ଦୀଘା ଜଗନ୍ନାଥ ଧାମକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ସେଠାରେ କାହିଁକି ମନ୍ଦିର ହେଲା ତାକୁ ନେଇ ଅନେକ ମତ ରଖୁଛନ୍ତି । ବିବାଦ ପଶ୍ଚିମବଙ୍ଗର ଦୀଘାରେ ନିର୍ମିତ ଏକ ଜଗନ୍ନାଥ ମନ୍ଦିରକୁ କେନ୍ଦ୍ର କରି ସୃଷ୍ଟି ହୋଇଛି, ଯାହାକୁ “ଜଗନ୍ନାଥ ଧାମ” ନାମକରଣ କରାଯାଇଛି। ଅବଶ୍ୟ ଜଗନ୍ନାଥ ଧାମ କାହିଁକି ହେଲା ତାହାର ଉତ୍ତର ପଶ୍ଚିମବଂଗ ସରକାର ଦେଇପାରିବେ ତେବେ ପୁରୀରେ ମନ୍ଦିର ଭିତରେ ଜଗନ୍ନାଥଙ୍କୁ ଦର୍ଶନ କରିବାର କଷ୍ଟ ସମସ୍ତେ ଉପଲ୍ବ୍ଧି କରିଥିବେ ।
ଯେଉଁମାନେ ନୂଆ ମନ୍ଦିରକୁ ବିରୋଧ କରୁଛନ୍ତି ସେମାନେ ପୁରୀ ମନ୍ଦିରରେ ସଂସ୍କାର କାହିଁକି ଲାଗୁ କରାଯାଉନାହିଁ ସେଥିପ୍ରତି ଚୁପ ରହୁଛନ୍ତି । ଯାହାଫଳରେ ପୁରୀକୁ ବଦନାମ କରିବା ପାଇଁ ବୟକଟ ଓଡ଼ିଶା ପୋଷ୍ଟ ଏବେ ଭାଇରାଲ ହେଉଛି । ଯଦି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହଜରେ ହୋଇପାରନ୍ତା ତେବେ ଅନେକ ଭକ୍ତ ଅଶାନ୍ତିରେ ପୁରୀରୁ ଫେରନ୍ତେ ନାହିଁ । ପ୍ରାୟ ସମସ୍ତଙ୍କର ଅନୁଭବ ଅଛି ମହାପ୍ରଭୁଙ୍କୁ ଦର୍ଶନ ବେଳେ କିଭଳି ଦଳାଚକଟା ପରିସ୍ଥିତି ହେଉଛି । ଏଥିପ୍ରତି ବର୍ଷ ବର୍ଷ କେହି ଦୃଷ୍ଟି ଦେଉନାହାଁନ୍ତି ।
“ଜଗନ୍ନାଥ ଧାମ” ନାମକରଣ:
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଐତିହାସିକ ଓ ଧାର୍ମିକ ଦୃଷ୍ଟିରୁ ଜଗନ୍ନାଥ ଧାମ ଭାବେ ବିଶ୍ୱବ୍ୟାପୀ ମାନ୍ୟତା ମିଳିଛି। ତେଣୁ ଦୀଘାରେ ନୂଆ ମନ୍ଦିରକୁ ଏହି ନାମ ଦେବା ଦ୍ୱାରା ପୁରୀର ମହତ୍ତ୍ୱ ଓ ପରମ୍ପରାକୁ ଅବମାନନା ହେଉଛି ବୋଲି ଅନେକ ଓଡ଼ିଆ ଭକ୍ତ ଓ ସାଂସ୍କୃତିକ ନେତା,ସେବାୟତ ଅଭିଯୋଗ କରିଛନ୍ତି।
ଶ୍ରୀମନ୍ଦିରର ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି, “ପୁରୀ ବ୍ୟତୀତ କୌଣସି ସ୍ଥାନକୁ ‘ଜଗନ୍ନାଥ ଧାମ’ କହିବା ଉଚିତ ନୁହେଁ, କାରଣ ପୁରୀ ହେଉଛି ମହାପ୍ରଭୁଙ୍କ ମୂଳ ଧାମ।”
ପୁରୀରୁ ଦାରୁ ଗଲା କିପରି ?
