Monday, May 19, 2025
No Result
View All Result
Odisha 365

Latest News

ପାକିସ୍ତାନୀ ଗୁପ୍ତଚର ଜାଲରେ ଭାରତୀୟ ୟୁଟ୍ୟୁବର୍

ଥରୁରଙ୍କୁ ନେଇ କଂଗ୍ରେସ ଦୁଇଫାଳ, ଗୋଟିଏ ତୀରରେ ମୋଦୀଙ୍କ ଦୁଇଟି ଶିକାର

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ପାକିସ୍ତାନ ଯାତ୍ରା ସନ୍ଦେହରେ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ପାକିସ୍ତାନୀ ଗୁପ୍ତଚର ଜାଲରେ ଭାରତୀୟ ୟୁଟ୍ୟୁବର୍

ପୁରୀ ଯୁବତୀ ସମେତ ଅନେକଙ୍କ ନାମ ଏନଆଇଏ ହାତରେ

Ramesh Parida by Ramesh Parida
May 19, 2025, 07:48 pm GMT+0530
FacebookTwitterWhatsAppTelegram

NIA ଏବେ ପାକିସ୍ତାନୀ ISI ସହ ସଂପୃକ୍ତ ଥିବା ଯୁବ ଇନ୍‌ଫ୍ଲୁଏନ୍ସର୍‌ ଓ ଯୁଟ୍ୟୁବର୍‌ମାନଙ୍କ ଉପରେ ତଦନ୍ତ ଆରମ୍ଭ କରିଛି। ଯେଉଁମାନେ ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଛନ୍ତି ।

ହରିୟାଣାର ୟୁଟ୍ୟୁବର ଓ ଇନ୍‌ଫ୍ଲୁଏନ୍ସର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯିବା ପରେ ଏବେ ଏନଆଇଏ ରାଡାରରେ 20 ଜଣ ୟୁଟ୍ୟୁବର ଅଛନ୍ତି । ଜ୍ୟୋତି ISI ଦ୍ୱାରା ପାକିସ୍ତାନର ମୁରିଦକେରେ ଟ୍ରେନିଂ ନେଇ ଭାରତକୁ ଫେରିଥିଲେ। ତଦନ୍ତ ପରେ ଜଣାପଡ଼ିଛି ଯେ ଜ୍ୟୋତି ପାକିସ୍ତାନରୁ ଆସିବା ପରେ ଓଡ଼ିଶା ଆସି ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର, ପୁରୀ ବେଳାଭୂମି, ଓ ଅନ୍ୟାନ୍ୟ ସ୍ଥାନକୁ ବୁଲିଥିଲେ ଓ ସେଠାରେ ତଥ୍ୟ ସଂଗ୍ରହ କରୁଥିଲେ।

ପୁରୀ ଯୁବତୀ ପ୍ରିୟଙ୍କା ସେନାପତିଙ୍କ ସହ ତାଙ୍କ ସଂପୃକ୍ତି ନେଇ ପୁଲିସ ତଦନ୍ତ କରୁଛି। ପୁରୀର ପ୍ରିୟଙ୍କା ସେନାପତିଙ୍କୁ ପୋଲିସ ଏହି ଲିଙ୍କରେ ପଚରାଉଚୁରା କରିଛନ୍ତି । ସେପଟେ ଏନଆଇଏ 20 ଜଣଙ୍କ ଲିଷ୍ଟ କରିଛି , ଯେଉଁମାନେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଛନ୍ତି । ପୂର୍ବରୁ 6 ଜଣ ଗିରଫ ହୋଇଥିବା ବେଳେ ଉତ୍ତର ପ୍ରଦେଶର ଆଉ ଜଣେ ୟୁଟ୍ୟୁବର ଶେହଜାଦଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି ।

