Sunday, May 18, 2025
No Result
View All Result
Odisha 365

Latest News

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ପାକିସ୍ତାନ ଯାତ୍ରା ସନ୍ଦେହରେ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ପାକିସ୍ତାନ ଯାତ୍ରା ସନ୍ଦେହରେ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home Latest News

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ପାକିସ୍ତାନ ଯାତ୍ରା ସନ୍ଦେହରେ

ଟଙ୍କା ଲୋଭରେ ଶତ୍ରୁ ଦେଶକୁ ତଥ୍ୟ ଦେଉଥିଲେ ଜ୍ୟୋତି ମାଲହୋତ୍ରା

Ramesh Parida by Ramesh Parida
May 18, 2025, 06:00 pm GMT+0530
FacebookTwitterWhatsAppTelegram

ହରିୟାଣା ପୁଲିସ କହିବା ଅନୁସାରେ ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିଲେ ଜ୍ୟୋତି । ୟୁଟ୍ୟୁବର ଜ୍ୟୋତି ନିଜକୁ ଜଣେ ୟୁଟ୍ୟୁବର କହୁଥିବା ବେଳେ ପୋଲିସ ତାଙ୍କୁ ଆଇଏସଆଇ ପାଇଁ ଗୁପ୍ତଚର କାମ କରୁଥିବା ପ୍ରମାଣ ପାଇଛି । ପୋଲିସ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମ୍ପର୍କରେ ଏମିତି ଖୁଲାସା କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ହିସାରର ଏସପି ଶଶାଙ୍କ କୁମାର ସାଓ୍ଵାନ କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀରର ପହଲଗାମକୁ ଜ୍ୟୋତି ଯାଇଥିଲେ । ପରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜ୍ୟୋତି ମାଲହୋତ୍ରା ପାକିସ୍ତାନ ଗସ୍ତ କରିଥିଲେ।  କିନ୍ତୁ ଜ୍ୟୋତିଙ୍କ ସହ ପହଲଗାମ ଟେରର ଲିଙ୍କ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ଅ ସେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ (ISI) ସହ ସଂପର୍କରେ ଥିବା ପ୍ରମାଣ ମିଳିଛି ।  ଜ୍ୟୋତି ଅନ୍ୟ କେତେକ ୟୁଟ୍ୟୁବରଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲେ ଏବଂ ସେ ତାଙ୍କୁ ପାକିସ୍ତାନ ନେଇ ଯାଉଥିବା ପ୍ରମାଣ ମିଳିଛି  ।

ପୋଲିସ ତଦନ୍ତ ପରେ ଭାରତରୁ ବହିଷ୍କୃତ ହୋଇଥିବା ପାକିସ୍ତାନୀ ଅଧିକାରୀ ଏହସାନ-ଉର-ରହିମ ଓରଫ ଡାନିଶଙ୍କ ସହ ଜ୍ୟୋତିଙ୍କର ନିକଟତର ସମ୍ପର୍କ ଥିଲା। ତାଙ୍କର ‘ଟ୍ରାଭେଲ ଉଇଥ ଜୋ’ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଥିବା ଭିଡିଓଗୁଡ଼ିକ ସାଧାରଣତ ପାକିସ୍ତାନର ପ୍ରଶଂସା କରାଯାଉଥିବା ପୋଲିସ କହିଛି ।

ଜ୍ୟୋତିଙ୍କୁ ସମ୍ବେଦନଶୀଳ ସୂଚନା ସେୟାର କରିବା ଏବଂ ପାକିସ୍ତାନୀ ନାଗରିକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା ଅଭିଯୋଗରେ ଗିରଫ କରାଯାଇଛି। ୨୦୨୪ ମାର୍ଚ୍ଚ ୨୩ ତାରିଖରେ ପାକିସ୍ତାନ ଜାତୀୟ ଦିବସ ଅବସରରେ ଜ୍ୟୋତି ଦିଲ୍ଲୀରେ ଥିବା ପାକିସ୍ତାନୀ ଦୂତାବାସରେ ଆୟୋଜିତ ଇଫ୍ତାର ପାର୍ଟିରେ ଅଂଶଗ୍ରହଣ କରିଥିଲେ। ସେ ଏହି ଘଟଣାର ଏକ ଭିଡିଓ ନିଜ ଚ୍ୟାନେଲରେ ଅପଲୋଡ କରିଥିଲେ। ଭିଡିଓରେ ଦେଖାଯାଇଛି ଯେ ପାକିସ୍ତାନୀ ଦୂତାବାସର ଅଧିକାରୀ ଡାନିଶ ଙ୍କ ସହ ସେ ବନ୍ଧୁ ଭଳି ମିଶୁଛନ୍ତି ।

ଡାନିଶ ଜ୍ୟୋତିଙ୍କୁ ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ପରିଚିତ କରାଇଥିଲେ। ଏହାସହ ଜ୍ୟୋତି କେତେକ ଚୀନୀ ଅଧିକାରୀଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ସେ ପୁରା ଭିଡିଓରେ ପାକିସ୍ତାନୀ ଦୂତାବାସରେ କରାଯାଇଥିବା ଆୟୋଜନର ଖୁବ୍ ପ୍ରଶଂସା କରିଥିଲେ। ଜ୍ୟୋତି ଡାନିଶଙ୍କ ସ୍ତ୍ରୀଙ୍କୁ ହରିୟାଣାର ହିସାରସ୍ଥିତ ତାଙ୍କ ଘରକୁ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଥିଲେ।

 

ଏସପି ଶଶାଙ୍କ କୁମାର ସାଓ୍ଵାନ କହିଛନ୍ତି ଯେ, କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥାମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ସେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ସହ ଯୋଗାଯୋଗରେ ଥିଲେ। ପୁଲିସ ବର୍ତ୍ତମାନ ତାଙ୍କର ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ଫୋନ ଏବଂ ଲାପଟପର ତଦନ୍ତ କରୁଛି। ଜ୍ୟୋତିଙ୍କର ଆୟଠାରୁ ଅଧିକ ଖର୍ଚ୍ଚ ହେଉଥିବା ମଧ୍ୟ ପରିଲକ୍ଷିତ ହୋଇଛି, ଯାହାର ତଦନ୍ତ ଚାଲିଛି। ଏହାସହ, ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଅନ୍ୟ କେତେକ ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖାଯାଉଛି।

ପାକିସ୍ତାନ ଓ ଚୀନ ଯାତ୍ରା ଯୋଗୁଁ ସନ୍ଦେହରେ ଜ୍ୟୋତି

ଜ୍ୟୋତି ମାଲହୋତ୍ରା ସୁରକ୍ଷା ଏଜେନ୍ସିମାନଙ୍କ ନଜରରେ ଆସିଥିଲେ ଯେତେବେଳେ ସେ ୨୦୨୪ ମସିହାରେ ଦୁଇ ମାସର ଅନ୍ତରାଳ ମଧ୍ୟରେ ପାକିସ୍ତାନ ଓ ଚୀନ ଗସ୍ତ କରିଥିଲେ।  ୨୦୨୪ ଏପ୍ରିଲ ୧୭ରୁ ମେ’ ୧୫ ପର୍ଯ୍ୟନ୍ତ ଜ୍ୟୋତି ଏକ ମାସ ପାଇଁ ପାକିସ୍ତାନରେ ରହିଥିଲେ।

ଚୀନ ଯାତ୍ରା: ପାକିସ୍ତାନରୁ ଫେରିବାର ୨୫ ଦିନ ପରେ, ୨୦୨୪ ଜୁନ ୧୦ରେ ସେ ଚୀନ ଗସ୍ତ କରିଥିଲେ ଏବଂ ଜୁଲାଇ ୯ ପର୍ଯ୍ୟନ୍ତ ସେଠାରେ ରହିଥିଲେ।  ଚୀନରୁ ଫେରିବା ପରେ ସେ ଜୁଲାଇ ୧୦ରେ ନେପାଳର କାଠମାଣ୍ଡୁ ଗସ୍ତ କରିଥିଲେ।

