ପାକିସ୍ତାନର ସରକାର କଣ କରିବେ ଚିନ୍ତା କରିପାରୁନାହାଁନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଆର୍ମି ଚିଫ୍ ଜେନେରାଲ ଆସିମ ମୁନିରଙ୍କ ନିଖୋଜ ଖବର ଉପରେ କିଛି ପ୍ରତିକ୍ରିୟା ଦେଇପାରୁନାହାଁନ୍ତି ।
ଏବେ ସୋସିଆଲ ମିଡିଆ ସହ ବିଶ୍ୱ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ଏହି ଖବର। ତଥାପି, ପାକିସ୍ତାନ ସରକାର କିମ୍ବା ସେନା ପକ୍ଷରୁ କିଛି କୁହାଯାଉନାହିଁଁ କି କୌଣସି ଉତ୍ତର ଆସିନାହିଁ ।
ଏଭଳି ପରିସ୍ଥିତି ବେଳେ ଭାରତର ପହଲଗାମ ଆତଙ୍କି ଆକ୍ରମଣ ପଛରେ ପାକିସ୍ତାନ ଆଇଏସଆଇ ଓ ସେନା ଜଡିତ ଥିବା ଅଭିଯୋଗକୁ ନେଇ ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବାଲୁଚିସ୍ତାନ ଏବଂ ସିନ୍ଧୁ ଅଂଚଳରେ ଲୋକେ ରାସ୍ତା ଉପରକୁ ଆସି ପାକିସ୍ତାନ ସରକାରକୁ ଦୋଷ ଦେଉଛନ୍ତି । ଅଯଥାରେ ଯୁଦ୍ଧ ଭଳି ପରିସ୍ଥିତି ପାକିସ୍ତାନ ସରକାର ସୃଷ୍ଟି କରିଥିବା ସେମାନେ ଅଭିଯୋଗ କରୁଛନ୍ତି ।
ଜେନେରାଲ ମୁନିର ତାଙ୍କ ପରିବାରକୁ ଆମେରିକା ଓ ବ୍ରିଟେନକୁ ପଠାଇଦେଇ ନିଜେ କୌଣସି ଗୁପ୍ତ ବଙ୍କରରେ ଲୁଚି ରହିଥିବା କୁହାଯାଉଛି । ଭାରତ ପକ୍ଷରୁ ଶକ୍ତିଶାଳୀ ପ୍ରତିଶୋଧ ଆସିପାରେ ବୋଲି ପାକିସ୍ତାନରେ ଯେମିତି ଭୟ ଚାଲିଛି, ତେଣୁ ଏହି ଭୟ ମଧ୍ୟ ମୁନିରଙ୍କ ଗୁପ୍ତ ହେବାର ପ୍ରମୁଖ କାରଣ ବୋଲି ବିଶ୍ଳେଷକମାନେ କୁହୁଛନ୍ତି ।
ଏହି ସମସ୍ତ ଘଟଣା ଏକ ବଡ଼ ପ୍ରଶ୍ନ ଉଠାଉଛି — ଯଦି ପାକିସ୍ତାନ ନିଜେ ତାଙ୍କ ସେନା ମୁଖ୍ୟଙ୍କୁ ସୁରକ୍ଷା ଦେଇପାରୁନାହିଁ, ତେବେ ସେ ଦେଶ କେମିତି ଯୁଦ୍ଧ ରେ ଅଂଶ ନେବ? ଆସିମ ମୁନିରଙ୍କ ଅଭିଯୋଗ ଅନୁଯାୟୀ, ସେ ଜେନେରାଲ ଜିୟା ଉଲ ହକଙ୍କ ବାଟରେ ଚାଲୁଛନ୍ତି — ଯିଏ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଭାରତରେ ଅସ୍ଥିରତା ଘଟାଇଥିଲେ।
ପାକିସ୍ତାନରେ ଏବେ ଦେଶ ବିତରେ ମଧ୍ୟ ଅସନ୍ତୋଷ ଦେଖାଯାଉଛି । ସାମ୍ବାଦିକ, ସାଧାରଣ ନାଗରିକ ଓ ଅବସରପ୍ରାପ୍ତ ସୈନିକ ମୁନିରଙ୍କ ବିରୋଧରେ ଖୁଲି ମୁଁହେଁ କହୁଛନ୍ତି । ତାଙ୍କ ଭାଷଣ ଓ ନିତିକୁ ଦେଶ ପାଇଁ କାଳ ଭାବି ଆଲୋଚନା କରୁଛନ୍ତି ।
ଭାରତ ପକ୍ଷରୁ ଆସିପାରୁଥିବା ଯୁଦ୍ଧ ଆଶଙ୍କା ବଢ଼ୁଥିବା ବେଳେ, ଏହିପରି ସ୍ଥିତି ପାକିସ୍ତାନର ଆନ୍ତରିକ ଅସ୍ଥିରତାକୁ ଦର୍ଶାଉଛି । ଏହା ଏକ ଦେଶ ପାଇଁ ଅତ୍ୟନ୍ତ ଶୋଚନୀୟ ଅବସ୍ଥା, ଯେଉଁଠାରେ ତାଙ୍କର ସେନା ମୁଖ୍ୟ ଗୁପ୍ତ ଭାବେ ଲୁଚି ରହିଛନ୍ତି ଓ ସାଧାରଣ ଲୋକ ଭୟ ଓ ଅନିଶ୍ଚିତତା ମଧ୍ୟରେ ଜୀବନ ଯାପନ କରୁଛନ୍ତି ।