ପ୍ଲେ ଅଫ୍ରୁ ଚେନ୍ନାଇ ବାଦ୍। ସର୍ବାଧିକ ପାଞ୍ଚ ଥରର ବିଜେତା ଚେନ୍ନାଇ ସୁପର କିଙ୍ଗସ୍ ଚଳିତ IPLରୁ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଲିଗର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ୪ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇଦେଇଛି।
ଚେନ୍ନାଇର ଏହା ୧୦ମ ମ୍ଯାଚରୁ ହ୍ୟାଟ୍ରିକ ସହ ୮ମ ପରାଜୟ ଥିଲା। ଅନ୍ୟପଟେ ୧୦ମ ମ୍ୟାଚର ଷଷ୍ଠ ବିଜୟ ସହ ପଞ୍ଜାବ ୧୩ ପଏଣ୍ଟ ପାଇଁ ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିଛି। ୧୯୧ ରନର ଚ୍ୟାଲେଞ୍ଜିପୂର୍ଣ୍ଣ ଲକ୍ଷ୍ୟକୁ ପିଛା କରିଥିବା ପଞ୍ଜାବ ରୋମାଞ୍ଚକ ଭାବେ ୨ଟି ବଲ୍ ଓ ୪ଟି ୱିକେଟ ବଳକା ଥାଇ ବିଜୟୀ ହୋଇଥିଲା। ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମୁକାବିଲାରେ ପଞ୍ଜାବ କିଙ୍ଗସର ଯୁଜବେନ୍ଦ୍ର ଚହଲ ହ୍ୟାଟ୍ରିକ ସଫଳତା ପାଇଛନ୍ତି। ଏହାପୂର୍ବରୁ ୨୦୨୨ରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା କୋଲକାତା ବିପକ୍ଷରେ ପ୍ରଥମଥର ହ୍ୟାଟ୍ରିକ ନେଇଥିଲେ।