ପାକିସ୍ତାନୀ ଗୁପ୍ତଚର ଲିଙ୍କ୍‌ରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ବାହାରୁ ଆସିଥିବା ୟୁଟ୍ୟୁବର ଗୁଇନ୍ଦାଗିରି କରୁନାହାଁନ୍ତି ତ? ଆପଣଙ୍କ ଅଜାଣତରେ ଗୁପ୍ତଚର କାମ କରୁନାହାଁନ୍ତି ତ? ଅଜଣା ଲୋକଙ୍କୁ କିଛି ତଥ୍ୟ ଦେବା ପୂର୍ବରୁ ଏବେ ସତର୍କ ରହିବା ଉଚିତ । କାରଣ ଶତ୍ରୁ ଦେଶ ଏବେ ଭିନ୍ନ ତରିକାରେ ଆକ୍ରମଣ ଷଡ଼ଯନ୍ତ୍ର କରୁଛନ୍ତି । ଏଥିରେ ଆପଣ ଫସିଯାଇପାରନ୍ତି । ଯେପିର ପାକିସ୍ତାନ ଜାଲରେ ପଡିଛନ୍ତି ୟୁଟ୍ୟୁବର ଜ୍ୟୋତି ଆଉ ତାଙ୍କ ସଂପର୍କରେ ଥିବା ଅନେକ ଯୁବକ ଯୁବତୀ ।

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା କଳା କାହାଣୀକୁ ନେଇ ସାରା ଦେଶରେ ଚର୍ଚା ହେଉଛି । ପୁରୀର ପ୍ରିୟଙ୍କା ସେନାପତିଙ୍କୁ ନେଇ କଣ ଲିଙ୍କ ଅଛି ତାହା ମଧ୍ୟ ଏନଆଇଏ ତଦନ୍ତ କରୁଛି ।  ପାକିସ୍ତାନ ଲିଙ୍କରେ ଜ୍ୟୋତିଙ୍କ ତଦନ୍ତ କରୁକରୁ ନ୍‌ଆଇଏ ଏପେ ପ୍ରିୟଙ୍କାଙ୍କ ନିକଟରେ ପହଁଚିଛି ।

ସବୁଠୁ ବଡ଼  ପ୍ରଶ୍ନ ହେଉଛି ଜ୍ୟୋତି ପୁରୀରେ ପହଞ୍ଚିବା ପରେ ପ୍ରଥମେ କୁଆଡ଼େ ଯାଇଥିଲେ ? ତାହା ତଦନ୍ତ ପରିସରରେ ରହିଛି । ଏହା ସହ ଜ୍ୟୋତି କେଉଁଠି ରହିଥିଲେ ? କାହା କାହା ସହ ମିଶିଥିଲେ ? ଶ୍ରୀମନ୍ଦିରକୁ କେତେଥର ଯାଇଥିଲେ ? ପୁରୀରୁ ଥାଇ କାହା କାହା ସହ ଯୋଗାଯୋଗରେ ଥିଲେ ? ପାକିସ୍ତାନକୁ ପୁରୀ ତଥ୍ୟ ଦେଇଛନ୍ତି କି ? ପାକିସ୍ତାନରୁ କିଏ ଆସି ପୁରୀ ବୁଲି ଯାଇଛି କି ? ପୁରୀ ପରେ ଅନ୍ୟ କେଉଁ ଜିଲ୍ଲାକୁ ଯାଇଥିଲେ କି ? କେବଳ ସେତିକି ନୁହେଁ, ପ୍ରିୟଙ୍କାଙ୍କ ସହ ସମ୍ପର୍କକୁ ନେଇ ଖୋଳତାଡ଼ ଆରମ୍ଭ କରିସାରିଛି ଏନ୍‌ଆଇଏ ।

ସେପଟେ ପୁରୀ  ଲିଙ୍କ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ  ଶତ୍ରୁ ଦେଶ ସହ ଯେଉଁମାନେ ସଂପର୍କ ରଖିଥିବେ ସେମାନେ ନିଶ୍ଚୟ ଧରାପଡ଼ିବେ ।  “ଯେଉଁମାନେ ଦୋଷୀ ସେମାନେ କଠିନ ଦଣ୍ଡ ପାଇବେ, । ଯେଉଁମାନେ ବାହାର ଦେଶ ଯାଇ ଗୁପ୍ତଚର କାର୍ଯ୍ୟ କରୁଛନ୍ତି, ସେମାନେ କେବେ ବି ଛାଡ଼ ପାଇବେ ନାହିଁ ନାହିଁ।”

ସେପଟେ NIA ଏବଂ ହରିୟାଣା ପୁଲିସ  ପ୍ରିୟଙ୍କାଙ୍କ ପୂରା ପରିବାରକୁ ସ୍କାନରରେ ରଖିଛି। ପ୍ରାୟ 20 ଜଣ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର୍ ଏହି ମିଶନରେ ଜ୍ୟୋତିଙ୍କ ସହ ସଂପୃକ୍ତ ଥିବାରୁ ଏହାକୁ ହାଲୁକା ଭାବେ ନିଆଯାଇନପାରେ ବୋଲି ସୁରକ୍ଷା ଅଧିକାରୀ କହିଛନ୍ତି ।

ଏନଆଇଏର ତଦନ୍ତ: ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ୟୁଟ୍ୟୁବର ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପାକିସ୍ତାନୀ ଗୁପ୍ତଚର ସଂସ୍ଥା (ଆଇଏସଆଇ) ସହ ସମ୍ପର୍କ ନେଇ ତଦନ୍ତ ଆରମ୍ଭ କରିଛି।

ଆଇନମନ୍ତ୍ରୀଙ୍କ ବୟାନ: ଓଡ଼ିଶାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଯେଉଁମାନଙ୍କ ଲିଙ୍କ୍‌ ବାହାରିବ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ।

ଗୁଇନ୍ଦାଗିରି ଅଭିଯୋଗ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ବା ସହାୟତା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଜ୍ୟୋତି ମଲହୋତ୍ରା ମାମଲା: ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ପାକିସ୍ତାନୀ ଗୁପ୍ତଚର ସହ ସମ୍ପର୍କ ଓ ପୁରୀ ଲିଙ୍କ୍‌ ନେଇ ତଦନ୍ତ ଜୋରଦାର ହୋଇଛି।

ପୁରୀରେ ତଦନ୍ତ: ଏନଆଇଏ ଓ ହରିୟାଣା ପୁଲିସ ଶୀଘ୍ର ପୁରୀ ଯାଇ ଜ୍ୟୋତି ମଲହୋତ୍ରାଙ୍କ ଗତିବିଧି ଓ ସମ୍ପର୍କ ନେଇ ତଦନ୍ତ କରୁଛନ୍ତି।

ପ୍ରିୟଙ୍କା ସେନାପତିଙ୍କ ଉପରେ ନଜର: ପୁରୀର ଯୁବତୀ ପ୍ରିୟଙ୍କା ସେନାପତିଙ୍କୁ ସହର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି, ଏବଂ ତାଙ୍କ ପରିବାର ପୁଲିସ ସ୍କାନରରେ ରହିଛି।

ଶେହଜାଦଙ୍କ ଗିରଫଦାରୀ: ଉତ୍ତର ପ୍ରଦେଶ ଏଟିଏସ୍‌ ରାମପୁରର ବାସିନ୍ଦା ଶେହଜାଦଙ୍କୁ ଆଇଏସଆଇ ପାଇଁ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ମୋରାଦାବାଦରୁ ଗିରଫ କରିଛି।

ଶେହଜାଦଙ୍କ କାର୍ଯ୍ୟକଳାପ: ଶେହଜାଦ ଭାରତ-ପାକିସ୍ତାନ ସୀମାରେ ଚୋରା ଚାଲାଣ ଓ ଗୁପ୍ତଚର କାର୍ଯ୍ୟରେ ଜଡ଼ିତ ଥିଲେ, ଯାହା ଗୁଇନ୍ଦା ସୂଚନା ଓ ପ୍ରମାଣ ଆଧାରରେ ଜଣାପଡ଼ିଛି।

ପାକିସ୍ତାନ ଯାତ୍ରା: ଶେହଜାଦ ବହୁବାର ପାକିସ୍ତାନ ଯାତ୍ରା କରି ଅବୈଧ ବାଣିଜ୍ୟରେ ଲିପ୍ତ ଥିଲେ,ଯେଉଁଥିରେ ପ୍ରସାଧନ ସାମଗ୍ରୀ, ପୋଷାକ ଓ ମସଲା ଚୋରା ଚାଲାଣ ଅନ୍ତର୍ଭୁକ୍ତ।

ଦେଶବ୍ୟାପୀ ଅଭିଯାନ: ପାକିସ୍ତାନୀ ଗୁପ୍ତଚର ସଂସ୍ଥା ସହ ସମ୍ପର୍କ ଅଭିଯୋଗରେ ଦେଶବ୍ୟାପୀ ୟୁଟ୍ୟୁବର ଓ ଇନଫ୍ଲୁଏନ୍ସରଙ୍କୁ ଗିରଫ କରାଯାଇଛି।

ଜ୍ୟୋତିଙ୍କ ପୁରୀ ଗତିବିଧି: ଜ୍ୟୋତି ମଲହୋତ୍ରା ପୁରୀରେ ବେଳାଭୂମି, ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ, ଯାହା ତଦନ୍ତର ଅଂଶ ହେବ।

ମୁରିଦକେ ତାଲିମ: ଜ୍ୟୋତି ପାକିସ୍ତାନର ମୁରିଦକେ ସହରରେ ୧୪ ଦିନ ରହି ଲସ୍କର-ଏ-ତୋଏବା ଆଡ୍ଡାରେ ଗୁପ୍ତଚର ତାଲିମ ନେଇଥିଲେ।

ହାଫିଜ ସଇଦ ସମ୍ପର୍କ: ମୁରିଦକେ, ଯାହା ହାଫିଜ ସଇଦର ଘର ଓ ଲସ୍କର-ଏ-ତୋଏବାର ମୁଖ୍ୟାଳୟ ଭାବେ ପରିଚିତ, ସେଠାରେ ଜ୍ୟୋତି ତାଲିମ ନେଇଥିଲେ।

ମିଶନ ପୂର୍ବରୁ ଗିରଫ: ଜ୍ୟୋତିଙ୍କୁ ଭାରତରେ ମିଶନ ଆରମ୍ଭ କରିବା ପୂର୍ବରୁ ହରିୟାଣା ପୁଲିସ ଗିରଫ କରିଥିଲା।

ଜ୍ୟୋତିଙ୍କ ରିମାଣ୍ଡ: ଜ୍ୟୋତି ମଲହୋତ୍ରା ବର୍ତ୍ତମାନ ହିସାର ପୁଲିସର କ୍ରାଇମ୍ ବ୍ରାଞ୍ଚ୍‌ କଷ୍ଟଡିରେ ୫ ଦିନିଆ ରିମାଣ୍ଡରେ ଅଛନ୍ତି।

୨୦ରୁ ଅଧିକ ସମ୍ପୃକ୍ତ: ପୁଲିସ ସୂଚନା ଅନୁଯାୟୀ, ଜ୍ୟୋତିଙ୍କ ମିଶନରେ ୨୦ରୁ ଅଧିକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସାମିଲ ଥିବା ସନ୍ଦେହ କରାଯାଉଛି।

ପାକିସ୍ତାନରେ ମୁକ୍ତ ଗତିବିଧି: ଜ୍ୟୋତି ପାକିସ୍ତାନରେ  ଇସଲାମାବାଦ, କରାଚି ଓ ମୁରିଦକେ ଭଳି ସ୍ଥାନରେ  ବୁଲୁଥିଲେ, ଯାହା ଅନ୍ୟ ଭାରତୀୟଙ୍କ ପାଇଁ ସମ୍ଭବ ନଥିଲା।

ପାକିସ୍ତାନୀ ସୁରକ୍ଷା: ଜ୍ୟୋତିଙ୍କୁ ପାକିସ୍ତାନୀ ପୁଲିସ ସୁରକ୍ଷା ଯୋଗାଇଥିଲା, ଯାହା ତାଙ୍କର ଗୁପ୍ତଚର କାର୍ଯ୍ୟକୁ ସହଜ କରିଥିଲା।