ଜ୍ୟୋତି ପାକିସ୍ତାନ ଗଲାବେଳେ କର୍ତାରପୁର କରିଡର ମାଧ୍ୟମରେ ପାକିସ୍ତାନ ଗସ୍ତ କରି ସେଠାରେ ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ଶରିଫଙ୍କୁ ସାକ୍ଷାତ କରି ତାଙ୍କର ସାକ୍ଷାତକାର ନେଇଥିଲେ। ସାଧାରଣ ଜଣେ ୟୁଟ୍ୟୁବର କିପରି ପାକିସ୍ତାନର ହାଇପ୍ରୋଫାଇଲ ନେତାଙ୍କ ସହ ମିଶିଥିଲେ ତାହା ବଡ଼ ସନ୍ଦେହ ସୃଷ୍ଟି କରୁଛି ।

ସୁରକ୍ଷା ଏଜେନ୍ସିମାନେ ଜ୍ୟୋତିଙ୍କ ଉପରେ ସନ୍ଦେହ କରିବାର ଚାରୋଟି ମୁଖ୍ୟ କାରଣ ହେଲା -ପାକିସ୍ତାନ ଓ ଚୀନର ସହଜ ଭିସା କିପରି ତାଙ୍କୁ ମିଳିଲା ।  ପାକିସ୍ତାନ ଓ ଚୀନର ମଧ୍ୟରେ ଯାତ୍ରା କରିବାକୁ ତାଙ୍କୁ କିଏ ସହଯୋଗ କଲା ।  ଜ୍ୟୋତି କିପରି ଏତେ ସହଜେ ଉଭୟ ଦେଶର ଭିସା ପାଇଗଲେ? ତାହା ତଦନ୍ତ ହେଉଛି ।

ଜ୍ୟୋତି ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଥିଲେ । କିନ୍ତୁ ସେ କୌଣସି ନିୟମିତ ଚାକିରି କରୁନଥିଲେ। ହିସାରରେ ତାଙ୍କର  ଏକ ଛୋଟ ଘର ରହିଛି। ତେବେ ତାଙ୍କ ବିଦେଶ ଯାତ୍ରାର ଖର୍ଚ୍ଚ କିଏ ବହନ କରୁଥିଲା? ତାହା ମଧ୍ୟ ତଦନ୍ତ ପରେ ଜଣାପଡିବ ।

ସାଧାରଣ ଜଣେ ୟୁ ଟ୍ୟୁବରଙ୍କୁ ପାକିସ୍ତାନୀ ଦୂତାବାସରେ ଅତିଥି ଭାବେ ଉପସ୍ଥିତି ହଜମ ହେଉନାହିଁ । କିପରି ପାକିସ୍ତାନୀ ଦୂତାବାସର ଇଫ୍ତାର ପାର୍ଟିରେ ସେ ଅତିଥି ଭାବେ ଅଂଶଗ୍ରହଣ କଲେ? ଡାନିଶଙ୍କ ସହ ତାଙ୍କର ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କିପରି ହେଲା ,ଏସବୁ ଘଟଣା ସୁରକ୍ଷା ଏଜେନ୍ସିମାନଙ୍କୁ ସନ୍ଦେହରେ ପକାଇଥିଲା।

ଜଣେ ଟ୍ରାଭେଲ ୟୁଟ୍ୟୁବର ହୋଇଥିବା ସତ୍ତ୍ୱେ, ସେ କିପରି ପାକିସ୍ତାନୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଶରିଫଙ୍କ ଏତେ ନିକଟତର ହେଲେ ଏବଂ ତାଙ୍କର ସାକ୍ଷାତକାର ନେଲେ? ତାହା ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି ।

ପାକିସ୍ତାନୀ ଦୂତାବାସରେ ଭିସା ଆବେଦନ କରିବା ପାଇଁ ସେ ‘ଟ୍ରାଭେଲ ଉଇଥ ଜୋ’ ନାମକ ୟୁଟ୍ୟୁବ ଚ୍ୟାନେଲ ପରିଚାଳନା କରୁଥିବା କହି ହାତେଇଥିଲେ ।  ପାକିସ୍ତାନର ଷ୍ଟୋରି କରିବାକୁ ତାଙ୍କୁ ଅନୁମତି ମିଳିଥିଲା । ତେବେ ସେ ପାକିସ୍ତାନର ସବୁ ସ୍ଥାନକୁ ଯାଇପାରୁଥିଲେ । ଆଇଏସଆଇ ଅଧିକାରୀଙ୍କ ସହ ଆଲୋଚନା କରୁଥିଲେ । ଏସବୁ ଏବେ ସୁରକ୍ଷା ଅଧିକାରୀମାନେ ତଦନ୍ତ କରୁଛନ୍ତି ।

ପୋଲିସ କହିବା କଥା ଦୂତାବାସରେ ତାଙ୍କର ପରିଚୟ ଅଧିକାରୀ ଏହସାନ-ଉର-ରହିମ ଓରଫ ଡାନିଶଙ୍କ ସହ ହୋଇଥିଲା। ପ୍ରଥମ ସାକ୍ଷାତରେ ଡାନିଶଙ୍କ ସହ ସେ ବନ୍ଧୁ କିପରି ବନିଗଲେ ।  ଡାନିଶଙ୍କ ମୋବାଇଲ ନମ୍ବର ସହ ତାଙ୍କ କଥାବାର୍ତା କୁ ପୋଲିସ ଏବେ ତଦନ୍ତ କରୁଛି ।

୨୦୨୩ ମସିହାରେ ତାଙ୍କୁ ୧୦ ଦିନିଆ ପାକିସ୍ତାନ ଭିସା ମିଳିଥିଲା। ଡାନିଶଙ୍କ ପରାମର୍ଶ ଅନୁସାରେ ସେ ପାକିସ୍ତାନରେ ଅଲି ଆହୱାନ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ଯିଏ ତାଙ୍କ ଯାତ୍ରା, ରହଣୀ ଓ ଖାଦ୍ୟର ବ୍ୟବସ୍ଥା କରିଥିଲେ। ଅଲି ଆହୱାନ ଜ୍ୟୋତିଙ୍କୁ ଶାକିର ଓ ରାଣା ଶେହବାଜ ନାମକ ଦୁଇ ବ୍ୟକ୍ତିଙ୍କ ସହ ପରିଚିତ କରାଇଥିଲେ, ଯେଉଁମାନେ ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ଅଧିକାରୀ ଥିଲେ। ଜ୍ୟୋତି ଏହି ଅଧିକାରୀଙ୍କୁ ସମସ୍ତ ସୂଚନା ପ୍ରଦାନ କରୁଥିଲେ ।

ସେବେଠୁ ଭାରତ ଫେରିବା ପରେ ଜ୍ୟୋତି ପାକିସ୍ତାନୀ ଗୁପ୍ତଚର ସଂସ୍ଥା ପାଇଁ କାମ ଆରମ୍ଭ କରିଥିଲେ। ସେ ହ୍ୱାଟସଆପ, ସ୍ନାପଚାଟ ଏବଂ ଟେଲିଗ୍ରାମ ଭଳି ଏନକ୍ରିପ୍ଟେଡ ପ୍ଲାଟଫର୍ମ ମାଧ୍ୟମରେ ସମ୍ବେଦନଶୀଳ ସୂଚନା ପଠାଉଥିଲେ।

ହରିୟାଣା ପୁଲିସର ତଦନ୍ତରୁ ଜଣାପଡ଼ିଛି ଯେ ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନରେ ଭିଆଇପି ସୁବିଧା ମିଳୁଥିଲା। ଏହା ପାକିସ୍ତାନୀ ଦୂତାବାସର ଅଧିକାରୀ ଡାନିଶ ଏବଂ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ସହ ତାଙ୍କର ସମ୍ପର୍କ ଯୋଗୁଁ ସମ୍ଭବ ହୋଇଥିଲା।  ତେବେ ତଦନ୍ତ ପରେ ଅଧିକ ତଥ୍ୟ ମିଳିବ ।

