ଜମ୍ମୁ-କଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ଆତଙ୍କବାଦୀମାନେ ଧର୍ମ ପଚାରି ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ମହିଳା ଓ ଶିଶୁଙ୍କ ସାମ୍ନାରେ ପୁରୁଷମାନଙ୍କୁ ମୁଣ୍ଡ ଓ ଛାତିରେ ଗୁଳି କରାଯାଇଥିଲା। ମହିଳାମାନଙ୍କୁ କୁହାଯାଇଥିଲା, “ତୁମେ ଜୀବିତ ରହି ମୋଦୀଙ୍କୁ ଏହା ଜଣାଇବାକୁ ଯାଅ।” ଯାହା କୋଟି କୋଟି ଭାରତୀୟଙ୍କ ରକ୍ତକୁ ଗରମ କରିଥିଲା । ଆତଙ୍କବାଦୀଙ୍କୁ ଦଣ୍ଡଦେବାକୁ ଭାରତୀୟମାନେ ଦାବି କରିଥିଲେ ।
ଏହି ଘଟଣା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବରେ ଥିଲେ। ସେ ନିଜ ଯାତ୍ରା ମଝିରେ ଛାଡ଼ି ଦେଶକୁ ଫେରିଥିଲେ ଏବଂ କ୍ୟାବିନେଟ୍ ବୈଠକ ଡାକିଥିଲେ। ୨୪ ଏପ୍ରିଲରେ ସେ କହିଥିଲେ, “ଆତଙ୍କବାଦୀମାନଙ୍କୁ କଳ୍ପନାଠାରୁ ମଧ୍ୟ ବଡ଼ ଦଣ୍ଡ ମିଳିବ।” ଏହାପରେ ସେ ସେନା ଅଧିକାରୀଙ୍କ ସହ ବୈଠକ କରି କହିଥିଲେ ଯେ ସେନା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନ ଓ ସମୟ ନିଷ୍ପତ୍ତି କରୁ।
ପହଲଗାମ ଘଟଣାର ୧୫ ଦିନ ପରେ, ମେ ୬ ରାତିରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ହବାଇ ହମଲା କରିଥିଲା। ମାତ୍ର ୨୫ ମିନିଟ୍ରେ ୯ଟି ଆତଙ୍କବାଦୀ ଅଡ୍ଡା ଧ୍ୱଂସ କରାଯାଇଥିଲା ଏବଂ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା। ଏହି ଅଡ୍ଡାଗୁଡ଼ିକରେ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯାଉଥିଲା। ଭାରତ ଏହି କାର୍ଯ୍ୟାନୁଷ୍ଠାନର ନାମ ଦେଇଥିଲା ‘ଅପରେସନ୍ ସିନ୍ଦୂର’। କାରଣ, ଆତଙ୍କବାଦୀମାନେ ଦେଶର ବହୁ ବୋହୂ-ଝିଅଙ୍କ ସିନ୍ଦୂର (ସୁହାଗ) ଉଜାଡ଼ି ଦେଇଥିଲେ।
ଏହାପରେ ପାକିସ୍ତାନ ମେ ୮ ତାରିଖ ରାତିଠାରୁ ସୀମାନ୍ତ ଅଞ୍ଚଳ ଓ ହବାଇ ଘାଟି ଉପରେ ଲଗାତାର ଗୁଳିବର୍ଷଣ ଆରମ୍ଭ କରିଥିଲା। ଭାରତ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ସେନା ଘାଟିଗୁଡ଼ିକ ଉପରେ ହମଲା କରିଥିଲା।
