Saturday, June 28, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ପାକିସ୍ତାନରେ ଆତଙ୍କବାଦୀଙ୍କୁ କିଏ ମାରୁଛି ଗୁଳି

Ramesh Parida by Ramesh Parida
May 21, 2025, 03:21 pm GMT+0530
FacebookTwitterWhatsAppTelegram

ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା ହାଫିଜ ସୟିଦଙ୍କ ଘନିଷ୍ଠ ଆମୀର ହମଜା ଲାହୋରର ମିଲିଟାରୀ ହସପିଟାଲରେ  ଶେଷ ନିଶ୍ୱାସ ତ୍ୟାଗ କରିଛି। ହମଜା ଲସ୍କର-ଏ-ତୈୟବାର ସହ-ପ୍ରତିଷ୍ଠାତା ଏବଂ ୨୦୧୨ରେ ଆମେରିକା ତାଙ୍କୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିଥିଲା। ତେବେ ତାକୁ କିଏ ହତ୍ୟା କରିଛି ତାହାର ଖବର କିଛି ଜଣାପଡ଼ିନାହିଁ ।

ଆମୀର ହମଜା ଗୁରୁତର ଆହତ ଅବସ୍ଥାରେ ଲାହୋରର ମିଲିଟାରୀ ହସପିଟାଲରେ ଭର୍ତ୍ତି ହୋଇଥିଲା। ସେ କିପରି ଆହତ ହେଲା ଏ ସମ୍ପର୍କରେ କୌଣସି ନିଶ୍ଚିତ ଖବର ନାହିଁ। ଯଦିଓ ଦାବି କରାଯାଉଛି ଯେ ଅଜଣା ବ୍ୟକ୍ତିମାନେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି, ଅନେକେ ଏକ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିବା କହୁଛନ୍ତି। ଆହତ ଅବସ୍ଥାରେ ତାଙ୍କୁ ଘରୁ ହସପିଟାଲ ନିଆଯାଇଥିଲା।

ଭାରତରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ ହମଜା

ପାକିସ୍ତାନର ଗୁଜରାନୱାଲାର ବାସିନ୍ଦା ଆମୀର ହମଜା ଲସ୍କର-ଏ-ତୈୟବାର ସହ-ପ୍ରତିଷ୍ଠାତା ଏବଂ ହାଫିଜ ସଈଦ ଓ ଆବଦୁଲ ରହମାନ ମକ୍କୀଙ୍କ ଘନିଷ୍ଠ ବୋଲି କୁହାଯାଏ। ତାଙ୍କର ଉସ୍କାଣୀମୂଳକ ଭାଷଣରେ ସେ ଭାରତ ବିରୋଧରେ ବିଷ ଉଗାଳନ୍ତି। ହମଜା ଓ ସାଇଫୁଲ୍ଲାହ ମିଳିତ ଭାବେ ୨୦୦୫ରେ ବେଙ୍ଗାଲୁରୁରେ ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ସାଇନ୍ସ ଉପରେ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲେ। ଅଜଣା ବନ୍ଧୁକଧାରୀମାନେ ସମ୍ପ୍ରତି ଆବୁ ସାଇଫୁଲ୍ଲାହଙ୍କୁ ହତ୍ୟା କରିଛନ୍ତି।

କଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଟେରର ଫଣ୍ଡିଂରେ ଆମୀର ହମଜାର ବଡ଼ ହାତ ରହିଛି। ହାଫିଜ ସଈଦଙ୍କ ସହ ୧୯୯୦ରେ ସେ ଲସ୍କର-ଏ-ତୈୟବାର ମୂଳଦୁଆ ପକାଇଥିଲେ। ସଈଦଙ୍କ ସହ ମତଭେଦ ପରେ ୨୦୧୮ରେ ସେ ଜୈଶ-ଏ-ମନକଫା ନାମକ ଏକ ସଂଗଠନ ଗଠନ କରି ଆତଙ୍କବାଦ ପ୍ରସାର ପାଇଁ ଅର୍ଥ ସଂଗ୍ରହ କରୁଥିଲେ। ପରେ ସେ ପୁଣି ହାଫିଜ ସଈଦଙ୍କ ସହ ବନ୍ଧୁତା କରି ଭାରତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଲଗାତାର ଚେଷ୍ଟା କରୁଥିଲେ। ଆତଙ୍କବାଦୀ ନେଟୱାର୍କ ବିସ୍ତାରରେ ହମଜାର ବଡ଼ ଭୂମିକା ରହିଛି।

ପାକିସ୍ତାନରେ ଲଗାତାର ଆତଙ୍କବାଦୀଙ୍କ ଖାତମା

ପାକିସ୍ତାନରେ ଲଗାତାର ଆତଙ୍କବାଦୀଙ୍କ ମୃତ୍ୟୁ ଖବର ଆସୁଛି। ଗତ ଦୁଇ ବର୍ଷରେ ଏ ପର୍ଯ୍ୟନ୍ତ ୧୭ ଜଣ ଆତଙ୍କବାଦୀ ପାକିସ୍ତାନର ବିଭିନ୍ନ ସ୍ଥାନରେ ମୃତ୍ୟୁବରଣ କରିଛନ୍ତି। ସମ୍ପ୍ରତି ଆବୁ ସାଇଫୁଲ୍ଲାହଙ୍କୁ ମୃତ୍ୟୁ ମୁଖରେ ପକାଯାଇଥିଲା। ସେ ନାଗପୁରସ୍ଥିତ ଆରଏସଏସ ମୁଖ୍ୟାଳୟ ଉପରେ ଆକ୍ରମଣର ଯୋଜନାରେ ସାମିଲ ଥିଲେ।

