କାଶ୍ମୀରର ପହଲଗାମରେ ନରସଂହାର ୨୬ଛଣ ହିନ୍ଦୁ ପର୍ଯ୍ୟଟକଙ୍କୁ ପାକିସ୍ତାନ ଆତଙ୍କବାଦୀ କରିଛନ୍ତି ହତ୍ୟା।ସାରା ଦେଶରେ ଲୋକମାନେ ଏହି ଘଟଣାକୁ ନେଇ ପ୍ରତିବାଦ କରୁଥିବା ବେଳେ ବିଶ୍ୱର ଅନେକ ରାଷ୍ଟ୍ର କରିଛନ୍ତି ନିନ୍ଦା।ଏହି ଅମାନୁଷିକ ଅଭାବନୀୟ ଘଟଣାକୁ ନେଇ ଖୋର୍ଦ୍ଧା ଜିଳ୍ଲା ସରପାରୀ ଗ୍ରାମର ସମାଜସେବୀ ସୁଦାମ ଚରଣ ସାହୁ ଜଳଯୋଗ ମାଧ୍ୟମରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ,ପାକିସ୍ତାନ ସେନାମୂଖ୍ୟ ଓ ପାକିସ୍ତାନ ଜାତୀୟ ପତାକାକୁ ଜାଳି କରିଛନ୍ତି ପ୍ରତିବାଦ।ସୁଦାମ ଚରଣ ଗୋଟିଏ ହାତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ସେନାମୂଖ୍ୟ ଓ ଜାତୀୟ ପତାକା ଧରିଥିବା ବେଳେ ଅନ୍ୟହାତରେ ନିଆଁ ଲଗାଇ ପାଣିରେ ଭାଷି ପ୍ରତିବାଦ କରିଛନ୍ତି।ସୁଦାମ ଜଳଯୋଗ ମାଧ୍ୟମରେ ପ୍ରତିବାଦ କରୁଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଗ୍ରାମବାସୀ ମାନେ ମଧ୍ୟ ଭାରତମାତା କି ଜୟ ବନ୍ଦମାତରମ କହିଥିବା ବେଳେ ପାକିସ୍ତାନ ମୁର୍ଦାବାଦ ନାରା ଦେଇ ପ୍ରତିବାଦ କରି ଏହାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି।