ଗରିବ ଓ ପଛୁଆ ବର୍ଗଙ୍କୁ ଘର ଖଣ୍ଡେ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ୨୦୧୪ରେ ମୋଦୀ ସରକାର ଆସିବା ପରେ ୨୦୧୫ ମସିହା ଜୁନ୍ ମାସରେ ଏହି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଥିଲା । ଗ୍ରାମାଞ୍ଚଳ ସହିତ ସହରାଞ୍ଚଳରେ ରହୁଥିବା ଗରିବ ଶ୍ରେଣୀର ପରିବାରକୁ ମଧ୍ୟ ଏହି ଯୋଜନାରେ ଆବାସ ଯୋଗାଇ ଦେଉଛନ୍ତି ସରକାର । ଏହି ଯୋଜନାରେ କେନ୍ଦ୍ର ସରକାର ହିତାଧିକାରୀଙ୍କୁ ୨ ଲକ୍ଷ ୨୫ ହଜାର ଟଙ୍କା ଯୋଗାଇ ଦେଉଛନ୍ତି । ସେହିଭଳି ରାଜ୍ୟ ସରକାର ମଧ୍ୟ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ଯୋଗାଇ ଦେଉଛନ୍ତି । ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଥିଲେ ହିତାଧିକାରୀଙ୍କୁ ତୁରନ୍ତ ଆବଦେନ କରିବାକୁ ହେବ । ଏହି ଯୋଜନାର କେଉଁମାନେ ଲାଭ ଉଠାଇ ପାରିବେ ଓ କେମିତି ଆବେଦନ କରିବେ ତାହା ନିମ୍ନରେ ଦିଆଯାଇଥିବା ସୂଚନାରୁ ଜାଣି ପାରିବେ ଆପଣ ।
ଏହି ଯୋଜନାରେ ଗ୍ରାମାଞ୍ଚଳ ପାଇଁ ୨୫ ବର୍ଗ ମିଟର ଓ ସହରାଞ୍ଚଳ ପାଇଁ ପାଇଁ ୩୦ ବର୍ଗ ମିଟର ଜାଗାରେ ଘର ତିଆରି ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେଉଛନ୍ତି । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଦରକାର । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧ କୋଟିରୁ ଅଧିକ ହିତାଧିକାରୀ ସୁବିଧା ପାଇ ସାରିଛନ୍ତି ।
ଯୋଜନାର ଲାଭ ଉଠାଇବାକୁ ହେଲେ ହିତାଧିକାରୀଙ୍କୁ pmaymis.gov.in ୱେବ୍ସାଇଟ୍ ଭିଜିଟ୍ କରିବାକୁ ପଡ଼ିବ । ହୋମ୍ପେଜ୍ରେ PMAY ଉପରେ କ୍ଲିକ୍ କରି ସମସ୍ତ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ହେବ । ଏଠାରେ ଯଦି ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ନଥିବେ ତେବେ ଆପଣଙ୍କ ଆବେଦନ ପ୍ରକ୍ରିୟା ଆଗକୁ ବଢ଼ିବ ନାହିଁ । ଯୋଗ୍ୟ ହୋଇଥିଲେ ନାମ ଓ ଆଧାର କାର୍ଡ ନମ୍ବର ଦାଖଲ କରିବାକୁ ହେବ । ଏହାପରେ ହିତାଧିକାରୀଙ୍କୁ ଏକ ଓଟିପି ଆସିବ । ଏହି ଓଟିପି ଦାଖଲ କରି ଆବେଦନ ପ୍ରକ୍ରିୟା ଶେଷ କରିପାରିବେ ଆପଣ ।
ଯୋଜନାର ଲାଭ ଉଠାଇବାକୁ ହେଲେ ହିତାଧିକାରୀଙ୍କୁ କେତେକ ବିଶେଷ ଦସ୍ତାବିଜ୍ର ଆବଶ୍ୟକତା ରହିବ । ତାହା ହେଉଛି, ହିତାଧିକାରୀଙ୍କ ଆଧାର ନମ୍ବର ଓ ପରିବାର ବର୍ଗଙ୍କ ଆଧାର ବିବରଣୀ । ଏହା ସହିତ ଆକ୍ଟିଭ୍ ଥିବା ବ୍ୟାଙ୍କ ପାସ୍ବୁକ୍ ବିବରଣୀ ସହ ଆୟ ପ୍ରମାଣ ପତ୍ରର ଆବଶ୍ୟକତା ରହିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଜାଗା ସମ୍ୱନ୍ଧିତ ଦସ୍ତାବିଜ୍ ମଧ୍ୟ ଦାଖଲ କରିବେ ହିତାଧିକାରୀ । ଆବେଦନର କିଛି ଦିନ ପରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାର ଲାଭ ଉଠାଇ ପାରିବେ ।