ପାକିସ୍ତାନୀ ଅଧିକାରୀଙ୍କ ସହାୟତା: ପାକିସ୍ତାନର ହାଇକମିସନର ଏହସାନ-ଉର-ରହିମ ଓ ଆଇଏସଆଇ ଅଧିକାରୀ ଶାକିର ଜ୍ୟୋତିଙ୍କୁ ସୁବିଧା ଯୋଗାଇଥିଲେ।

ଏହି ଘଟଣା ଏକ ଗମ୍ଭୀର ରାଷ୍ଟ୍ରୀୟ ସୁରକ୍ଷା ସମସ୍ୟାକୁ ଉଜାଗର କରିଛି, ଯେଉଁଥିରେ କିଛି ଭାରତୀୟ ଯୁବପିଢି ଟଙ୍କା ଲୋଭରେ ଗୋପନୀୟ ଭାବରେ ପାକିସ୍ତାନୀ ଗୁପ୍ତଚର ସଂଗଠନ ISI ପାଇଁ କାମ କରୁଛନ୍ତି । ବିଶେଷ କରି ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର୍ ଓ ୟୁଟ୍ୟୁବର୍ମାନେ ଯେମିତି ଜ୍ୟୋତି ମାଲହୋତ୍ରାଙ୍କ ନାମ ଏଥିରେ ଆସିଛି, ତାହା ଆଶ୍ଚର୍ଯ୍ୟଜନକ ଓ ଚିନ୍ତାଜନକ । ଏହି ଘଟଣା ଦେଶର ସୁରକ୍ଷା ପ୍ରତି ବିପଦ, ଦେଶର ଗୋପନୀୟତା ପ୍ରଭାବିତ ହେବା ସହ ଆତଙ୍କବାଦୀମାନେ ଏହାର ସୁଯୋଗରେ ଦେଶରେ ହିଂସା ସୃଷ୍ଟି କରିବାର ଆଶଙ୍କା ଥାଏ ।

Tags: Haryana YouTuber Jyoti MalhotraINDIAisijyoti malhotraOperation SindoorTOP NEWS
ShareTweetSendShare

RelatedNews

ଥରୁରଙ୍କୁ ନେଇ କଂଗ୍ରେସ ଦୁଇଫାଳ, ଗୋଟିଏ ତୀରରେ ମୋଦୀଙ୍କ ଦୁଇଟି ଶିକାର
Latest News

ଥରୁରଙ୍କୁ ନେଇ କଂଗ୍ରେସ ଦୁଇଫାଳ, ଗୋଟିଏ ତୀରରେ ମୋଦୀଙ୍କ ଦୁଇଟି ଶିକାର

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ
Latest News

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ପାକିସ୍ତାନ ଯାତ୍ରା ସନ୍ଦେହରେ

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍
Opinion

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ
Latest News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

Latest News

ପାକିସ୍ତାନୀ ଗୁପ୍ତଚର ଜାଲରେ ଭାରତୀୟ ୟୁଟ୍ୟୁବର୍

ପାକିସ୍ତାନୀ ଗୁପ୍ତଚର ଜାଲରେ ଭାରତୀୟ ୟୁଟ୍ୟୁବର୍

ଥରୁରଙ୍କୁ ନେଇ କଂଗ୍ରେସ ଦୁଇଫାଳ, ଗୋଟିଏ ତୀରରେ ମୋଦୀଙ୍କ ଦୁଇଟି ଶିକାର

ଥରୁରଙ୍କୁ ନେଇ କଂଗ୍ରେସ ଦୁଇଫାଳ, ଗୋଟିଏ ତୀରରେ ମୋଦୀଙ୍କ ଦୁଇଟି ଶିକାର

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ଅପରେସନ୍ ସିନ୍ଦୂର’ ଓ ଆଇଏମଏଫ ସର୍ତ୍ତ: ପାକିସ୍ତାନର ଆର୍ଥିକ ଓ ରାଜନୈତିକ ସଙ୍କଟ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ପାକିସ୍ତାନ ଯାତ୍ରା ସନ୍ଦେହରେ

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.