ସାଧାରଣତଃ ଜଣେ ଭାରତୀୟ ପାକିସ୍ତାନ ଗସ୍ତ କଲେ ତାଙ୍କ ଉପରେ ସ୍ଥାନୀୟ ପୁଲିସ ନଜର ରଖିଥାଏ ଏବଂ କେବଳ ଭିସାରେ ଉଲ୍ଲେଖିତ ସ୍ଥାନକୁ ହିଁ ଯାଇପାରନ୍ତି। କିନ୍ତୁ ଜ୍ୟୋତି ପାକିସ୍ତାନରେ ମନଇଚ୍ଛା ସ୍ଥାନକୁ ଯାଉଥିଲେ ଏବଂ ତାଙ୍କୁ ପାକିସ୍ତାନୀ ପୁଲିସ ସୁରକ୍ଷା ମଧ୍ୟ ପ୍ରଦାନ କରୁଥିଲା। ଖର୍ଚ ସହ ଆତିଥ୍ୟ ପ୍ରଦାନ କରୁଥିଲା ପୋଲିସ । ହାଇ-ପ୍ରୋଫାଇଲ ପାର୍ଟିରେ ଅଂଶଗ୍ରହଣ କରୁଥିଲେ, ଯେଉଁଠାରେ ସେ ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କୁ ଭେଟୁଥିଲେ। କାହିଁକି ଭେଟୁଥିଲେ, ଭେଟିବା ବେଳେ କଣ ଆଲୋଚନା କରୁଥିଲେ ସେ ବିଷୟରେ ଏବେ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । କିନ୍ତୁ ସେ ଭେଟୁଥିବା ନିଜେ ଜ୍ୟୋତି ପୋଲିସ ଆଗରେ ମାନିଥିବା ପୋଲିସ କହିଛି ।

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମ୍ପର୍କରେ ହରିୟାଣା ପୁଲିସର ବଡ଼ ଖୁଲାସା କରି ଅନେକ କଥା ପ୍ରକାଶ କରିଛି । ଯାହା କୁ ନେଇ ଭାରତରେ ଆଉ ଏପରି କେତେ ୟୁ ଟ୍ୟୁବର ପାକିସ୍ତାନ ପାଇଁ କାମ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ସୁରକ୍ଷା ଏଜେନସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।

ହିସାରର ଏସପି ଶଶାଙ୍କ କୁମାର ସାଓ୍ଵାନ କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜ୍ୟୋତି ମାଲହୋତ୍ରା ପାକିସ୍ତାନ ଗସ୍ତ କରିଥିଲେ। ତେଣୁ ପହଲାଗାମ ସହ ଜ୍ୟୋତିଙ୍କର କିଛି ଗୁପ୍ତଚର କାର୍ଯ୍ୟ ରହିଛି କି ନାହିଁ ତାହାର ମଧ୍ୟ ତଦନ୍ତ ଚାଲିଛି । ଏପରିକି ଓଡ଼ିଶାର ପ୍ରିୟଙ୍କା ମଧ୍ୟ ଜ୍ୟୋତିଙ୍କ ସହ ପାକିସ୍ତାନ ଯାଇଥିଲେ । ପହଲଗାମ ଯାଇଥିଲେ । ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଓ ପ୍ରିୟଙ୍କା ସେନାପତି ଲିଙ୍କ୍ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ଜ୍ୟୋତି ମାଲହୋତ୍ରାଙ୍କ ଚ୍ୟାନେଲରେ ୩.୭୭ ଲକ୍ଷରୁ ଅଧିକ ସବସ୍କ୍ରାଇବର ଏବଂ ଇନଷ୍ଟାଗ୍ରାମରେ ୧.୩୩ ଲକ୍ଷ ଫଲୋଅର୍ସ ରହିଛନ୍ତି।

ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରବୃତ୍ତି ଅଭିଯୋଗରେ ଗିରଫ କରାଯିବା ପରେ  ଓଡ଼ିଶାର ପୁରୀରେ ରହୁଥିବା ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । କାରଣ ସେ ତାଙ୍କ ସହ ପାକିସ୍ତାନ ଯାଇଥିଲେ ।

୨୦୨୫ ମେ’ ୧୭ରେ ହରିୟାଣା ପୁଲିସ ଜ୍ୟୋତିଙ୍କୁ ଗିରଫ କରିଥିଲା, ଅଭିଯୋଗ ଥିଲା ଯେ ସେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର କାମ କରୁଥିଲେ। ଗିରଫ ପରେ ଏହି ମାମଲାରେ ଆଉ କିିଛି ୟୁଟ୍ୟୁବର ତାଙ୍କ ସହ ପାକିସ୍ତାନ ଯାଇଥିବା ଜଣାପଡିଥିଲା ।  ପ୍ରିୟଙ୍କା ସେନାପତି, ଯିଏ ପୁରୀରେ ରହୁଛନ୍ତି, ସେ ମଧ୍ୟ ପାକିସ୍ତାନ ଯାଇଥିବା ଜଣାପଡିଥିଲା । ପୁରୀ ପୁଲିସ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ତାଙ୍କୁ ପଚରାଉଚରା କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ ୨୦୨୪ ସେପ୍ଟେମ୍ବରରେ ଜ୍ୟୋତି ପୁରୀ ଗସ୍ତ କରିଥିଲେ ଏବଂ ସେତେବେଳେ ପ୍ରିୟଙ୍କାଙ୍କ ସହ ଯୋଗାଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ଅଳ୍ପ ସମୟ ମଧ୍ୟରେ ବନ୍ଧୁତା ହୋଇଥିଲା ।