ପାକିସ୍ତାନ ଲଗାତାର ଦ୍ୱିତୀୟ ଦିନ, ଗୁରୁବାର ରାତିରେ ଜମ୍ମୁ-କଶ୍ମୀର, ପଞ୍ଜାବ ଓ ରାଜସ୍ଥାନରେ ଡ୍ରୋନ୍ ଓ ମିସାଇଲ ଦ୍ୱାରା ହମଲା କରିଥିଲା। ଭାରତ ପାଲଟା କାର୍ଯ୍ୟାନୁଷ୍ଠାନରେ S-400 ଡିଫେନ୍ସ ସିଷ୍ଟମ ବ୍ୟବହାର କରି ଡ୍ରୋନ୍ ଓ ମିସାଇଲଗୁଡ଼ିକୁ ନଷ୍ଟ କରିଥିଲା।
ଭାରତୀୟ ରାଫେଲ ପଠାନକୋଟରେ ପାକିସ୍ତାନର ଏକ ଫାଇଟର ଜେଟ୍ ମାରି ପକାଇଥିଲା । ଜମ୍ମୁ ଓ ପଠାନକୋଟରେ ଆତ୍ମଘାତୀ ଡ୍ରୋନ୍ ଦ୍ୱାରା ହମଲା ହୋଇଥିଲା। ପାକିସ୍ତାନୀ ଡ୍ରୋନ୍ଗୁଡ଼ିକ ଜମ୍ମୁ ବିମାନବନ୍ଦର ଓ ପଠାନକୋଟ ଏୟାରବେସ ସେନା ଷ୍ଟେସନକୁ ଲକ୍ଷ୍ୟ କରିଥିଲେ, ଯାହାକୁ ଭାରତୀୟ ସେନା ପ୍ରତିରକ୍ଷା ବ୍ୟବସ୍ଥା ନାକାମ କରିଦେଇଥିଲା।
ଅପରେସନ୍ ସିନ୍ଦୂରର ପରବର୍ତ୍ତୀ ଦିନ, ଅର୍ଥାତ୍ ବୁଧବାର-ଗୁରୁବାର ରାତିରେ ପାକିସ୍ତାନ ଭାରତର ୧୫ରୁ ଅଧିକ ସେନା ଘାଟି ଉପରେ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଭାରତ ରୁଷିଆରୁ ପ୍ରାପ୍ତ S-400 ଡିଫେନ୍ସ ସିଷ୍ଟମ ମାଧ୍ୟମରେ ଏହାକୁ ଧ୍ବଂସ କରିଥିଲା ।
ପାଲଟା କାର୍ଯ୍ୟାନୁଷ୍ଠାନରେ ଭାରତ ଗୁରୁବାର ସକାଳେ ପାକିସ୍ତାନର ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଦେଇଥିଲା। ଏଥିପାଇଁ ଇଜରାଏଲରୁ ପ୍ରାପ୍ତ ହାର୍ପି ଡ୍ରୋନ୍ର ବ୍ୟବହାର କରାଯାଇଥିଲା। ଯାହା ପାକିସ୍ତାନର ଅନେକ କ୍ଷତି କରିଥିଲା ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ଅପରାହ୍ନ ୨:୩୦ରେ ଜଣାଇଥିଲା ଯେ ପାକିସ୍ତାନ ଉତ୍ତର ଓ ପଶ୍ଚିମ ଭାରତର ସହରଗୁଡ଼ିକୁ ମଧ୍ୟ ନିଶାନା କରିଥିଲା। ଏହି ସମୟରେ ଅବନ୍ତୀପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଳା, ଜଲନ୍ଧର, ଲୁଧିଆନା, ଆଦମପୁର, ବଠିଣ୍ଡା, ଚଣ୍ଡୀଗଡ଼, ନାଲ, ଫଲୋଦୀ, ଉତ୍ତରଲାଇ ଓ ଭୁଜରେ ଡ୍ରୋନ୍ ଓ ମିସାଇଲ ପକାଇଥିଲା, ଯାହାକୁ ମଧ୍ୟ ନାକାମ କରାଯାଇଥିଲା।
ଆମେରିକା କହିଲା: କଶ୍ମୀରରେ ଯାହା ଘଟିଛି, ତାହା ଭୟଙ୍କର
ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଟାମୀ ବ୍ରୁସ୍ କହିଥିଲେ ଯେ ପାକିସ୍ତାନ ପହଲଗାମ ଆତଙ୍କୀ ଆକ୍ରମଣର ସ୍ୱାଧୀନ ତଦନ୍ତ ଚାହୁଁଛି, ଏହା ଉପରେ ଆଲୋଚନା ହୋଇଛି। ସେ ଭାରତ ଓ ପାକିସ୍ତାନକୁ ସଂଘର୍ଷ ସମାଧାନ ପାଇଁ କାମ କରିବାକୁ ଅପିଲ କରି ସେ କହିଥିଲେ, “ଆମେ ଉଭୟ ସରକାରଙ୍କ ସହ ଫୋନ୍ରେ ପରିସ୍ଥିତିର ସମୀକ୍ଷା କରିଛୁ। ଆମେ କ’ଣ ଆଲୋଚନା କରିଛୁ କିମ୍ବା କେଉଁ ବାର୍ତ୍ତା ଦେଇଛୁ, ତାହା ପ୍ରକାଶ କରିପାରିବୁ ନାହିଁ।”
ଭାରତର ଅଭିଯୋଗ ଯେ ପାକିସ୍ତାନ ଆତଙ୍କୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରୁଛି, ଏହା ଉପରେ ଟାମୀ ବ୍ରୁସ୍ କହିଥିଲେ, “ଆଜିର ଦୁନିଆରେ ଏହା ଏକ ଏପରି ବିଷୟ, ଯାହାକୁ ଆମେ ଦଶନ୍ଧି ଧରି କହି ଆସୁଛୁ। ମଧ୍ୟପ୍ରାଚ୍ୟରେ ଲୋକଙ୍କ ଜୀବନ ନଷ୍ଟ ହେଉଛି। କଶ୍ମୀରରେ ଯାହା ଘଟୁଛି, ତାହା ଭୟଙ୍କର। ଏହା ପାଇଁ ଆମେ ସମବେଦନା ଜଣାଉଛୁ। ବିଶ୍ୱ ଏପରି ହିଂସାର ନିନ୍ଦା କରେ।”
ପାକିସ୍ତାନ ହମାସ୍ ଶୈଳୀର ମିସାଇଲ ବ୍ୟବହାର କରିଥିଲା
ପାକିସ୍ତାନ ଜମ୍ମୁରେ ହମାସ୍ ଶୈଳୀର ମିସାଇଲ ବ୍ୟବହାର କରିଥିଲା। ଜମ୍ମୁରେ ହୋଇଥିବା ଆକ୍ରମଣ ହମାସ୍ର ଇଜରାଏଲ ଉପରେ କରାଯାଇଥିବା ହମଲା ପରି, ଯେଉଁଠାରେ କମ୍ ମୂଲ୍ୟରେ ଅନେକ ରକେଟ୍ ଏକସଙ୍ଗେ ପକାଯାଇଥାଏ। ସୂତ୍ର ଅନୁଯାୟୀ, ଗତ ମାସରେ PoKରେ ISI ଓ ହମାସ୍ ମଧ୍ୟରେ ଏକ ବୈଠକ ମଧ୍ୟ ହୋଇଥିଲା।
ଟାଇମଲାଇନ୍
୨୨ ଏପ୍ରିଲ ୨୦୨୫ରେ ଜମ୍ମୁ ଓ କାଶ୍ମୀରର ପହଲଗାମର ବୈସରନ ଉପତ୍ୟକାରେ ଘଟିଥିବା ଆତଙ୍କୀ ହମଲା ଭାରତକୁ ସ୍ତବ୍ଧ କରିଦେଇଥିଲା। ଏହି ହମଲାରେ ୨୬ ଜଣ ନିରୀହ ପର୍ଯଟକ ଓ ଜଣେ ସ୍ଥାନୀୟ ବ୍ୟକ୍ତି ପ୍ରାଣ ହରାଇଥିଲେ।
ଏହା ଥିଲା ୨୦୦୮ ମୁମ୍ବାଇ ହମଲା ପରେ ଭାରତରେ ସବୁଠାରୁ ଭୟଙ୍କର ଆତଙ୍କୀ ହମଲା। ଏହି ଘଟଣା ଭାରତ-ପାକିସ୍ତାନ ସମ୍ପର୍କକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିଦେଇଛି।
୨୨ ଏପ୍ରିଲ ୨୦୨୫
ପହଲଗାମର ବୈସରନ ଉପତ୍ୟକାରେ ପାଞ୍ଚ ଜଣ ଆତଙ୍କୀ, M4 କାର୍ବାଇନ ଓ AK-47 ସହ ସଶସ୍ତ୍ର, ପର୍ଯଟକମାନଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ୨୬ ଜଣ ନିହତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ହିନ୍ଦୁ ପର୍ଯଟକ, ଜଣେ ଖ୍ରୀଷ୍ଟିଆନ ଓ ଜଣେ ସ୍ଥାନୀୟ ମୁସଲମାନ ଥିଲେ।
କିଏ କରିଥିଲା ଆକ୍ରମଣ
ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF): TRF, କରିଥିଲା ଆକ୍ରମଣ । ଯାହାକୁ ପାକିସ୍ତାନ-ଆଧାରିତ ଲସ୍କର-ଏ-ତୋଇବାର ଏକ ଶାଖା ବୋଲି ବିଚାର କରାଯାଏ, ଟେଲିଗ୍ରାମରେ ଏହି ହମଲାର ଦାୟିତ୍ୱ ନେଇଥିଲା। ସେମାନେ ଦାବି କରିଥିଲେ ଯେ ଏହା କାଶ୍ମୀରରେ ଅଣ-ସ୍ଥାନୀୟ ବସତି ଓ ସ୍ୱତନ୍ତ୍ର ମାନ୍ୟତା ରଦ୍ଦ ବିରୋଧରେ ଏକ ପ୍ରତିବାଦ।
ସୁରକ୍ଷା ବାହିନୀର ପଦକ୍ଷେପ:
ଭାରତୀୟ ସେନା, ଆଧାସୈନିକ ବାହିନୀ ଓ ଜମ୍ମୁ ଓ କାଶ୍ମୀର ପୁଲିସ ମିଳିତ ଭାବେ ଏକ କର୍ଡନ ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପହଲଗାମରେ ଅସ୍ଥାୟୀ ଲକଡାଉନ ଜାରି ହୋଇଥିଲା ଏବଂ ଆତଙ୍କୀମାନଙ୍କୁ ଖୋଜିବା ପାଇଁ ହେଲିକପ୍ଟର ମୁତୟନ କରାଯାଇଥିଲା।
ପ୍ରଥମ ସପ୍ତାହ: ଅନୁସନ୍ଧାନ ଓ ରାଜନୈତିକ ପ୍ରତିକ୍ରିୟା (୨୩-୨୮ ଏପ୍ରିଲ ୨୦୨୫):
୨୩ ଏପ୍ରିଲରେ, ଭାରତ ଅଟାରୀ-ୱାଘା ସୀମା ବନ୍ଦ କରିଥିଲା ଏବଂ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା।
ପାକିସ୍ତାନୀ ନାଗରିକମାନଙ୍କୁ ସପ୍ତାହେ ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ପାକିସ୍ତାନ ଏହି ଅଭିଯୋଗକୁ ଅସ୍ୱୀକାର କରି ଏକ ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଥିଲା।
୨୪ ଏପ୍ରିଲରେ, ଉଧମପୁରର ବସନ୍ତଗଡ଼ରେ ଆତଙ୍କୀମାନଙ୍କ ସହ ଗୁଳି ବିନିମୟରେ ଜଣେ ଭାରତୀୟ ସୈନିକ ସହିଦ ହୋଇଥିଲେ ଏବଂ ଦୁଇ ଜଣ ଆହତ ହୋଇଥିଲେ।
ଜମ୍ମୁ ଓ କାଶ୍ମୀର ପୁଲିସ ହମଲା ପାଇଁ ଦାୟୀ ବ୍ୟକ୍ତିଙ୍କ ଚିହ୍ନଟ, ଗିରଫ କିମ୍ବା ନିପାତ ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।
ଜାତୀୟ ତଦନ୍ତ ସଂସ୍ଥା (NIA) ଅନୁସନ୍ଧାନ ଆରମ୍ଭ କରି ପାକିସ୍ତାନର ଗୁପ୍ତଚର ସଂସ୍ଥା ISIର ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ହମଲା ହୋଇଥିବା ସୂଚନା ପାଇଥିଲା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ EU ମୁଖ୍ୟ ଉର୍ସୁଲା ଭନ ଡେର ଲେୟେନ ହମଲାର ନିନ୍ଦା କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୌଦି ଆରବ ଗସ୍ତ ଛାଡି ଫେରି ଆସିଥିଲେ କହିଥିଲେ “ପୃଥିବୀର ଯେକୌଣ ସ୍ତାନରେ ଥିବା ଆତଙ୍କୀକୁ ଶେଷ କରାଯିବ ।
NIA ଚିହ୍ନଟ କରିଥିଲା ଯେ ହମଲାକାରୀମାନେ ଏପ୍ରିଲ ୧୫ରୁ ପହଲଗାମରେ ରେକି କରୁଥିଲେ ଏବଂ ବୈସରନ ଉପତ୍ୟକା ସହ ଆରୁ ଉପତ୍ୟକା, ବେଟାବ ଉପତ୍ୟକା ଓ ସ୍ଥାନୀୟ ଆମ୍ୟୁଜମେଣ୍ଟ ପାର୍କରେ ଯାଇଥିଲେ।
ଚାରି ଜଣ ଆତଙ୍କୀଙ୍କ ମଧ୍ୟରେ ତିନି ଜଣ ପାକିସ୍ତାନୀ ଓ ଜଣେ ସ୍ଥାନୀୟ ଆତଙ୍କୀ ଆଦିଲ ଥୋକର ଥିଲେ, ଯିଏ ୨୦୧୮ରେ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲେ ଏବଂ ପାକିସ୍ତାନରେ ଲସ୍କର-ଏ-ତୋଇବା ସହ ତାଲିମ ନେଇଥିଲେ।
ପୁଲିସ ସିନାଗରରେ ୩୦ରୁ ଅଧିକ ସ୍ଥାନରେ ତଲାସୀ କରିଥିଲା ଏବଂ ୧୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା �ေବହାବା କରିଥିଲେ।
ସାମାଜିକ ଓ ରାଜନୈତିକ ପ୍ରଭାବ:
୬-୯ ମଇ ୨୦୨୫
ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ରେ ଥିବା ଆତଙ୍କୀ ଶିବିର ଉପରେ ‘ଅପରେସନ ସିନ୍ଦୁର’ ନାମକ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ୩୦୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା ଦାବି କରାଯାଇଥିଲା, ଯେଉଁଥିରେ PoKରେ ୧୦୦ ଓ ପାକିସ୍ତାନରେ ୨୦୦ରୁ ଅଧିକ ଆତଙ୍କୀ ଥିଲେ।
ଏହି ଅପରେସନକୁ ଜମ୍ମୁ ଓ କାଶ୍ମୀରରୁ ଆରମ୍ଭ କରି ସମସ୍ତ ରାଜ୍ୟର ଲୋକ ସମର୍ଥନ କରିଥିଲେ।
ଭୁବନେଶ୍ୱରରେ ଲୋକେ ଏହି ଅପରେସନକୁ ସମର୍ଥନ କରି ସେଲିବ୍ରେସନ କରିଥିଲେ।
କାତାର, ସ୍ପେନ, ଇରାନ, ଇସ୍ରାଏଲ, ଜାପାନ, ଫ୍ରାନ୍ସ, ଜର୍ମାନୀ, ଆଫଗାନିସ୍ତାନ ଓ ବାଂଲାଦେଶ ଭାରତ ଓ ପାକିସ୍ତାନକୁ ଉତ୍ତେଜନା ହ୍ରାସ କରିବାକୁ ଅନୁରୋଧ କରିଥିଲେ।
ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଓ ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥ ଉଭୟ ଦେଶର ନେତାଙ୍କ ସହ ଆଲୋଚନା କରି ଶାନ୍ତି ରକ୍ଷା କରିବାକୁ କହିଥିଲେ।
ଏହାପରେ ଦୁଇ ଦେଶ ମଧ୍ୟରେ ସିଜ ଫାୟାର ହୋଇଥିଲା