ଆଜି ପ୍ରଧାନମନ୍ତ୍ରୀଙ୍କ କେରଳ ଏବଂ ଆନ୍ଧ୍ରପ୍ରଦେଶକୁ ଦୁଇ ଦିନିଆ ଗସ୍ତ । ଆଜି ସାଢ଼େ ୧୦ ଟାରେ ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ଦେଶର ପ୍ରଥମ କଣ୍ଟେନର ଟ୍ରାନ୍ସସିପମେଣ୍ଟ ବନ୍ଦର । ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ଏହି ପୋର୍ଟ । ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଏବଂ କାର୍ଗୋ ପରିବହନ ପାଇଁ ବିଦେଶୀ ବନ୍ଦର ଉପରେ ନିର୍ଭରତା ହ୍ରାସ କରିବାରେ ଯୋଗଦାନ କରିବ ।
ପରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ ଯିବେ । ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଅମରାବତୀରେ ୫୮ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ୭ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ। ଏହି ପ୍ରକଳ୍ପ ଗୁଡ଼ିକରେ ଜାତୀୟ ରାଜପଥର ବିଭିନ୍ନ ଅଂଶକୁ ପ୍ରଶସ୍ତ କରିବା, ରୋଡ୍ ଓଭର ବ୍ରିଜ୍ ଏବଂ ସବୱେ ନିର୍ମାଣ ଅନ୍ତର୍ଭୁକ୍ତ ।