ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୈଠକ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଥିଲା ବୈଠକ । ପହଲଗାମ୍ ଆତଙ୍କୀ ହମଲାକୁ ନେଇ ୪୦ ମିନିଟ୍ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । କାଉଣ୍ଟର ଆଟାକ୍ ପାଇଁ ବଡ଼ ଧରଣର ଆଲୋଚନା ହୋଇଛି । ଗତକାଲି CDS ଜେନେରାଲ୍ ଅନୀଲ ଚୌଧୁରୀଙ୍କ ସହ ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ସେପଟେ ଅପରାହ୍ନରେ ବସିବ ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ବୈଠକ । ପହଲଗାମ୍ ଆତଙ୍କୀ ହମଲାକୁ ନେଇ ହେବ ଆଲୋଚନା ।
ସେପଟେ ଏଲଓସିରେ ଆସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି ପାକିସ୍ତାନ । ଏବେ ସୁଦ୍ଧା ଚତୁର୍ଥ ଥର ପାଇଁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି । ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ ଦେଉଛନ୍ତି ।