ଏହି ଘଟଣାର ପରଦିନ ଅର୍ଥାତ୍ ୧୯ ମେ ୨୦୨୫ରେ ଲସ୍କର-ଏ-ତୈୟବାର ଆଉ ଜଣେ ଗୁରୁତ୍ୱପୂର୍ଣ୍ଣ ଆତଙ୍କବାଦୀ ଆବଦୁଲ ୱାହିଦ ମରିଯାଇଛନ୍ତି। ଉଭୟଙ୍କୁ ସିନ୍ଧରେ ଅଜଣା ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ଦୁଇ ବର୍ଷରେ ପାକିସ୍ତାନରେ ମରିଥିବା ୧୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଗୁଳିମାଡ଼ରେ ହିଁ ହୋଇଛି।

ମାର୍ଚ୍ଚ ୨୦୨୫ରେ ଫୈଜଲ ନାଦୀମ ଉର୍ଫ ଆବୁ କିତାଲ ମରିଥିଲେ, ଯିଏ ଲସ୍କରର ଜଣେ ଗୁରୁତ୍ୱପୂର୍ଣ୍ଣ କମାଣ୍ଡର ଥିଲେ। ମାର୍ଚ୍ଚରେ ହିଁ ମୁଫ୍ତି ଶାହ ମରିଥିଲେ, ଯିଏ ଆଇଏସଆଇର ଏଜେଣ୍ଟ ଥିଲେ। ଫେବୃଆରୀ ୨୦୨୫ରେ ମୌଲାନା କାଶିଫ ମରିଥିଲେ, ଯିଏ ଲସ୍କରର କମାଣ୍ଡର ଥିଲେ। ନଭେମ୍ବର ୨୦୨୩ରେ ତିନି ଆତଙ୍କବାଦୀ ରହିମ ଉଲ୍ଲାହ ତାରିକ ମରିଥିଲେ, ଯିଏ ମସୁଦ ଅଜହରଙ୍କ ଘନିଷ୍ଠ ଥିଲେ। ଏହା ବ୍ୟତୀତ ଲସ୍କରର ଆତଙ୍କବାଦୀ ଅକ୍ରମ ଗାଜୀ ଓ ଖ୍ୱାଜା ଶାହିଦ ମରିଥିଲେ।

ସେପ୍ଟେମ୍ବର ୨୦୨୩ରେ ମୌଲାନା ଜିୟାଉର ରହମାନ ମରିଥିଲେ, ଯିଏ ଲସ୍କରର ଜଣେ ଗୁରୁତ୍ୱପୂର୍ଣ୍ଣ କମାଣ୍ଡର ଥିଲେ। ଏହାପୂର୍ବରୁ ୨୦୨୩ରେ ମସୁଦ ଅଜହରଙ୍କ ଅନ୍ୟ ଜଣେ ଘନିଷ୍ଠ କାଜୀ ଏଜାଜ ଆବିଦ ମରିଥିଲେ। ୨୦୨୩ ମସୁଦ ଅଜହରଙ୍କ ଘନିଷ୍ଠମାନଙ୍କ ପାଇଁ ଭଲ ବର୍ଷ ନଥିଲା। ଏହି ବର୍ଷ ଦାଉଦ ମଲିକ ମଧ୍ୟ ମରିଥିଲେ। ଲସ୍କରର ଆତଙ୍କବାଦୀ ଅଦନାନ ଅହମଦ ଡିସେମ୍ବର ୨୦୨୩ରେ ମରିଥିଲେ। ହିଜବୁଲ ମୁଜାହିଦ୍ଦୀନର ଆତଙ୍କବାଦୀ ବଶୀର ଅହମଦ ପୀର ଫେବୃଆରୀ ୨୦୨୩ରେ ଗୁଳିମାଡ଼ରେ ମରିଥିଲେ। ସେପ୍ଟେମ୍ବର ୨୦୨୩ରେ ଲସ୍କର-ଏ-ତୈୟବାର ଆତଙ୍କବାଦୀ ରିୟାଜ ଅହମଦ ଏବଂ ମେ ୨୦୨୩ରେ ଖାଲିସ୍ତାନୀ ଆତଙ୍କବାଦୀ ପରମଜୀତ ସିଂ ପଞ୍ଜୱାର ମରିଥିଲେ। ୨୦୨୨ରେ ମରିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ-ଏ-ମୋହମ୍ମଦର ଆତଙ୍କବାଦୀ ଜାହୁର ଇବ୍ରାହିମ ଅନ୍ୟତମ। ଭାରତର ଶତ୍ରୁକୁ ପାକିସ୍ତାନ ଭିତରେ କିଏ ମାରୁଛି ତାହା ବଡ଼ ପ୍ରଶ୍ନ  । ତେବେ ଏଥିପାଇଁ ଭାରତର ହାତ ଥିବା ସେଠାକାର ଆତଙ୍କବାଦୀ ସଂଗଠନମାନେ କହୁଛନ୍ତି ।

Tags: TOP NEWS
ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.