ମାଲକାନଗିରି ଜିଲ୍ଲାରୁ ଦିନକୁ ଦିନ ନକ୍ସଲମାନେ ଏବେ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ନକ୍ସଲଙ୍କୁ ସିଧା ସିଧା ସୁରକ୍ଷା ବାହିନୀ କହିଛି ଆତ୍ମସମର୍ପଣ କର ନଚେତ ଗୁଳି ଖାଇବ । ଏହି ଭୟରେ ଯେଉଁମାନେ ଘର ଛାଡି ଜଂଗଲରେ ରହୁଥିଲେ ସେମାନେ ଏବେ ଜଂଗଲ ଛାଡି ପୁଣି ଘରମୁହାଁ ହୋଇଛନ୍ତି ।
ଏବେ ନକ୍ସଲମାନେ ସୁରକ୍ଷାବାହିନୀର ଲଗାତାର ଆକ୍ରମଣରେ ଭୟଭୀତ ହୋଇଯାଇଛନ୍ତି। ମୃତ୍ୟୁ ଅପେକ୍ଷା ପରିବାର ସହ ଖୁସିରେ ରହିବାକୁ ଏମାନେ ପସନ୍ଦ କରୁଛନ୍ତି। ଏଥିସହ ସରକାରଙ୍କ ଆତ୍ମସମର୍ପଣ ନୀତିରେ ପ୍ରଭାବିତ ହୋଇଛନ୍ତି । ସରକାରଙ୍କ ତରଫରୁ ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଆଗାମୀ ଦିନରେ ବିଭିନ୍ନ ଆତ୍ମନିର୍ଭରଶୀଳ ତାଲିମ ପ୍ରଦାନ କରାଯାଇ ଥଇଥାନ କରାଯିବା ସହ ସେମାନଙ୍କୁ ଘର, ରାସନ କାର୍ଡ, ସ୍ବାସ୍ଥ୍ୟବୀମା କାର୍ଡ ସହ ଅନେକ ସରକାରୀ ଯୋଜନାର ଲାଭ ମିଳିବାର ପ୍ରତିଶ୍ରୁତି ମିଳିଛି ।
ଗତ କିଛି ମାସ ହେଲା ସୁରକ୍ଷାବାହିନୀ ପକ୍ଷରୁ ନକ୍ସଲଙ୍କ ଗଡ଼ରେ ଜୋରଦାର ଆକ୍ରମଣ କରାଯାଉଛି । ଶହ ଶହ ନକ୍ସଲ ଏବେ ଆତ୍ମସମର୍ପଣ କରୁଛନ୍ତି । ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ୨୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ମହିଳା ନକ୍ସଲ ରହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୧୪ ଜଣ ନାମରେ ୨୯ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ନକ୍ସଲମାନେ ସଂଗଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି।
ଓଡ଼ିଶାରେ ନକ୍ସଲବାଦ
ନକ୍ସଲବାଦ ବା ମାଓବାଦ ଓଡ଼ିଶାରେ ଦୀର୍ଘଦିନ ହେଲା କାର୍ଯ୍ୟ କରୁଛି । ସାଧାରଣ ଲୋକଙ୍କୁ ଡରାଇ ସରକାର ବିରୋଧରେ କାମ କରି ସୁରକ୍ଷାବାହିନୀଙ୍କୁ ହତ୍ୟା କରିବା ସହ ସରଳ ଗ୍ରାମବାସୀଙ୍କୁ ହତ୍ୟା କରୁଥିବା ବାରମ୍ବାର ଅଭିଯୋଗ ହେଉଛି । ବିକାଶ ରୋକିବା ପାଇଁ ନକ୍ସଲମାନେ ସୀମାନ୍ତ ଗ୍ରାମବାସୀଙ୍କୁ କହୁଥିବା ଅଭିଯୋଗ ହୁଏ । ନକ୍ସଲବାଦ ରାଜ୍ୟରେ ଦୀର୍ଘ ସମୟ ଧରି ଲାଗି ରହିଛି। ଓଡ଼ିଶା ନକ୍ସଲବାଦର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପଡିଛି। ଏହାର ଉତ୍ପତ୍ତି ରାଜ୍ୟରେ ବିକାଶରେ ବାଧକ ହୋଇଛି ।
ଓଡ଼ିଶାରେ ନକ୍ସଲ ଚଳାଚଳ ଦଶକ 70ରୁ ଆରମ୍ଭ ହୋଇଥିବା ବେଳେ, ଏହା ବିଶେଷ କରି କୋରାପୁଟ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, ଓ ଶୁନ୍ଦରଗଡ଼ ଭଳି ଆଦିବାସୀ ଅଞ୍ଚଳଗୁଡ଼ିକୁ ପ୍ରଭାବିତ କରିଥିଲା। ଏହି ଅଞ୍ଚଳଗୁଡ଼ିକ ଅର୍ଥନୈତିକ ଓ ସାମାଜିକ ଭାବେ ଅନୁନ୍ନତ ଥିବାରୁ ଏଠାରେ ଅସନ୍ତୋଷ ବେଶିଥିଲା। ମାଓବାଦୀମାନେ ଏହି ଅଞ୍ଚଳର ଗରିବ ଓ ଆଦିବାସୀ ଲୋକଙ୍କ ଅସନ୍ତୋଷକୁ ଏକ ଶକ୍ତିରୂପେ ବ୍ୟବହାର କରି ସରକାର ବିରୋଧରେ ଲଢ଼େଇ ଜାରି ରଖିଥିଲେ ।
ବିକାଶରେ ବାଧା
ନକ୍ସଲ ଭୟରେ ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଉନ୍ନତି କାର୍ଯ୍ୟକ୍ରମ ଆଗେଇ ପାରିନାହିଁ । ସରକାରୀ ଅଧିକାରୀ ଓ ଜନପ୍ରତିନିଧିମାନେ ଏହି ଅଞ୍ଚଳକୁ ଯିବାରେ ଭୟ ଅନୁଭବ କରିଥିଲେ। ଗ୍ରାମବାସୀମାନେ ମଧ୍ୟ ନକ୍ସଲ ଓ ସରକାର ମଧ୍ୟରେ ଫସି ରହୁଥିଲେ ।
ଆତ୍ମସମର୍ପଣ ନୀତି:
ଓଡ଼ିଶା ସରକାର 2000 ଦଶକର ପରେ ଏହି ଚଳାଚଳକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି। ତା’ମଧ୍ୟରେ ଆତ୍ମସମର୍ପଣ ନୀତି ଏକ ମୁଖ୍ୟ ଭୂମିକା ନିଭାଇଛି। ସରକାର ଯେଉଁ ମାଓବାଦୀମାନେ ଆପଣଙ୍କ ଶସ୍ତ୍ର ଛାଡ଼ି ସାଧାରଣ ଜୀବନକୁ ଗ୍ରହଣ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ଆର୍ଥିକ ସହାୟତା, ଅସ୍ଥାୟୀ ରୋଜଗାର, ଘର, ଓ ପୁନଃ ସାମାଜିକ ଏକତା ପ୍ରଦାନ କରୁଛି।
ଏହି ନୀତିର ଫଳସ୍ୱରୂପ ଅନେକ ମାଓବାଦୀ ନେତା ଓ କାର୍ଯ୍ୟକର୍ତ୍ତା ଆତ୍ମସମର୍ପଣ କରି ସାଧାରଣ ଜୀବନରେ ଫେରିଆସିଛନ୍ତି। ମିଳିତ ପୁଲିସ , ସ୍ଥାନୀୟ ବିକାଶ, ଏବଂ ଆତ୍ମସମର୍ପଣ ନୀତି ମିଶି ଓଡ଼ିଶାରେ ମାଓବାଦ ହ୍ରାସ ହେବାରେ ଲାଗିଛି
ଘରକୁ ଫେରୁଛନ୍ତି ନକ୍ସଲ
ଓଡ଼ିଶାରେ ନକ୍ସଲବାଦ ଦିନେ ଚ୍ୟାଲେଞ୍ଜ ଥିଲା । ଯାହାକୁ ସରକାର ନୀତିଗତ ଏବଂ ସେନା ଭିତ୍ତିକ ପଦକ୍ଷେପ ଦ୍ୱାରା ଅନେକ ଅଂଶରେ ନିୟନ୍ତ୍ରଣ କରିଥିଲେ । ଏବେ ସରକାର ପ୍ରଚାର କରିବା ସହ ସେମାନଙ୍କୁ ଭୁଲ ବାଟରୁ ଫେରି ଆସିବା ପାଇଁ ଅନୁରୋଧ କରୁଛନ୍ତି । ସେମାନଙ୍କ ଗରିବୀ ହଟାଇବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । ବିକାଶର ଅଭାବକୁ ଦୂର କରିବା ସହିତ ସ୍ଥାୟୀ ଶାନ୍ତି ସ୍ଥାପନ କରାଯାଇପାରିବ ବୋଲି ନିର୍ଭୟ ପ୍ରତିଶ୍ରୁତି ଦେଉଛନ୍ତି
ଯାହା ଫଳରେ ଆଜି ଅନେକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଯେଉଁମାନେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିଛନ୍ତି ସେମାନେ ହେଲେ ସୁଦୂର ହେମଲା(୩୩),କୋମଲି ମିଡିୟମ(୩୬), ଜୟମତି ପୁନେମ(୨୪),ସମନାଥ କୁଞ୍ଜାମ(୪୦),ଚେତୁ କୁରସମ(୩୦),ବୁଚି ମାଡ଼ବି(୨୫),ସୁଖମତି ଓର୍ଷା(୨୮),ଷୋମଲି ହେମଲା(୪୫),ବୁଜ୍ଜି ପଦମ(୨୦),ସାକ୍କୋ ପୁନେମ(୨୮),ହିଡ଼ମେ ବେକ୍କୋ(୨୨),ସୋନି କୋର୍ସ(୩୦),ଲଚ୍ଛା ତାତି(୨୫),ମଙ୍ଗୁ ପୁନେମ(୨୧),ଆଇତୁ କୋରସା(୪୫),ଆଇତୁ କାବାସୀ(୪୦),ମହେଶ ମାଡ଼ବି(୨୯),ରୋନି ତାତି(୨୪),ସନ୍ତୁ କାବାସୀ(୩୦),ତୁଳସୀ ପୁନେମ(୨୨),ସନକୁ କାବାସୀ(୩୯),ଜଗୁ କୁରସାମ(୩୦),ମନକୁ ରାମ(୨୨) ଏବଂ ପାଇକୁ ହେମଲା(୩୨)।