Friday, June 27, 2025
No Result
View All Result
Odisha 365

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home Latest News

ଭାରତ ୨୪-୩୬ ଘଣ୍ଟା ମଧ୍ୟରେ ଯୁଦ୍ଧ ଆରମ୍ଭ କରିପାରେ

ପହଲଗାମ ହମଲା ପରେ ଜମ୍ମୁ-କଶ୍ମୀର ସରକାରଙ୍କ ବଡ଼ ପଦକ୍ଷେପ

Ramesh Parida by Ramesh Parida
Apr 30, 2025, 06:46 pm GMT+0530
FacebookTwitterWhatsAppTelegram

ପହଲଗାମର ବୈସାରନ ଭ୍ୟାଲିରେ ଗତ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ହମଲା ପରେ ସାରା ଦେଶ ଆକ୍ରୋଶିତ। ଏହି ହମଲାରେ ୨୫ ଜଣ ପର୍ଯ୍ୟଟକ ଓ ଜଣେ ଘୋଡ଼ାଚଢ଼ାଳି ନିହତ ହୋଇଥିଲେ।

ଆତଙ୍କବାଦୀମାନେ ପୁଣି ଏପରି ହମଲା କରିପାରନ୍ତି ବୋଲି ଗୁଇନ୍ଦା ଏଜେନ୍ସୀ ସତର୍କ କରିଛି। ଏହି ଆଶଙ୍କାକୁ ଗମ୍ଭୀର ଭାବେ ଗ୍ରହଣ କରି ସରକାର ଉପତ୍ୟକାରେ ଥିବା ୮୭ଟି ରିସର୍ଟ ଓ ପର୍ଯ୍ୟଟନ କେନ୍ଦ୍ର ମଧ୍ୟରୁ ୪୮ଟିକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛି।

ଆତଙ୍କବାଦୀ ସଂଗଠନ ଉପତ୍ୟକାରେ ସ୍ଲିପର ସେଲ୍ ଆକ୍ଟିଭେଟ କରିଛି।
ସ୍ଲିପର ସେଲ୍ ହେଉଛି ଏମିତି ଲୋକେ, ଯେଉଁମାନେ ଦୃଶ୍ୟମାନ ଭାବେ କୌଣସି କାର୍ଯ୍ୟ କରୁନାହାନ୍ତି, କିନ୍ତୁ ଗୁପ୍ତ ଭାବେ ଆତଙ୍କବାଦୀମାନେ ନିର୍ଦ୍ଦେଶ ଦେଲେ କାମ କରନ୍ତି।
ଏଯାଁ ପର୍ଯ୍ୟନ୍ତ ହମଲାର ପଛରେ ଥିବା ଆତଙ୍କବାଦୀମାନେ ଧରା ପଡ଼ିନାହାନ୍ତି।
ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି, ଓ ଟାର୍ଗେଟ ହୋଇପାରୁଥିବା ସ୍ଥଳଗୁଡ଼ିକୁ ସତର୍କତା ମୂଳକ ବନ୍ଦ କରାଯାଇଛି।
ଏମାନେ ସବୁବେଳେ ସାଧାରଣ ଲୋକଙ୍କ ଭଳି ରୁହନ୍ତି। ନିର୍ଦ୍ଦେଶ ମିଳିବା ମାତ୍ରେ ଆକ୍ରମଣ କରି ପୁଣି ସାଧାରଣ ଜୀବନକୁ ଫେରିଯାଆନ୍ତି। ଏମାନଙ୍କୁ ଚିହ୍ନଟ କରିବେ ବେଶ ମୁସ୍କିଲ। ପହଲଗାମ ହମଲା ପରେ ଏବେ ବିଭିନ୍ନ ଆତଙ୍କବାଦୀ ସଂଗଠନ ପକ୍ଷରୁ ସେମାନଙ୍କ ସ୍ଲିପର ସେଲ୍ସଗୁଡ଼ିକୁ ଆକ୍ଟିଭ କରାଯାଇଛି। ସେମାନଙ୍କୁ ଅଧିକରୁ ଅଧିକ ଆକ୍ରମଣ ପାଇଁ ନିର୍ଦ୍ଦେଶ ମିଳିଛି।

ଆତଙ୍କବାଦୀମାନେ ଉପତ୍ୟକାରେ ରହୁଥିବା ସୁରକ୍ଷାକର୍ମୀ ଓ ଅଣ କଶ୍ମିରୀମାନଙ୍କୁ ଆଗାମୀ ଦିନରେ ଟାର୍ଗେଟ କରିବାକୁ ମସୁଧା କରିଛନ୍ତି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ଅଣ କଶ୍ମିରୀ, ସିଆଇଡି ଅଧିକାରୀ, କଶ୍ମିରୀ ପଣ୍ଡିତଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁଛି। ବିଶେଷ କରି ଶ୍ରୀନଗର ଓ ଗାନ୍ଦେରବଲ ଜିଲ୍ଲାରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଚାଲିଛି।

ଆତଙ୍କବାଦୀମାନେ ଏବେ ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ କଶ୍ମୀରରେ ସକ୍ରିୟ ରହିଛନ୍ତି। ସେମାନେ ବଡ଼ ଆକ୍ରମଣର ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ପହଲଗାମ ଆତଙ୍କବାଦୀ ହମଲା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କୀ ଲିଙ୍କ ଅଭିଯୋଗରେ ୧୦ଟି ଘରକୁ ଉପତ୍ୟକାରେ ଉଡ଼ାଇ ଦିଆଯାଇଛି। ଏହାର ଜବାବରେ ଆତଙ୍କବାଦୀମାନେ ବଡ଼ ଧରଣର ହମଲା କରିବାକୁ ଚାହୁଁଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

ଗୁଇନ୍ଦା ବିଭାଗ ଆହୁରି କହିଛି ଯେ ଜମ୍ମୁ-କଶ୍ମୀରର ଉପାନ୍ତ ଅଞ୍ଚଳରେ ରେଳ ଭିତ୍ତିଭୂମିର ବିକାଶ କରାଯାଉଛି। ସେଠାରେ ଅନେକ ବାହାର ରାଜ୍ୟର ରେଳ କର୍ମଚାରୀ ରହିଛନ୍ତି। ତେଣୁ ସେମାନଙ୍କୁ ଟାର୍ଗେଟ କରି ମଧ୍ୟ ଆକ୍ରମଣ ହୋଇପାରେ। ତେଣୁ ରେଳବାଇ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ସେମାନଙ୍କ କ୍ୟାମ୍ପ ଓ ବ୍ୟାରିକେଡରୁ ଅନ୍ୟତ୍ର ମନଇଚ୍ଛା ନ ଯିବାକୁ ପରାମର୍ଶ ଦିଆଯାଇଛି।

ଗୁଇନ୍ଦା ବିଭାଗର ଏପରି ସୂଚନା ପରେ ଜମ୍ମୁ-କଶ୍ମୀର ପୁଲିସର ସ୍ପେଶାଲ ଅପରେସନ ଗ୍ରୁପର ଆତ୍ମଘାତୀ ହମଲା ନିରୋଧ ସ୍କ୍ୱାଡକୁ ବିଭିନ୍ନ ସମ୍ବେଦନଶୀଳ ପର୍ଯ୍ୟଟନ ସ୍ଥଳରେ ମୁତୟନ କରାଯାଇଛି। ବିଶେଷ କରି ଗୁଲମାର୍ଗ, ସୋନମାର୍ଗ ଓ ଡାଲ ଲେକ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପହଲଗାମ ହମଲା ପରେ ମଧ୍ୟ ଏହି ପର୍ଯ୍ୟଟନ ସ୍ଥଳଗୁଡ଼ିକ ଲୋକଙ୍କ ପାଇଁ ଖୋଲା ରହିଛି।

ଏପ୍ରିଲ ୨୨ରେ ପହଲଗାମର ବୈସାରନ ଭ୍ୟାଲିରେ ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ସେମାନଙ୍କ ଉପରେ ଗୁଳି ମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପର୍ଯ୍ୟଟକମାନେ ଭୟରେ କଶ୍ମୀର ଛାଡ଼ିଥିଲେ। ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ପର୍ଯ୍ୟଟକଙ୍କ ଭିଡ଼ କଶ୍ମୀରରେ ଜମିଛି। ପର୍ଯ୍ୟଟକମାନେ ଉପତ୍ୟକାକୁ ଫେରୁଥିବା ବେଳେ ଗୁଇନ୍ଦା ବିଭାଗ ପୁଣି ଆତଙ୍କୀ ହମଲାର ଆଶଙ୍କା କରିଛି।

ପହଲଗାମ ହମଲାରେ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଆତଙ୍କବାଦ ନିରୋଧ ଅପରେସନକୁ ପୂରା ରାଜ୍ୟରେ ଜୋରଦାର କରାଯାଇଛି। ମିଳିତ ରେଡ କରି ସୁରକ୍ଷାକର୍ମୀ ଶତାଧିକ ସନ୍ଦିଗ୍ଧ ଆତଙ୍କୀ ସମର୍ଥକଙ୍କୁ ଅଟକ ରଖିଛନ୍ତି। ସେହିପରି ଉପତ୍ୟକାରେ ସକ୍ରିୟ ସ୍ଥାନୀୟ ଆତଙ୍କବାଦୀମାନଙ୍କ ଘର ମଧ୍ୟ ଉଡ଼ାଇ ଦିଆଯାଇଛି।

ShareTweetSendShare

RelatedNews

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ
Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ
Latest News

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ
Latest News

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା
Latest News

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

Latest News

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ଇସ୍ରାଏଲର ଇରାନ ଉପରେ ଏୟାର ଷ୍ଟ୍ରାଇକ: ୨୦ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବର

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.