ଭାରତ ପାକିସ୍ତାନୀ ବିମାନ ପାଇଁ ନିଜ ଆକାଶ ସୀମା ବନ୍ଦ କରିବାକୁ ବିଚାର କରୁଛି । ଦିନେ ଦୁଇ ଦିନ ଭିତରେ ଭାରତ ଏହି ବଡ଼ ନିଷ୍ପତ୍ତି ନେଇପାର । ଯଦି ଭାରତ ଏହି ନିଷ୍ପତ୍ତି ନିଏ ତେବେ କାହାର ଅଧିକ କ୍ଷତି ହେବ ତାକୁ ନେଇ ଆଲୋଚନା ଚାଲିଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ଯୁଦ୍ଧ ହେବା ନେଇ ପ୍ରସ୍ତୁତି ଚାଲିଛି । ଭାରତ ବଡ଼ ପ୍ରସ୍ତୁତି ଚଲାଇଛି । ତେବେ ଭାରତ ବର୍ତ୍ତମାନ ପାକିସ୍ତାନୀ ବିମାନ ପାଇଁ ନିଜ ଆକାଶ ସୀମା ବନ୍ଦ କରିବାକୁ ଚିନ୍ତା କରୁଛି। କାରଣ ପୂର୍ବରୁ ପାକିସ୍ତାନ ତାହାର ଆକାଶ ସୀମା ଭାରତ ପାଇଁ ବନ୍ଦ କରିସାରିଛି ।
ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନକୁ ଯେଉଁଭଳି ଜବାବ ଦେଇଛନ୍ତି। ଏହା ମାଧ୍ୟମରେ ପାକିସ୍ତାନର ଅସନ୍ତୋଷ ସ୍ପଷ୍ଟ ଭାବରେ ଦେଖାଯାଉଛି। ପହଲଗାମ ଆକ୍ରମଣ ସମ୍ପର୍କରେ ପାକିସ୍ତାନର ଅନେକ ନେତା ନିରନ୍ତର ଅବାନ୍ତର ଏବଂ ଉତ୍ତେଜନାମୂଳକ ଭାଷଣ ଦେଉଛନ୍ତି। ନିକଟରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ କହିଥିଲେ ଯେ, ଆମର ପାଣି ନଚେତ୍ ସେମାନଙ୍କର ରକ୍ତ ସିନ୍ଧୁରେ ବହିବ। ଏହା ପରେ ଭାରତ ଅନେକ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି
ପାକିସ୍ତାନର ବିମାନ ଚଳାଚଳ ଖର୍ଚ୍ଚ ବୃଦ୍ଧି ପାଇବାକୁ ଯାଉଛି ଏବଂ ସମୟ ଅଧିକ ଲାଗିବ । ଅନ୍ୟପଟେ, ପାକିସ୍ତାନର ଆକାଶ ସୀମା ବନ୍ଦ ହେବା ଫଳରେ ଭାରତୀୟ ବିମାନ ସେବା ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପ୍ରତି ସପ୍ତାହରେ ପ୍ରାୟ ୮୦୦ ଅନ୍ତର୍ଜାତୀୟ ଉଡ଼ାଣରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହି ବିମାନଗୁଡ଼ିକୁ ଉତ୍ତର ଆମେରିକା, ୟୁରୋପ ଓ ମଧ୍ୟପ୍ରାଚ୍ୟ ଅଞ୍ଚଳକୁ ଯିବା ପାଇଁ ଅଧିକ ସମୟ ନେବାକୁ ପଡୁଛି , ଫଳରେ ଇନ୍ଧନ ଖର୍ଚ୍ଚ ଓ ଉଡ଼ାଣ ସମୟ ମଧ୍ୟ ବୃଦ୍ଧି ପାଉଛି ।
ଭାରତର କଡ଼ା ନିଷ୍ପତ୍ତି
ପାକିସ୍ତାନ ଦୀର୍ଘ ଦିନ ଧରି ଭାରତର ବିମାନ ଆଗମନ-ପ୍ରସ୍ଥାନ ରାସ୍ତା ରୂପେ ବ୍ୟବହାର କରିଆସୁଛି । ଯଦି ଭାରତ ଏହି ଯାତ୍ରା ପଥ ରୋକ ଲଗାଏ ତେବେ ପାକିସ୍ତାନ ଅନେକ କ୍ଷତି ସହିିବ ।
ପାକିସ୍ତାନୀ ବିମାନ ଯଦି ଭାରତୀୟ ଆକାଶ ସୀମା ବ୍ୟବହାର କରିପାରିବେ ନାହିଁ, ତେବେ ସେମାନେ ଆନ୍ତର୍ଜାତୀୟ ରୁଟ୍ ବଦଳାଇବାକୁ ବାଧ୍ୟ ହେବେ।ଯାହା ଦ୍ବାରା ଟିକେଦ ଦାମ ବଢ଼ିବ । ପାକିସ୍ତାନ ଅଧିକ କ୍ଷତି ସହିବ ।
ପାକିସ୍ତାନ ପାଇଁ ସମ୍ଭାବ୍ୟ କ୍ଷତି:
ଏଭିଏସନ ରେଭେନ୍ୟୁର ହାନି: ଆନ୍ତର୍ଜାତୀୟ ବିମାନ ଯଦି ପାକିସ୍ତାନୀ ଆକାଶ ସୀମା ବ୍ୟବହାର କରିନାହାନ୍ତି, ତେବେ ଏନଏଭି ଆଇ ଓ ଏୟାରଲାଇନ୍ସ ଦୁଇଟି ରେଭେନ୍ୟୁ ହାରାଇପାରେ।
ଅନ୍ତର୍ଜାତୀୟ ବିମାନ ରେ ପ୍ରଭାବ: ବେଂକକ, ଦୁବାଇ, କୁଆଲାଲମ୍ପୁର, ଅମାନ ଭଳି ସ୍ଥାନରୁ ଆସୁଥିବା ବିମାନଗୁଡ଼ିକ ଭାରତ ମାଗ୍ଧ୍ୟମରେ ଶୀଘ୍ର ଉଡ଼ାଣ ମାନିଥିଲେ, ବର୍ତ୍ତମାନ ସେଗୁଡ଼ିକୁ ବଡ଼ ଘୁଞ୍ଚି ଆସିବାକୁ ପଡ଼ିବ।
3. ଭାରତ ପାଇଁ କ୍ଷତି କିମ୍ବା ଲାଭ:
ରାଜନୈତିକ ଓ ରାଷ୍ଟ୍ରୀୟ ସୁରକ୍ଷା ନୀତିରେ ଏହା ଏକ ଦୃଢ଼ ସନ୍ଦେଶ ହେବ। ପାକିସ୍ତାନ ଉପରେ ଆର୍ଥିକ ଓ ବୈଶ୍ୱିକ ଚାପ ବଢ଼ିବ। ଏୟାର ଟ୍ରାଫିକ ରୁଟ୍ ଉପରେ ଅଳ୍ପ ପ୍ରଭାବ ପଡ଼ିପାରେ, କିନ୍ତୁ ତାହା ଅନ୍ୟ ରାସ୍ତା ଦ୍ୱାରା କ୍ଷତି କମ୍ କରାଯିପାରିବ।
2019ରେ ପାକିସ୍ତାନ ବାଲାକୋଟ ଏୟାର ସ୍ଟ୍ରାଇକ ପରେ ଏହି ପ୍ରକାର ଆକାଶ ସୀମା ବନ୍ଦ କରାଯାଇଥିଲା। ସେତେବେଳେ ଦୁଇ ଦେଶ ନିଜ ନିଜର ସୀମା ଉପରେ ବ୍ୟାନ ନିଷ୍ପତ୍ତି ରଖିଥିଲେ । ସେତେବେଳେ ବି ଅନେକ ବିମାନକୁ ଅନ୍ୟ ରୁଟ୍ ନେବାକୁ ପଡ଼ିଥିଲା ଓ ଆର୍ଥିକ ଚାପ ସୃଷ୍ଟି କରିଥିଲା।
ଭାରତ ଯଦି ପାକିସ୍ତାନ ପାଇଁ ନିଜ ଆକାଶ ସୀମା ବନ୍ଦ କରେ, ତେବେ ଏହା ପାକିସ୍ତାନ ପାଇଁ ଅଧିକ କ୍ଷତିକାରକ ହେବ। ବିଶ୍ୱ ଏୟାର ଟ୍ରାଫିକ ର ଗୁରୁତ୍ୱପୂର୍ଣ୍ଣ ମଝିରେ ରହିଛି ଭାରତ ।
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ପାକିସ୍ତାନୀ ବିମାନ ଅନ୍ୟ ରୁଟ ଦେଇ ଯିବ । ଏହା ପୂର୍ବରୁ ପାକିସ୍ତାନ ଗତ ଏପ୍ରିଲ ୨୪ ତାରିଖରେ ଭାରତୀୟ ବିମାନଗୁଡ଼ିକ ପାଇଁ ନିଜ ଆକାଶ ସୀମା ବନ୍ଦ କରିଦେଇଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଛି । ଭାରତର ଏହି ପଦକ୍ଷେପ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଉପରେ ବଡ଼ ପ୍ରଭାବ ପକାଇଛି ।