ମକ୍ ଡ୍ରିଲ୍ କଣ?
ଏକ ମକ୍ ଡ୍ରିଲ୍ ହେଉଛି ଏକ ଅନୁକରଣ ଅଭ୍ୟାସ ଯାହା ଯୁଦ୍ଧ, ପ୍ରାକୃତିକ ଦୁର୍ବିପାକ, ଆତଙ୍କବାଦୀ ଆକ୍ରମଣ କିମ୍ବା ଅନ୍ୟାନ୍ୟ ଜରୁରୀ ପରିସ୍ଥିତି ପାଇଁ ପୂର୍ବ ପ୍ରସ୍ତୁତି ପାଇଁ ଅଭ୍ୟାସ ଉଦ୍ଦେଶ୍ୟରେ କରାଯାଇଥାଏ। ଏହା ବାସ୍ତବ ପରିସ୍ଥିତିର ଅନୁକରଣ କରି ସୁରକ୍ଷା ବାହିନୀ, ପ୍ରଶାସନିକ ଅଧିକାରୀ ଏବଂ ସାଧାରଣ ନାଗରିକଙ୍କ ପ୍ରସ୍ତୁତି ପରୀକ୍ଷା କରେ, ଯାହା ଦ୍ୱାରା ସଠିକ୍ ସମନ୍ୱୟ, ଉଦ୍ଧାର ଏବଂ ନିରାପଦ ସ୍ଥାନାନ୍ତରଣ ପ୍ରକ୍ରିୟା ନିଶ୍ଚିତ କରାଯାଇପାରେ। ଭବିଷ୍ୟତରେ ମକ୍ ଡ୍ରିଲ୍ ପ୍ରସ୍ତୁତିରେ ଥିବା ତ୍ରୁଟିଗୁଡ଼ିକୁ ଚିହ୍ନଟ କରାଯାଇ ତାହାକୁ ଉନ୍ନତ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରେ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମକ୍ ଡ୍ରିଲ୍ କାହିଁକି?
22 ଏପ୍ରିଲ 2025ରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ 28 ଜଣ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ଏବଂ ଶାରୀରିକ ପରୀକ୍ଷା (ଖତନା ହୋଇଛି କି ନାହିଁ) କରି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ନରସଂହାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ ସହ ଏକାଧିକ ବୈଠକ କରିଥିଲେ। ଏହାର ପରିଣାମ ସ୍ୱରୂପ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ କରିବାର ସଂଭାବନା ରହିଛି । ଏହାର ଜବାବ ପାକିସ୍ତାନ ଦେଇପାରେ । ଏହି ସଂଭାବ୍ୟ ଯୁଦ୍ଧ ପାଇଁ 7 ମେ 2025 ରେ ସମଗ୍ର ଦେଶରେ ଏକ ବୃହତ୍ ମକ୍ ଡ୍ରିଲ୍ ଆୟୋଜନର ଘୋଷଣା କେନ୍ଦ୍ର ସରକାର କରିଛନ୍ତି ।
ମକଡ୍ରିଲ ପୂର୍ବରୁ ଭାରତ ସିନ୍ଧୁ ଜଳ ଚୁକ୍ତି ନିଲମ୍ବନ କରିଛି, ଯାହା ଦ୍ୱାରା ପାକିସ୍ତାନକୁ ଜଳ ଯୋଗାଣ ବନ୍ଦ ହୋଇଛି। ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ବନ୍ଦ କରାଯାଇଛି । ପାକିସ୍ତାନ ସହ ଆମଦାନୀ-ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ପାକିସ୍ତାନ ପାଇଁ ବାୟୁ ସୀମା ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ମକ୍ ଡ୍ରିଲ୍ କାହିଁକି ଓ କେଉଁଠାରେ ହେଉଛି?
ଏହି ମକ୍ ଡ୍ରିଲ୍ ହେଉଛି ଦେଶରେ ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ପରୀକ୍ଷା କରିବା ପାଇଁ ଏକ ପ୍ରଥମ ସ୍ତରୀୟ ଅଭ୍ୟାସ। 1971 ଭାରତ-ପାକିସ୍ତାନ ଯୁଦ୍ଧ ପରେ ଏହା ହେଉଛି ପ୍ରଥମ ଜାତୀୟ ସ୍ତରରେ ଆୟୋଜିତ ମକ୍ ଡ୍ରିଲ୍। ସିଭିଲ୍ ଡିଫେନ୍ସ ଡିଜି ବିବେକ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, ଏହି ଡ୍ରିଲ୍ରୁ ଲୋକମାନେ ଆତଙ୍କିତ ହେବା ଉଚିତ୍ ନୁହେଁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକ ସୁରକ୍ଷା ପାଇଁ ଥିବା SOPର ପରୀକ୍ଷା କରି ତାହାକୁ ଉନ୍ନତ କରିବା।
ମକ୍ ଡ୍ରିଲ୍ କେବଳ ଯୁଦ୍ଧ ସମୟରେ ନୁହେଁ, ଭୂମିକମ୍ପ,ବନ୍ୟା,ରାସାୟନିକ ଲିକ୍,ଆତଙ୍କବାଦୀ ଆକ୍ରମଣ,ପରମାଣୁ ବୋମା ଆକ୍ରମଣ ସମୟରେ ମଧ୍ୟ କରାଯାଇଥାଏ । ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିଗୁଡ଼ିକୁ ଚିହ୍ନଟ କରାଯାଇ ସୁଧାର କରାଯାଇଥାଏ।
7 ମେ 2025ରେ ମକ୍ ଡ୍ରିଲ୍ରେ କ’ଣ କ’ଣ ହେବ?
7 ମେ 2025ରୁ ଆରମ୍ଭ ହେଉଥିବା ମକ୍ ଡ୍ରିଲ୍ରେ ନିମ୍ନଲିଖିତ କାର୍ଯ୍ୟ କରାଯିବ:
ଜିଲ୍ଲାପାଳଙ୍କ ଦାୟିତ୍ୱ:
ସମସ୍ତ ଜିଲ୍ଲାରେ ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ତାଲିକା (ନାମ, ସମ୍ପର୍କ ତଥ୍ୟ ଆଦି) ଅଦ୍ୟତନ କରାଯିବ। ଜରୁରୀ ପରିସ୍ଥିତିରେ ଜିଲ୍ଲାପାଳମାନେ ସ୍ୱେଚ୍ଛାସେବୀଙ୍କୁ ଏକତ୍ରିତ କରି ରାହତ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିବେ।
ସାଇରନ ଓ ହାୱାଇ ଆକ୍ରମଣ ଚେତାବନୀ:
‘ରେଡ୍ ସାଇରନ’ 1971 ପରେ ପ୍ରଥମ ଥର ପାଇଁ ବାଜିବ, ଯାହା ଯୁଦ୍ଧ୍ ବିମାନ ଆକ୍ରମଣ ଚେତାବନୀ ସୂଚାଇବ। ଲୋକମାନଙ୍କୁ ନିରାପଦ ସ୍ଥାନକୁ କିପରି ଶୀଘ୍ର ଯିବାକୁ ହେବ, ତା’ର ପ୍ରଶିକ୍ଷଣ ଦିଆଯିବ।
ସୀମାନ୍ତ ଅଞ୍ଚଳରେ ବିଶେଷ ପ୍ରଶିକ୍ଷଣ:
ଜମ୍ମୁ-କାଶ୍ମୀର ଭଳି ସୀମାନ୍ତ ଅଞ୍ଚଳରେ ନାଗରିକଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯିବ। ପୂର୍ବରୁ ଯେଉଁ ବଙ୍କର ନିର୍ମାଣ କରାଯାଇଛି, ଜରୁରୀ ପରିସ୍ଥିତିରେ ନିରାପଦ ସ୍ଥାନକୁ ଯିବାର ପ୍ରଶିକ୍ଷଣ ଦିଆଯିବ ।
ବ୍ଲାକ୍ଆଉଟ୍ (ଅନ୍ଧକାର ସୃଷ୍ଟି):
ବ୍ଲାକ୍ଆଉଟ୍ ସାଇରନ ବାଜିବ, ଯେତେବେଳେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିଦ୍ୟୁତ୍ ବନ୍ଦ କରାଯିବ। ଲୋକମାନେ ଏହି ସାଇରନ ଶୁଣି SOP ଅନୁସରଣ କରିବେ, ଏବଂ ଏହାର ପ୍ରତିକ୍ରିୟା ପରୀକ୍ଷା କରାଯିବ।
ଗୁରୁତ୍ୱପୂର୍ଣ୍ଣ ସ୍ଥାନର ସୁରକ୍ଷା:
ପ୍ରତିରକ୍ଷା, ସଶସ୍ତ୍ର ବାହିନୀ, ସାମରିକ, ଚିକିତ୍ସା ଓ ଅନ୍ୟାନ୍ୟ ରଣନୈତିକ ସ୍ଥାନର ସୁରକ୍ଷା ନିଶ୍ଚିତ କରାଯିବ।
ସଂସ୍ଥାଗୁଡ଼ିକ ସହ ଜରୁରୀ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ଆଲୋଚନା କରାଯିବ।
ନାଗରିକ ପ୍ରଶିକ୍ଷଣ:
ନାଗରିକଙ୍କୁ ଜରୁରୀ ପରିସ୍ଥିତିରେ କ’ଣ କରିବାକୁ ହେବ ଏବଂ କିପରି ଆତଙ୍କିତ ନ ହେବାକୁ ହେବ, ତା’ର ପ୍ରଶିକ୍ଷଣ ଦିଆଯିବ।
ଆକ୍ରମଣର ଅଧିକ ଆଶଙ୍କା ଥିବା ଜିଲ୍ଲାଗୁଡ଼ିକରେ ବିଶେଷ ଧ୍ୟାନ ଦିଆଯିବ।
ଏହି ମକ୍ ଡ୍ରିଲ୍ ଦେଶରେ ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଯୁଦ୍ଧ, ଆତଙ୍କବାଦୀ ଆକ୍ରମଣ କିମ୍ବା ଅନ୍ୟ ଜରୁରୀ ପରିସ୍ଥିତିରେ ପ୍ରସ୍ତୁତି ନିଶ୍ଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଯୁଦ୍ଧ ପୂର୍ବରୁ ମକ ଡ୍ରିଲ୍
ଭାରତ -ପାକିସ୍ତାନ ବିଭାଜନ ହେବା ଦିନରୁ ଯୁଦ୍ଧ ଲାଗି ରହିଛି । ପାକିସ୍ତାନ ସହ 1947-1948ରେ ପ୍ରଥମେ କାଶ୍ମୀର ପାଇଁ ଯୁଦ୍ଧ ହୋଇଥିଲା । ସମୟ ଥିଲା ଅକ୍ଟୋବର 1947 ରୁ ଜାନୁଆରୀ 1949 । ଜମ୍ମୁ-କାଶ୍ମୀରର ରାଜା ହରି ସିଂ ଭାରତରେ ତାଙ୍କ ରାଜ୍ୟ ଜମ୍ମୁକାଶ୍ମୀରକୁ ମିଶାଇବା ପାଇଁ ଚୁକ୍ତି କରିଥିଲେ । କିନ୍ତୁ ପାକିସ୍ତାନ ଏହା ମାନିନଥିଲା । ପାକିସ୍ତାନ ସମର୍ଥିତ ଆଦିବାସୀ ଆକ୍ରମଣକାରୀମାନେ କାଶ୍ମୀର ଅଞ୍ଚଳରେ ପ୍ରବେଶ କରିଥିଲେ, ଯାହା ପରେ ଭାରତୀୟ ସେନା ଏହାର ମୁକାବିଲା କରିଥିଲେ । ସେ ସମୟରେ ମକ୍ ଡ୍ରିଲ କରିବାକୁ ସମୟ ନଥିଲା । କିନ୍ତୁ କିଛି ସେନା ଅଭ୍ୟାସ କରିଥିଲେ । ତେବେ ଏହାକୁ ମକ୍ ଡ୍ରିଲ ନାମ ଦିଆଯାଇନଥିଲା ।1947-1948 ଯୁଦ୍ଧ ସମୟରେ ଭାରତ ନୂଆ ସ୍ୱାଧୀନ ଦେଶ ଥିଲା, ଏବଂ ସେନା ଓ ସୁରକ୍ଷା ବ୍ୟବସ୍ଥା ଏତେ ଆଧୁନିକ ନଥିଲାବେଳେ ଆକ୍ରମଣ ପୂର୍ବରୁ ସେନା ଅଭ୍ୟାସ କରିପାରିନଥିଲା ।
ଯୁଦ୍ଧ ଫଳରେ କାଶ୍ମୀରର ଏକ ଅଂଶ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ହେଲା, ଏବଂ ବାକି ଅଂଶ ଭାରତରେ ରହିଲା। ଏକ ନିୟନ୍ତ୍ରଣ ରେଖା (Line of Control) ସ୍ଥାପିତ ହେଲା। ସେବେଠାରୁ ପାକିସ୍ତାନ ଜମ୍ମୁକାଶ୍ମୀର ପାଇଁ ଛାୟା ଯୁଦ୍ଧ କରିଆସୁଛି ।
1965: ଦ୍ୱିତୀୟ ଭାରତ-ପାକିସ୍ତାନ ଯୁଦ୍ଧ
ଏହି ଯୁଦ୍ଧ ଅଗଷ୍ଟ 1965 – ସେପ୍ଟେମ୍ବର 1965 ପର୍ଯ୍ୟନ୍ତ ଚାଲିଥିଲା । ପାକିସ୍ତାନର “ଅପରେସନ ଜିବ୍ରାଲ୍ଟର” ମାଧ୍ୟମରେ ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ ଏବଂ ଆକ୍ରମଣ କରିଥିଲା । ଯୁଦ୍ଧ ସମାପ୍ତ ହେଲା ତାସକେନ୍ତ ଚୁକ୍ତି (1966) ମାଧ୍ୟମରେ। ଉଭୟ ଦେଶ ନିଜ ସୀମାନ୍ତକୁ ଫେରିଥିଲେ। ଏହି ଯୁଦ୍ଧ ସମୟରେ ସେନା କିଛି ଅଭ୍ୟାସ କରିଥିଲେ ମଧ୍ୟ ଏହା ମକ୍ ଡ୍ରିଲ ନଥିଲା ।
1971: ବାଂଲାଦେଶ ସ୍ବାଧୀନତା ଯୁଦ୍ଧ
ଏହି ଯୁଦ୍ଧ ଡିସେମ୍ବର 3, 1971 – ଡିସେମ୍ବର 16, 1971 ମଧ୍ୟରେ ହୋଇଥିଲା । ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ରେ ପାକିସ୍ତାନୀ ସେନାର ଦମନ ଓ ଶରଣାର୍ଥୀ ସଙ୍କଟ। ଭାରତ ବାଂଲାଦେଶୀ ମୁକ୍ତିଯୋଦ୍ଧାଙ୍କୁ ସମର୍ଥନ ଦେଇଥିଲା। ଯାହା ଫଳରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଭାରତର ବିଜୟ ହୋଇଥିଳା, ବାଂଲାଦେଶର ସ୍ୱାଧୀନତା ପ୍ରାପ୍ତ ହୋଇଥିଲା ଏବଂ 93 ହଜାର ପାକିସ୍ତାନୀ ସେନା ଆତ୍ମସମର୍ପଣ କରିଥିଲେ । ଏଥିପାଇଁ କିନ୍ତୁ ଦେଶରେ ମକ୍ ଡ୍ରିଲ କରାଯାଇଥିଲା ।
1971 ଯୁଦ୍ଧ ପୂର୍ବରୁ ଭାରତୀୟ ସେନା ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସେନା ମୁଭମେଣ୍ଟ, ଆକ୍ରମଣ ରଣନୀତି, ଏବଂ ସାମରିକ ପ୍ରସ୍ତୁତି ସମ୍ବନ୍ଧୀୟ ଡ୍ରିଲ୍ ହୋଇଥିଲା।
1999ର କାର୍ଗିଲ ଯୁଦ୍ଧ
ଏହି ଯୁଦ୍ଧ ମେ 1999 ରୁ ଜୁଲାଇ 1999 ପର୍ଯ୍ୟନ୍ତ ହୋଇଥିଲା । ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରର କାର୍ଗିଲ ଅଞ୍ଚଳରେ ଅନୁପ୍ରବେଶ କରି କିଛି ଅଂଚଳ ଦଖଲ କରିବାର ଯୋଜନା କରିଥିଲା । ଭାରତୀୟ ସେନାର “ଅପରେସନ ବିଜୟ” ମାଧ୍ୟମରେ ଅଧିକୃତ ଅଞ୍ଚଳ ପୁନରୁଦ୍ଧାର କରାଯାଇଥିଲା । ଏହି ସମୟରେ ସେନା ପକ୍ଷରୁ ଅନେକ ମକ୍ ଡ୍ରିଲ କରାଯାଇଥିଲା । ସୀମାରେ ସାଧାରଣ ଲୋକଙ୍କୁ ମକଡ୍ରିଲ ବିଷୟରେ ତାଲିମ ଦିଆଯାଇଥିଲା ।
ବାଲାକୋଟ ଏୟାର ଷ୍ଟ୍ରାଇକ୍ (ଫେବୃଆରୀ 26, 2019)
ପାକିସ୍ତାନ ସେନାର ସମର୍ଥନରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ (ଫେବୃଆରୀ 14, 2019) ହୋଇଥିଲା । ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ଏହା ଏକ ସର୍ଜିକାଲ ଷ୍ଟ୍ରାଇକ୍ ଥିଲା, ପୂର୍ଣ୍ଣାଙ୍ଗ ଯୁଦ୍ଧ ନଥିଲା ।
ଏହା ପୂର୍ବରୁ ମକ୍ ଡ୍ରିଲ ହୋଇନଥିଲା ।
ଭାରତ-ପାକିସ୍ତାନ ଯୁଦ୍ଧ ସହ ଜଡ଼ିତ ମକ୍ ଡ୍ରିଲ୍
ମକ୍ ଡ୍ରିଲ୍ ସାଧାରଣତଃ ଯୁଦ୍ଧ ପୂର୍ବରୁ, ପରେ, କିମ୍ବା ଉତ୍ତେଜନା ସମୟରେ ଆୟୋଜନ କରାଯାଇଥାଏ। କିନ୍ତୁ, ଯୁଦ୍ଧ ସମୟରେ କରାଯାଇଥିବା ମକ୍ ଡ୍ରିଲ୍ର ନିର୍ଦ୍ଦିଷ୍ଟ ତାରିଖ ସାର୍ବଜନୀନ ଭାବେ ଉପଲବ୍ଧ ନଥାଏ, କାରଣ ଏହା ସାଧାରଣତଃ ଗୁପ୍ତ ରହିଥାଏ ଏବଂ ସୁରକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ହୋଇଥାଏ।
1971 ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏକ ବୃହତ୍ ଜାତୀୟ ସ୍ତରରେ ମକ୍ ଡ୍ରିଲ୍ 7 ମେ 2025ରେ ଆୟୋଜନ ପାଇଁ ଯୋଜନା କରାଯାଇଛି। ଏହା ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି କରାଯାଉଛି। ଏହି ଡ୍ରିଲ୍ରେ ସାର୍ବଜନୀନ ସ୍ଥାନ, ସ୍କୁଲ, ମଲ୍, ରେଳ ଷ୍ଟେସନ ଆଦିରେ ସୁରକ୍ଷା ଓ ଉଦ୍ଧାର ବ୍ୟବସ୍ଥା ପରୀକ୍ଷା କରାଯିବ। ଓଡ଼ିଶାର 12ଟି ସ୍ଥାନ (ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁର, ପାରାଦୀପ ଆଦି)ରେ ମଧ୍ୟ ଏହି ଡ୍ରିଲ୍ ହେବ।
1971 ପରେ ପ୍ରଥମ ବୃହତ୍ ମକ୍ ଡ୍ରିଲ୍ 7 ମେ 2025ରେ ଅନୁଷ୍ଠିତ ହେବାକୁ ଯାଉଛି । 1971 ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏକ ବୃହତ୍ ଜାତୀୟ ସ୍ତରରେ ମକ୍ ଡ୍ରିଲ୍ ଆୟୋଜନ ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛନ୍ତି।
ଏହା ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଆୟୋଜିତ ହେବାକୁ ଯାଉଛି।
ଏହି ଡ୍ରିଲ୍ରେ ଜରୁରୀ ସ୍ଥାନ, ସାର୍ବଜନୀନ ସ୍ଥାନ, ସ୍କୁଲ, ମଲ୍, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ ଆଦି ଭିଡ଼ଭାଡ଼ ସ୍ଥାନରେ ସୁରକ୍ଷା ଏବଂ ଉଦ୍ଧାର ବ୍ୟବସ୍ଥା ପରୀକ୍ଷା କରାଯିବ। ଓଡ଼ିଶାର 12ଟି ସ୍ଥାନରେ ଯଥା -ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁର, ପାରାଦୀପ ଆଦି ସ୍ଥାନରେ ମଧ୍ୟ ଏହି ଡ୍ରିଲ୍ ଆୟୋଜନ ପାଇଁ ଯୋଜନା କରାଯାଇଛି।
୭ ମଇରେ ହେବାକୁ ଥିବା ମକ ଡ୍ରିଲରେ ନାଗରିକମାନଙ୍କୁ ବିମାନ ଆକ୍ରମଣ ସମୟରେ ନିଜକୁ ବଞ୍ଚାଇବା ପାଇଁ ତାଲିମ ଦିଆଯିବ। ମକ ଡ୍ରିଲ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସହରଠାରୁ ଗ୍ରାମୀଣ ସ୍ତର ପର୍ଯ୍ୟନ୍ତ ହେବ।
ଏଥିରେ ଜିଲ୍ଲା କଲେକ୍ଟର, ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ, ହୋମ ଗାର୍ଡ, ନ୍ୟାସନାଲ କ୍ୟାଡେଟ କର୍ପସ (NCC), ନ୍ୟାସନାଲ ସର୍ଭିସ ସ୍କିମ (NSS), ନେହେରୁ ୟୁବା କେନ୍ଦ୍ର ସଙ୍ଗଠନ (NYKS), କଲେଜ ଏବଂ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।
ଏଥିରେ ଲୋକମାନଙ୍କୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆକ୍ରମଣ ସମୟରେ ନିରାପଦ ରହିବା ପାଇଁ ତାଲିମ ଦିଆଯିବ। ଏହା ମଧ୍ୟ ଦେଖାଯିବ ଯେ ଆକ୍ରମଣ ଚେତାବନୀ କେତେ ପ୍ରଭାବଶାଳୀ ଏବଂ ନିୟନ୍ତ୍ରଣ କକ୍ଷର କାର୍ଯ୍ୟ କିପରି ଚାଲିଛି।
ସିଭିଲ ଡିଫେନ୍ସ ଆଇନ, ୧୯୬୮ର ଧାରା ୧୯ ଅନୁଯାୟୀ କେନ୍ଦ୍ର ସରକାର ସିଭିଲ ଡିଫେନ୍ସ ମକ ଡ୍ରିଲର ଆଦେଶ ଜାରି କରିଛନ୍ତି। ଏହି ଆଇନ ଆକ୍ରମଣ ଏବଂ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ନାଗରିକ ସୁରକ୍ଷା ସମ୍ପର୍କିତ ନିୟମ ଏବଂ ଆଦେଶ ପାଳନ କରିବାକୁ ଶିଖାଇଥାଏ। ଯଦି କେହି ଏହାର ଉଲ୍ଲଂଘନ କରେ, ତେବେ ତାଙ୍କୁ ୩ ମାସ ପର୍ଯ୍ୟନ୍ତ ଜେଲ, ୫୦୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ।
ପୁଲିସ, SDRF ଏବଂ ଅନ୍ୟାନ୍ୟ ଉଦ୍ଧାର ଦଳକୁ ଯୁଦ୍ଧ ସମୟରେ ବଞ୍ଚିବା ପାଇଁ ତାଲିମ ଦିଆଯାଇଛି।
ଦେଶର ୨୪୪ଟି ଜିଲ୍ଲାରେ ମକ ଡ୍ରିଲ କରାଯିବ
ଭାରତ-ପାକିସ୍ତାନ ମଧ୍ୟରେ ବର୍ତ୍ତମାନର ଉତ୍ତେଜନା ଯୋଗୁଁ ଏହା ମଧ୍ୟରୁ ୨୪୪ଟି ସମ୍ବେଦନଶୀଳ ଜିଲ୍ଲାରେ ମକ ଡ୍ରିଲ କରାଯିବ। ତେବେ ସରକାରଙ୍କ ତରଫରୁ ଏହାର ତାଲିକା ଏପର୍ଯ୍ୟନ୍ତ ଜାରି ହୋଇନାହିଁ। ତଥାପି, ପୂର୍ବରୁ ସ୍ଥିର ହୋଇଥିବା ଜିଲ୍ଲାଗୁଡ଼ିକରେ ମକ ଡ୍ରିଲ ହେବ ।
ଜମ୍ମୁ-କାଶ୍ମୀର, ରାଜସ୍ଥାନ, ଗୁଜରାଟ ଏବଂ ପଞ୍ଜାବ ରାଜ୍ୟ ପାକିସ୍ତାନ ସହିତ ସୀମା ରହିଛି । ତେଣୁ ଏହି ରାଜ୍ୟଗୁଡ଼ିକର ସମ୍ବେଦନଶୀଳ ଅଞ୍ଚଳରେ ମକ ଡ୍ରିଲ ହେବ।
ଶତ୍ରୁ ଦେଶ ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସଂସ୍ଥା, ପାୱାର ଗ୍ରିଡ, ବନ୍ଦର, ରିଫାଇନାରୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାରଖାନା ଉପରେ ମଧ୍ୟ ଆକ୍ରମଣ କରିପାରେ। ତେଣୁ ଏହି ଅଞ୍ଚଳଗୁଡ଼ିକରେ ମଧ୍ୟ ମକ ଡ୍ରିଲ ହେବ।
ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ, ଯେଉଁଠାରୁ ଶତ୍ରୁର ଜାହାଜ ଆକ୍ରମଣ କରିପାରେ କିମ୍ବା ଜନଗହଳିପୂର୍ଣ୍ଣ ସହର, ଯେଉଁଠାରେ ଆକ୍ରମଣ ଦ୍ୱାରା ଅଧିକ କ୍ଷତି ହୋଇପାରେ, ସେଠାରେ ମଧ୍ୟ ମକ ଡ୍ରିଲ ହେବ।
ସିଭିଲ ଡିଫେନ୍ସ ମକ ଡ୍ରିଲ
ସିଭିଲ ଡିଫେନ୍ସ ମକ ଡ୍ରିଲ ହେଉଛି ଏକ ପୂର୍ବାଭ୍ୟାସ କିମ୍ବା ନକଲି ଅଭ୍ୟାସ, ଯେଉଁଥିରେ ଜରୁରୀ ପରିସ୍ଥିତି ସୃଷ୍ଟି କରାଯାଇଥାଏ। ଅର୍ଥାତ୍ ଯୁଦ୍ଧ, ଆକାଶ ଆକ୍ରମଣ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟ କୌଣସି ଜରୁରୀ ପରିସ୍ଥିତି ସମୟରେ ଲୋକମାନଙ୍କୁ ନିଜର ସୁରକ୍ଷା ପାଇଁ ଶିଖାଇଥାଏ।
ଏହା ଏକ ପ୍ରକାର ରିହର୍ସାଲ। ଏଥିରେ ସାଧାରଣ ଲୋକ, ସ୍କୁଲ-କଲେଜର ଛାତ୍ରଛାତ୍ରୀ, ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ, ହୋମ ଗାର୍ଡ, ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ଏକାଠି ହୋଇ ପ୍ରକୃତ ବିପଦ ସମୟରେ କ’ଣ କରିବାକୁ ହେବ ତାହା ଦେଖିଥାନ୍ତି।
ମକ ଡ୍ରିଲରେ ଯଦି ଆକାଶ ଆକ୍ରମଣ ହେଲା, ତେବେ ସାଇରେନ ବାଜିଥାଏ, ଲୋକମାନେ ନିଜ ଜାଗା ଛାଡ଼ି ନିରାପଦ ସ୍ଥାନକୁ ଯାଆନ୍ତି, ବିଦ୍ୟୁତ କାଟି ଦିଆଯାଏ ଏବଂ ସ୍ୱେଚ୍ଛାସେବୀମାନେ ଆହତମାନଙ୍କୁ ସାହାଯ୍ୟ କରନ୍ତି। ଏହା ସବୁ ପ୍ରକୃତରେ ହୋଇ ନଥାଏ, କିନ୍ତୁ ଏହା କରିବା ଦ୍ୱାରା ଲୋକମାନେ ଶିଖନ୍ତି ଯେ ପ୍ରକୃତ ପରିସ୍ଥିତିରେ କ’ଣ କରିବାକୁ ହେବ।
ମକ ଡ୍ରିଲ କରାଇବା ପାଇଁ କୌଣସି ଏକ ସଂଗଠନ ନାହିଁ, ବରଂ ଏଥିରେ ୧୨ଟି ସରକାରୀ ଏବଂ ବେସରକାରୀ ସଂଗଠନ ଏକାଠି କାମ କରନ୍ତି: