ପହଲଗାମ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଖରାପ ହୋଇଛି । ଏହାରି ଭିତରେ ଭାରତକୁ ସମାଲୋଚନା କରିଛନ୍ତି ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦି ଆଫ୍ରିଦି । ପ୍ରତିଟି ଘଟଣା ଉପରେ ଏହି ପୂର୍ବତନ କ୍ରିକେଟ ଖେଳାଳି ମନ୍ତବ୍ୟ ଦେଇ ଟ୍ରୋଲ ହୋଇଥାନ୍ତି ।
ଏପ୍ରିଲ ୨୨ ତାରିଖରେ ଜମ୍ମୁ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ପୂର୍ବ ଅଧିନାୟକ ଶାହିଦ ଅଫ୍ରିଦି ଭାରତୀୟ ସେନା ଓ ମିଡିଆକୁ ଉପହାସ କରିଥିଲେ। ସେନା କଣ କରୁଥିଲା ବୋଲି କହିଥିଲେ ଆଫ୍ରିଦି । ଏହା ପରେ, ଭାରତର ପୂର୍ବତନ ଖେଳାଳି ଶିଖର ଧୱନ କଡ଼ା ଜବାବ ଦେଇ ଅଫ୍ରିଦିଙ୍କୁ ଶାନ୍ତ କରିଛନ୍ତି।
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ସେନା କଣ କରୁଥିଲା କହିଥିଲେ ଆଫ୍ରିଦି । “ଭାରତୀୟ ମିଡିଆ ଏବଂ ସେନା ସିନେମା ମଜା ନେଉଛନ୍ତି । ପାକିସ୍ତାନ ଉପରେ ଦୋଷ ଦେଉଛନ୍ତି । ଆକ୍ରମଣରେ ପାକିସ୍ତାନର ହାତ ନଥିବା କହିଥିଲେ ଆଫ୍ରିଦି ।
ଏହି ବୟାନ କେବଳ ଭାରତୀୟ ସେନା ପ୍ରତି ଅପମାନ ନୁହେଁ, ଏହା ଏକ ଅସମ୍ବେଦନଶୀଳ ମାନସିକତା ଆଫ୍ରିଦିଙ୍କର ଦର୍ଶାଇଥିଲା । ଶିଖର ଧୱନ କହିଛନ୍ତି “ଆମେ ତୁମକୁ କାରଗିଲରେ ପରାସ୍ତ କରିଥିଲୁ। ତୁମେମାନେ ଏତେ ତଳକୁ ଖସିଯାଇଛ, ଆଉ କେତେ ତଳକୁ ଯିବ? ତୁମେ ମନ୍ତବ୍ୟ ଦେବା ପରିବର୍ତ୍ତେ, ନିଜ ଦେଶର ଅବସ୍ଥା ସୁଧାରିବା ଉପରେ ଧ୍ୟାନ ଦିଅ। ଆମେ ଆମ ସେନା ଉପରେ ଗର୍ବିତ।”
ଏହି ଜବାବ ଶିଖରଙ୍କ ସେନା ପ୍ରତି ଭକ୍ତି ଓ ଭାରତୀୟ ଲୋକଙ୍କ ଭାବନାକୁ ପ୍ରକାଶ କରିଥିଲା । ଯାହାକୁ ନେଇ ଏବେ ସବୁଠି ଚର୍ଚା ଲାଗି ରହିଛି । ଆଫ୍ରିଦି ନିଜ ଦେଶର ଗମ୍ଭୀର ସମସ୍ୟାଗୁଡ଼ିକୁ ଏଡ଼ାଇ ଭାରତକୁ ଟାର୍ଗେଟ କରିବାକୁ ପସନ୍ଦ କରୁଥିବାରୁ, ଶିଖର ଧୱନ ତାଙ୍କୁ ସମାଲୋଚନା କରିଛନ୍ତି ।
ପାକିସ୍ତାନର କିଛି ଖେଳାଳିମାନେ କେବଳ ଖେଳ କ୍ଷେତ୍ରରେ ନୁହେଁ, ସାମାଜିକ ଓ ରାଜନୈତିକ ମଞ୍ଚରେ ମଧ୍ୟ ଭାରତ ଉପରେ କହି ବିବାଦୀୟ ହୋଇ ଟ୍ରୋଲ ହେଉଛନ୍ତି । ଧୱନ ଜଣାଇଛନ୍ତି ଯେ, ଭାରତୀୟ ମାନସିକତା ହେଉଛି ଗର୍ବ, ସତ୍ୟ ଓ ସ୍ୱାଭିମାନର ଗାଥା। ତାହାକୁ କେହି ଖରାପ କହିପାରିବେ ନାହିଁ ।
ଶାହିଦ ଆଫ୍ରିଦି ପୂର୍ବରୁ ମଧ୍ୟ ଅନେକ ବିବାଦୀୟ ବକ୍ତବ୍ୟ ଦେଇ ଭାରତରେ ନିନ୍ଦିତ ହୋଇଛନ୍ତି। ସେ ଅନେକଥର ଭାରତ ବିରୋଧୀ ମନ୍ତବ୍ୟ କରିଛନ୍ତି, ବିଶେଷକରି କାଶ୍ମୀର ମାମଲା ଓ ଭାରତୀୟ ସେନାକୁ ନେଇ ତାଙ୍କର ମାନସିକତା ଭଲ ରହିନାହିଁ ।
ପୂର୍ବରୁ ସେ କହିଥିଲେ “କାଶ୍ମୀରୀ ଲୋକମାନେ ଅଜାଦି ଚାହୁଁଛନ୍ତି” – 2020, PoK ରେ ସେ ଏହି କଥା କହି ଚର୍ଚାରେ ଥିଲେ । ଆଫ୍ରିଦି PoK (ପାକିସ୍ତାନ ଅଧିନ କାଶ୍ମୀର) ରେ ଏକ ଜନସଭାରେ କହିଥିଲେ: “ଭାରତ 7 ଲକ୍ଷ ସେନା ରଖିଛି କାଶ୍ମୀରରେ – ଏତେ ସେନା ଥିଲେ ମଧ୍ୟ ସେମାନେ ଅଜାଦି ଚାହୁଁଛନ୍ତି।”
ଏହି ବୟାନ ପରେ ଭାରତର ଅନେକ କ୍ରିକେଟ ଖେଳାଳି ଏବଂ ରାଜନୈତିଜ୍ଞ ତାଙ୍କୁ ବଡ଼ ଧୂର୍ତ୍ତ ଭାବେ ଆଲୋଚନା କରିଥିଲେ। ପୁଣି ସେ କହିଥିଲେ “ଭାରତ ମାନବତା ବିରୋଧୀ ନୀତି ଅନୁସରଣ କରୁଛି” – । “ଭାରତର କାଶ୍ମୀର ନୀତି ମାନବତା ବିରୋଧୀ। ତାଙ୍କର ସେନା ଅସାମରିକ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି।” ଏଭଳି କହିଥିଲେ ଆଫ୍ରିଦି ।
ତେବେ ପ୍ରଶ୍ନ ଉଠୁଛି ଯେ ଆଫ୍ରିଦି ଏକ ଖେଳାଳି ରୂପେ ରହି ରାଜନୈତିକ ମଞ୍ଚକୁ ବ୍ୟବହାର କରୁଛନ୍ତି । ନିକଟରେ ଏକ ଭିଡିଓ ରେ ଆଫ୍ରିଦି ଏହିପରି କହିଥିଲେ ଯେ “ଭାରତୀୟ ସେନା ଓ ମିଡିଆ ନିଜେ ନିଜେ ଆତଙ୍କବାଦୀ ଆକ୍ରମଣ ରଚନା କରି ତାପରେ ବିଜୟ ଘୋଷଣା କରନ୍ତି।”
ଏହି ବୟାନକୁ ନେଇ ଭାରତରେ ପ୍ରତିକ୍ରିୟା ଦିଆଯାଇଥିଲା, ଏବଂ ଶିଖର ଧୱନ ସହ ବହୁତ ଭାରତୀୟ ତାଙ୍କୁ ଉଚିତ ଉତ୍ତର ଦେଇଥିଲେ।
ପୁଣି ଥରେ ଆଫ୍ରିଦି କହିଥିଲେର-“ମୋ ହୃଦୟ ମଧ୍ୟ କାଶ୍ମୀର ସହ” ରହିଛି – 2018 ରେ ସେ ଏହା କହି ଭାରତରେ ବିବାଦ ସୃଷ୍ଟି କରିଥିଲା ।
ଏହି ବୟାନ ପରେ ଗୌତମ ଗମ୍ଭୀର ଓ ହରଭଜନ ସିଂହ ଭଳି ଖେଳାଳି ତାଙ୍କୁ ଖୁବ୍ ସମାଲୋଚନା କରିଥିଲେ । ଆଫ୍ରିଦି ତାଙ୍କ ଖେଳ ଜୀବନ ରେ ଯେତେ ନାମ କମାଇଛନ୍ତି, ତାହା ଏବେ ସମାପ୍ତ ହୋଇଛି । ଏବେ ଭାରତ ବିରୋଧୀ ବୟାନ ଦେଇ ସେ ଲୋକଙ୍କ ଆଗରେ ହିରୋ ବନିବାକୁ ଚାହୁଁଛନ୍ତି ।
କିନ୍ତୁ ଏହାକୁ ମଧ୍ୟ ପାକିସ୍ତାନବାସୀ ଗ୍ରହଣ କରୁନାହାଁନ୍ତି । କେବଳ ସେଠାକାର କିଛି ନେତା ନିଜର ସ୍ବାର୍ଥ ପାଇଁ ତାଙ୍କୁ ଏପରି କହିବାକୁ ଉସୁକାଉଛନ୍ତି । ଏବେ ଭାରତରେ ତାଙ୍କୁ ଅଧିକ ଟ୍ରୋଲ କରାଯାଉଛି ।