ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ୧୦ ଓ ୧୧ ତାରିଖ ଦୁଇଦିନ ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ୧୦ ତାରିଖ ଅମିତ ଶାହା ଭୁବନେଶ୍ବରରେ ପହଞ୍ଚ ସେଠାରୁ ଜଟଣୀ ଯାଇ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ।ସନ୍ଧ୍ୟାରେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ପୁରୀରେ ରାତ୍ରି ଯାପନ କରିବେ।
୧୧ ତାରିଖରେ ସମ୍ବଲପୁର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ। ସେଠାରେ ମା ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଭୁବନେଶ୍ୱର ଆସି ଜନତା ମଇଦାନରେ ଆୟୋଜିତ ହୋଇଥିବା ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ।