ଖୋର୍ଦ୍ଧା ଜିଲ୍ଲା କୁହୁଡି ଛକରେ ବୋମାରେ ଜଣେ ଗ୍ରୋସରୀ ଦୋକାନୀ ଗୁରୁତର ଘଟଣା।ମୁଖ୍ୟ ଅଭିଯୁକ୍ତ ସହ 3ଅଭିଯୁକ୍ତଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ।ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଦୀକ୍ଷିତ ପଡା ଗ୍ରାମର ମୁଖ୍ୟ ଅଭିଯୁକ୍ତ ଏସ କେ ବୁନା( ଓରଫ ବୁନୁ) ଏସ କେ ରାଫିଦ ଓ ଏସ କେ ଚାନ୍ଦ 22 ବର୍ଷ ବୋଲି ଜଣା ପଡିଛି।ଗତ ଅପ୍ରେଲ 23 ତାରିଖ ରାତିରେ କୁହୁଡି ଛକରେ ଗ୍ରୋସରୀ ଦୋକାନ କରିଥିବା କୁହୁଡି ଗ୍ରାମର ଲକ୍ଷ୍ମୀଧର ବରାଳ 61 ବର୍ଷ ଦୋକାନ ବନ୍ଦ କରି ଦୋକାନ ଭିତରେ ସୋଇଥିଲେ।ଲକ୍ଷ୍ମୀଧର ଗ୍ରୋସରୀ ଦୋକାନ ଭିତରେ ସୋଇଥିବା ବେଳେ ଦୀକ୍ଷିତ ପଡା ଗ୍ରାମର ଏସ କେ ବୁନା ଙ୍କ ନେତୃତ୍ୱ ରେ 5 ରୁ 6 ଜଣ ଯୁବକ ଆସି ଦୋକାନ ଉପରକୁ ବୋମାମାଦ କରିଥିଲେ।ଭୟଭୀତ ହୋଇ ଲକ୍ଷ୍ମୀଧର ବରାଳ ଉଠି ଆସିବାରୁ ତାଙ୍କୁ ଦୁର୍ବୁର୍ତ୍ତ ମାନେ ମରଣାସ୍ତ୍ର ରେ ଆକ୍ରମଣ କରିଥିଲେ।ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ ଲକ୍ଷ୍ମୀଧର ଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ପରେ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଥିଲା।ଏନେଇ ଲକ୍ଷ୍ମୀଧର ଙ୍କ ପରିବାର ଲୋକେ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ଟାଙ୍ଗୀ ପୋଲିସ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସହିତ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
ମୁଖ୍ୟ ଅଭିଯୁକ୍ତ ନାମ ରେ ଆଗରୁ ବହୂ ଅପରାଧିକ ମାମଲା ଥିବା ଟାଙ୍ଗୀ ଥାନା ଆଇ ଆଇ ସି ରବିନ୍ଦ୍ର କୁମାର ଭୁଜବଳ ସୂଚନା ଦେଇଛନ୍ତି।ମୁଖ୍ୟ ଅଭିଯୁକ୍ତ କୁ ଭୁବନେଶ୍ୱର ରୁ ପୋଲିସ ଗିରଫ କରିଥିବା ଜଣା ପଡିଛି।