ଅଭିଯୋଗ ରହିଛି ଯେ ଦୀଘା ମନ୍ଦିର ନିର୍ମାଣ ପାଇଁ ପୁରୀରୁ ନବକଳେବର ଦାରୁ (ପବିତ୍ର ନିମ କାଠ) ବ୍ୟବହାର କରାଯାଇଛି, ଯାହା ଜଗନ୍ନାଥ ସଂସ୍କୃତିର ପରମ୍ପରା ଓ ନିୟମ ବିରୋଧୀ। ଏହାକୁ “ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ” ବୋଲି ବିବେଚନା କରାଯାଉଛି। କିଛି ସେବାୟତ ଟଙ୍କା ଲୋଭରେ ଜଗନ୍ନାଥ ସଂସ୍କୃତିକୁ ବ୍ୟବସାୟରେ ପରିଣତ କରିଛନ୍ତି ।
ଏହି ଦାରୁ କିପରି ଓ କାହା ଅନୁମତିରେ ଦୀଘାକୁ ନିଆଯାଇଛି, ତାହା ନେଇ ଓଡ଼ିଶା ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାର ତଦନ୍ତ ପରେ ଦୋଷୀଙ୍କୁ ଦଣ୍ଡ ଦେବା ଆବଶ୍ୟକ । କାରଣ ଦାରୁ ହେଉଛି ଶ୍ରମନ୍ଦିର ପ୍ରଶାସକଙ୍କର । କାହାର ବ୍ୟକ୍ତିଗତ ଦାରୁ ନୁହେଁ । ତେଣୁ ଯେଉଁ ସେବାୟତମାନେ ପୁରୁୀର ସଂସ୍କୃତିକୁ ବଦନାକ କରିଛନ୍ତି ତାହା ଠିକ୍ ନୁହଁ ।
ପୁରୀ ସେବାୟତଙ୍କ ସମ୍ପୃକ୍ତି:
ପୁରୀର କିଛି ଦଇତାପତି ସେବାୟତ ଦୀଘା ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିଥିବା ନେଇ ଅଭିଯୋଗ ଉଠିଛି, ଯାହା ବିବାଦକୁ ଆହୁରି ତୀବ୍ର କରିଛି। ଏହା ନେଇ ଓଡ଼ିଶାର ଆଇନ ମନ୍ତ୍ରୀ ତଦନ୍ତ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ସରକାରଙ୍କ ତଦନ୍ତ: ଦୀଘା ମନ୍ଦିର ନିର୍ମାଣରେ ପୁରୀରୁ ଦାରୁ ନିଆଯିବା ଏବଂ ସେବାୟତଙ୍କ ସମ୍ପୃକ୍ତି ନେଇ ଓଡ଼ିଶା ସରକାର ତଦନ୍ତ ଆରମ୍ଭ କରିଛନ୍ତି।
ଧାର୍ମିକ ଓ ସାଂସ୍କୃତିକ ସମ୍ବେଦନଶୀଳତା:
ଜଗନ୍ନାଥ ସଂସ୍କୃତି ଓଡ଼ିଶାର ପରିଚୟ ଓ ଗର୍ବର ଅଂଶ। ଅନେକେ ମନେ କରୁଛନ୍ତି ଯେ ଦୀଘାରେ “ଜଗନ୍ନାଥ ଧାମ” ନାମକରଣ ଏକ “ଷଡ଼ଯନ୍ତ୍ର” ଏବଂ ପୁରୀର ମୁଖ୍ୟ ଧାମ ମର୍ଯ୍ୟାଦାକୁ ହ୍ରାସ କରିବାର ଚେଷ୍ଟା କରାଯାଇଛି ।
ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହାକୁ “ଧର୍ତ୍ତବ୍ୟ ଅପରାଧ” ବୋଲି ଅଭିହିତ କରିଛନ୍ତି।
ରାଜନୈତିକ ବିବାଦ:
ଏହି ବିବାଦ ରାଜନୈତିକ ରଙ୍ଗ ମଧ୍ୟ ନେଇଛି। ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ “ନିମ୍ନସ୍ତରୀୟ କାର୍ଯ୍ୟ” ପାଇଁ ଦାୟୀ କରିଛନ୍ତି। କେତେକ ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ଏହା ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ନିଜ ରାଜ୍ୟ ସହ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି।
ସାମାଜିକ ବିରୋଧ: ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ସଂଗଠନ ଓ ବ୍ୟକ୍ତି, ଯେପରି ସୁଦର୍ଶନ ପଟ୍ଟନାୟକ, ଏହି ନାମକରଣ ଓ ପରମ୍ପରା ଭଙ୍ଗ ବିରୁଦ୍ଧରେ ତୀବ୍ର ବିରୋଧ ପ୍ରକାଶ କରିଛନ୍ତି।
ସାଧାରଣ ଜନତାଙ୍କ ମତ: ସାମାଜିକ ଗଣମାଧ୍ୟମରେ ଅନେକ ଓଡ଼ିଆ ଏହାକୁ ଜଗନ୍ନାଥ ସଂସ୍କୃତି ଉପରେ ଆକ୍ରମଣ ବୋଲି ଦାବି କରି ବିରୋଧ କରୁଛନ୍ତି।
ପରମ୍ପରା ଅନୁସାରେ ମତ:
ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି, ବିଶ୍ୱର ଯେକୌଣସି ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇପାରେ, କିନ୍ତୁ “ଜଗନ୍ନାଥ ଧାମ” ନାମ କେବଳ ପୁରୀ ପାଇଁ ସଂରକ୍ଷିତ। ଏହାସହ ପୁରୀ ବ୍ୟତୀତ କୌଣସି ସ୍ଥାନରେ ବ୍ରହ୍ମ ସଂସ୍ଥାପନ (ଜଗନ୍ନାଥଙ୍କ ମୂର୍ତ୍ତିରେ ପବିତ୍ର ବ୍ରହ୍ମ ପଦାର୍ଥ ସ୍ଥାପନ) ପରମ୍ପରା ନାହିଁ।
ଏହି ବିବାଦ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ଓ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି। ଓଡ଼ିଶା ସରକାରଙ୍କ ତଦନ୍ତ ରିପୋର୍ଟ ଏହି ମାମଲାରେ ଅଧିକ ସ୍ପଷ୍ଟତା ଆଣିପାରେ।
ପଶ୍ଚିମବଙ୍ଗ ସରକାର ଏହି ଅଭିଯୋଗ ସମ୍ପର୍କରେ ସ୍ପଷ୍ଟ ମନ୍ତବ୍ୟ ଦେଇନାହାନ୍ତି, କିନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରତିକ୍ରିୟା ଏହାକୁ ରାଜନୈତିକ ରଙ୍ଗ ଦେଇଛି।
ସଂସ୍କାର ନୀତି (Reforms): ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ ସଂସ୍କାର କାର୍ଯ୍ୟ ଜାରି ରହିଛି। ଉଦାହରଣ ସ୍ୱରୂପ, ୨୦୨୪ରେ ମନ୍ଦିର ପ୍ରବେଶ ପାଇଁ ଡ୍ରେସ୍ କୋଡ୍ (ପାରମ୍ପରିକ ପୋଷାକ ଯଥା ଧୋତି, କୁର୍ତା, ସାଢ଼ୀ ଆଦି) ଏବଂ ମୋବାଇଲ ଫୋନ୍ ନିଷେଧ ଭଳି ନିୟମ ଲାଗୁ କରାଯାଇଥିଲା। ଏହି ସଂସ୍କାରଗୁଡ଼ିକ ମନ୍ଦିରର ପବିତ୍ର ପରିବେଶ ବଜାୟ ରଖିବା ଏବଂ ଦର୍ଶନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କରାଯାଇଛି। କିନ୍ତୁ ସବୁ ଭିତରେ ଧାଡ଼ି ଦର୍ଶନ ଆଜି ପର୍ଯ୍ୟନ୍ତ ଠିକରେ ହୋଇପାରୁନାହିଁ ।
ଭବିଷ୍ୟତ ସଂସ୍କାର: ସରକାର ଏବଂ ମନ୍ଦିର ପରିଚାଳନା କମିଟି ଦ୍ୱାରା ଅଧିକ ଭିଡ଼ ନିୟନ୍ତ୍ରଣ, ଅନଲାଇନ ଦର୍ଶନ ବୁକିଂ, ଏବଂ ଭିତ୍ତିଭୂମି ଉନ୍ନତି ପାଇଁ ଯୋଜନା ଚାଲୁ ରହିଛି। କିନ୍ତୁ, ୨୦୨୫ ମସିହା ମେ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ନୂଆ ସଂସ୍କାର ତାରିଖ ଘୋଷଣା ହୋଇନାହିଁ।
ଧାଡ଼ି ଦର୍ଶନ ବର୍ତ୍ତମାନର ବ୍ୟବସ୍ଥା: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଯେଉଁଭଳି ଏବେ କରାଯାଉଛି ତାହା ଭକ୍ତଙ୍କ ପାଇଁ ଅତ୍ୟନ୍ତ କଷ୍ଟ ଦାୟକ । ସାଧାରଣତଃ ସକାଳ ୫:୩୦ରୁ ୬:୦୦ ମଧ୍ୟରେ ମଙ୍ଗଳ ଆଳତୀ ପରେ ଆରମ୍ଭ ହୁଏ ଏବଂ ରାତ୍ର ୯:୦୦ ପର୍ଯ୍ୟନ୍ତ ଭକ୍ତମାନେ ବହୁ କଷ୍ଟରେ ଠାକୁରମାନଙ୍କୁ ଦର୍ଶନ କରିଥାନ୍ତି ।
କିଛି ବିଶେଷ ପର୍ବ ଯଥା ରଥଯାତ୍ରା, ସ୍ନାନଯାତ୍ରା କିମ୍ବା କାର୍ତ୍ତିକ ମାସରେ ଲୋକେ ନାହିଁ ନଥିବା କଷ୍ଟ ଭୋଗି ଦର୍ଶନ କରିଥାନ୍ତି ଭକ୍ତଗଣ ।
ଧାଡି ଦର୍ଶନ ବିଶୃଙ୍ଖଳା କାହିଁକି ହେଉଛି ତାହାର ଉତ୍ତର କାହା ପାଖରେ ନାହିଁ । ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀରେ ଧାଡ଼ି ଦର୍ଶନ ସମୟରେ ବିଶୃଙ୍ଖଳାର ମୁଖ୍ୟ କାରଣଗୁଡ଼ିକ ମଧ୍ୟରେ ଶ୍ରଦ୍ଧାଳୁଙ୍କ ଅଧିକ ଭିଡ଼: କିନ୍ତୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ କଠୋର ପଦକ୍ଷେପ ନିଆଯାଇନାହିଁ ।
ଯଦିଓ ମନ୍ଦିର ପ୍ରଶାସନ ଓ ପୁଲିସ ବିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଅଧିକ ଭକ୍ତଙ୍କୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ମନ୍ଦିର ବାହାରେ ବ୍ୟାରିକେଡ଼ ଓ ଅଲଗା ଲାଇନ୍ (ଯେପରି ମହିଳା, ବରିଷ୍ଠ ନାଗରିକ, ବିଶେଷ ଦର୍ଶନ) ଥାଏ, କିନ୍ତୁ ମନ୍ଦିର ଭିତରେ ସଦାବେଳେ ଭିଡ଼ ଅଧିକ ରହିଥାଏ ।