିଶନର ଆସିଫ ବାଲୋଚ ଓ ଜାଫରଙ୍କ ସହ ସମ୍ପର୍କରେ ଥିଲେ। ସେ ସ୍ୱୀକାର କରିଛନ୍ତି ଯେ, ଆସିଫ ଓ ଜାଫରଙ୍କ କହିବାରେ ସେ ସିରସା ଏୟାରପୋର୍ଟ ଷ୍ଟେସନର ସୂଚନା ପାକିସ୍ତାନକୁ ପଠାଇଥିଲେ। ୨୦୧୮ରେ ସେ ଭିସା ପାଇଁ ପାକିସ୍ତାନ ହାଇ କମିଶନ ଯାଇଥିଲେ ଓ ସେହି ସମୟରେ ତାଙ୍କ ଫୋନ ନମ୍ବର ଓ ବିବରଣୀ ନିଆଯାଇଥିଲା। ତାଙ୍କୁ ଏକ ଫୋନ ଆସିଥିଲା ଓ ଭିସା ବଦଳରେ ଦୁଇଟି ସିମ ଦେବାକୁ କୁହାଯାଇଥିଲା। ସିମ ଦେବା ପରେ ତାଙ୍କୁ ଭିସା ଦିଆଯାଇଥିଲା, ଯାହା ମାଧ୍ୟମରେ ସେ ISI ସହ ସମ୍ପର୍କରେ ଆସିଥିଲେ।

ଅରମାନ

ହରିୟାଣାର ନୂଁହର ରାଜାକା ଗାଁରୁ ଅରମାନଙ୍କୁ ସୁରକ୍ଷା ଏଜେନ୍ସି ଗିରଫ କରିଥିଲା। ପୋଲିସର ମତ ଅନୁସାରେ, ଅରମାନ ସ୍ଲିପର ସେଲ ଭାବେ କାମ କରୁଥିଲେ ଓ ISI ନେଟୱାର୍କ ବିସ୍ତାର କରୁଥିଲେ। ସେ ଭାରତୀୟ ସିମ କାର୍ଡ କିଣି ପାକିସ୍ତାନୀ ଅଧିକାରୀଙ୍କୁ ଯୋଗାଡ଼ କରୁଥିଲେ। ପୋଲିସ ଅନେକ ହ୍ୱାଟସଆପ ଚାଟ, ଫଟୋ ଓ ଭିଡିଓ ଜବତ କରିଛି, ଯାହା ପାକିସ୍ତାନୀ ନମ୍ବରକୁ ଶେୟାର କରାଯାଇଥିଲା। ସେ ଭାରତୀୟ ସୈନ୍ୟ ଗତିବିଧିର ସୂଚନା ମଧ୍ୟ ପଠାଇଥିଲେ।

ନୋମାନ ଇଲାହୀ

୧୫ ମେ’ରେ ହରିୟାଣାର ପାନିପତରୁ ନୋମାନ ଇଲାହୀଙ୍କୁ ଗିରଫ କରାଯାଇଥିଲା। ସେ ୫ ଥର ପାକିସ୍ତାନ ଯାଇଛନ୍ତି। ତାଙ୍କ ପିତାମାତାଙ୍କ ମୃତ୍ୟୁର ୫ ବର୍ଷ ପରେ ମଧ୍ୟ ତାଙ୍କ ପାସପୋର୍ଟ ତାଙ୍କ ପାଖରେ ଥିଲା। ଉତ୍ତରପ୍ରଦେଶର ବାସିନ୍ଦା ନୋମାନ ପାନିପତରେ ଏକ କାରଖାନାରେ ସୁରକ୍ଷା ଗାର୍ଡ ଭାବେ କାମ କରୁଥିଲେ ଓ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଉଥିଲେ। ତାଙ୍କ ଫୋନରୁ ଅନେକ ସମ୍ବେଦନଶୀଳ ସୈନ୍ୟ ସୂଚନା ଜବତ ହୋଇଛି। ଅପରେସନ ସିନ୍ଦୁର ସମୟରେ ISI ସକ୍ରିୟ ଥିଲା ଓ ନୋମାନ ମୋବାଇଲ ଓ ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟ ସେନାର ଗତିବିଧି ସୂଚନା ପଠାଉଥିଲେ।

ସୁଖପ୍ରୀତ ସିଂହ ଓ କରଣବୀର ସିଂହ

ପଞ୍ଜାବ ପୋଲିସ ଗୁରୁଦାସପୁରରୁ ସୁଖପ୍ରୀତ ସିଂହ ଓ କରଣବୀର ସିଂହଙ୍କୁ ଗିରଫ କରିଥିଲା। ଏମାନେ ନିଶା ତସ୍କରୀ କରୁଥିବା ସମୟରେ ISI ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ ଆସିଥିଲେ। ଏମାନେ ଅପରେସନ ସିନ୍ଦୁର ସହ ଜଡ଼ିତ ସମ୍ବେଦନଶୀଳ ସୂଚନା ISI କୁ ଯୋଗାଇଥିଲେ, ଯାହା ବଦଳରେ ସେମାନେ ୧ ଲକ୍ଷ ଟଙ୍କା ପାଇଥିଲେ। ତାଙ୍କ ମୋବାଇଲର ଫୋରେନସିକ ତଦନ୍ତରୁ ଗୁପ୍ତ ସୂଚନା ପଠାଇବାର ପ୍ରମାଣ ମିଳିଛି। ଏମାନେ ୨୦୧୮ରୁ ପାକିସ୍ତାନ ହାଇ କମିଶନର ସହ ସମ୍ପର୍କରେ ଥିଲେ।

Tags: jyoti malhotrapahalgampakistani spyTOP NEWSଜ୍ୟୋତି ମାଲହୋତ୍ରା
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.