ପ୍ରିୟଙ୍କାଙ୍କ ବାପା ରାଜକିଶୋର ସେନାପତି  କହିଛନ୍ତି ଯେ ପ୍ରିୟଙ୍କା କେବଳ ୟୁଟ୍ୟୁବ ଓ ଭ୍ରମଣ ସମ୍ବନ୍ଧୀୟ କାମ ପାଇଁ ଜ୍ୟୋତିଙ୍କ ସହ  ସାଙ୍ଗ ହୋଇଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ପ୍ରିୟଙ୍କା କୌଣସି ଦେଶବିରୋଧୀ କାର୍ଯ୍ୟରେ ଜଡ଼ିତ ନାହାନ୍ତି ତେବେ ତଦନ୍ତ ପ୍ରକ୍ରିୟା ପରେ ଜଣାପଡ଼ିବ କାହାର କାହା ସହ ସଂପର୍କ ରହିଛି ।

ପ୍ରିୟଙ୍କାଙ୍କୁ ମେ’ ୧୮, ୨୦୨୫ରେ ପୁରୀ ପୁଲିସ ପଚରାଉଚରା କରିଛି। ତାଙ୍କୁ କର୍ତାରପୁର ଯାତ୍ରାର ଉଦ୍ଦେଶ୍ୟ କ’ଣ ଥିଲା ତାହା ଉପରେ ପ୍ରଶ୍ନ କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନଯିବାକୁ ନିର୍ଦେଶ ପୋଲିସ ଦେଇଛି ।  ସେପଟେ ଜ୍ୟୋତିଙ୍କର ମୋବାଇଲ, ଲାପଟପ ଓ ବ୍ୟାଙ୍କ ଆକାଉଣ୍ଟର ତଦନ୍ତ ଚାଲିଛି। ତାଙ୍କର ଆୟଠାରୁ ଅଧିକ ଖର୍ଚ୍ଚ ଏବଂ ପାକିସ୍ତାନୀ ଅଧିକାରୀମାନଙ୍କ ଦ୍ୱାରା ପ୍ରାୟୋଜିତ ଯାତ୍ରା ସନ୍ଦେହ ବଢ଼ାଇଛି। ଏହାସହ, ପହଲଗାମ ଆକ୍ରମଣ ଓ ‘ଅପରେସନ ସିନ୍ଦୁର’ ସହ ଜ୍ୟୋତିଙ୍କର ସମ୍ପର୍କ କଣ ରହିଛି ତାହାର ତଦନ୍ତ କରାଯାଉଛି ।

ପ୍ରିୟଙ୍କାଙ୍କ କର୍ତାରପୁର ଯାତ୍ରା ମଧ୍ୟ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ପୁଲିସ ଜାଣିବାକୁ ଚେଷ୍ଟା କରୁଛି ଯେ ଏହି ଯାତ୍ରା କେବଳ ଧାର୍ମିକ ଉଦ୍ଦେଶ୍ୟରେ ଥିଲା ନା ଗୁପ୍ତଚର କାମ ଥିଲା ।

ଏହି ଦୁଇ ଜଣଙ୍କ ଘଟଣା ଭାରତର ଜାତୀୟ ନିରାପତ୍ତା ପ୍ରତି ପ୍ରଶ୍ନ ଉଠାଇଛି ।  ସାମାଜିକ ଗଣମାଧ୍ୟମର ଭୂମିକା ଏବଂ ବ୍ୟକ୍ତିଗତ ସମ୍ପର୍କରେ ସତର୍କତା ଉପରେ ଗଭୀର ପ୍ରଭାବ ପକାଇପାରେ। ଶତ୍ରୁ ରାଷ୍ଟ୍ରମାନେ ସାଧାରଣ ନାଗରିକଙ୍କୁ ସୂଚନା ପାଇଁ ଏଭଳି ବ୍ୟବହାର କରିପାରନ୍ତି।

ପ୍ରିୟଙ୍କାଙ୍କ ମାମଲା ସାମାଜିକ ଗଣମାଧ୍ୟମରେ କାହାକୁ ବିଶ୍ୱାସ ଓ ସମ୍ପର୍କ ବଢ଼ାଇବା ବେଳେ ସତର୍କତା ରହିବା ଆବଶ୍ୟକ ବୋଲି ସୂଚାଉଛି ।  ଆପଣ କୁଆଡ଼େ ଯାଉଛନ୍ତି, କାହା ସହ ଯାଉଛନ୍ତି, ସେ କିଏ ତାଙ୍କର କିଛି ଏଜେଣ୍ଡା ଅଛିକି ନାହିଁ ତାହା ମଧ୍ୟ ଜାଣିବା ଆବଶ୍ୟକ। ଜ୍ୟୋତିଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ୍ ଘଟଣା ଜାତୀୟ ନିରାପତ୍ତା ଓ ଡିଜିଟାଲ ଯୁଗରେ ସୂଚନାର ଦୁରୁପଯୋଗ ଉପରେ ଆଲୋକପାତ କରିଛି।  ସାମାଜିକ ଗଣମାଧ୍ୟମରେ ସମ୍ପର୍କ ଗଢ଼ିବା ସମୟରେ ସତର୍କ ରହିବା ଏବଂ ଜାତୀୟ ନିରାପତ୍ତା ପ୍ରତି ସଚେତନ ହେବା ନିହାତି ଜରୁରୀ, ନହେଲେ ବିପଦରେ ପଡ଼ିବା ସ୍ବାଭାବିକ ।

 

Tags: jyoti malhotraTOP NEWS
ShareTweetSendShare

RelatedNews

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍
Opinion

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ
Latest News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ
Latest News

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?
Latest News

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?
Latest News

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ପୁରୀ ଯୁବତୀ ପ୍ରିୟଙ୍କାଙ୍କ ପାକିସ୍ତାନ ଯାତ୍ରା ସନ୍ଦେହରେ

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

IPL ଆରମ୍ଭ, ସୁରକ୍ଷା କାରଣରୁ ବନ୍ଦ ଥିଲା ମ୍ୟାଚ୍

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ପକ୍କା ଘରର ସ୍ବପ୍ନ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ତୁର୍କୀ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅସୁସ୍ଥ

ସେହେବାଜ୍ ସରିଫ ଶେଷରେ ମାନିଲେ- ଭାରତ ଆକ୍ରମଣରେ ଜୋରଦାର କ୍ଷତି ହୋଇଛି

ଆତଙ୍କବାଦ ବିରୋଧରେ ମୋଦିଙ୍କୁ କେଉଁ କେଉଁ ଦେଶ ସମର୍ଥନ ଦେଉଛନ୍ତି ?

କାହିଁକି ଟ୍ରମ୍ପ ମୋଦିଙ୍କ ସହ ଖୋଲାଖୋଲି ଛିଡ଼ା ହେଉନାହାଁନ୍ତି?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

ଭାରତର ପ୍ରତିରକ୍ଷା ବଜେଟ ଚୀନ ଓ ପାକିସ୍ତାନ ଠାରୁ କେତେ ଅଧିକ ?

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

 ଦୁର୍ବଳ ହେଉଛି କି ଇଣ୍ଡି ମେଣ୍ଟ,ଚିନ୍ତାରେ କଂଗ୍ରେସ ଓ ବିରୋଧୀ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ସାରା ବିଶ୍ବ ଭ୍ରମଣ କରି ପାକିସ୍ତାନର ଅସଲ ଚେହେରା ଓ ତାର ଆତଙ୍କୀ କାର୍ଯ୍ଯକଳାପ କଥା କହିବେ ସାଂସଦ

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

ଏକ ଦାୟିତ୍ବହୀନ ଏବଂ ବିଶ୍ବାସଘାତକ ରାଷ୍ଟ୍ର ହାତ‌ରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ?

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.