ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମାମଲାରେ ଅଭିଯୁକ୍ତ ଯୁବକ ଗିରଫ । ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା ଯୁବକ ଗୁଜରାଟର ୨୧ ବର୍ଷୀୟ ଯୁବକ ଜିଗ୍ନେଶସିଂହ ପରମାର ବୋଲି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି। ଗତ 22 ତାରିଖରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ମାମଲାର ଦିଲ୍ଲୀ ପୋଲିସ ଗୁଜରାଟର ଯୁବକଙ୍କୁ ଗିରଫ କରିଛି। ଗିରଫ ଗୁଜରାଟର ୨୧ ବର୍ଷୀୟ ଜିଗ୍ନେଶସିଂହ ପରମାରଙ୍କୁ କେନ୍ଦ୍ରୀୟ ଜିଲ୍ଲା ପୋଲିସ ଦଳ ପଚରାଉଚରା ଜାରି ରଖିଛନ୍ତି । ଇଞ୍ଜିନିୟରିଂ ଛାତ୍ର ଜଣକ ମାନସିକ ରୋଗରେ ପୀଡିତ ଥିବା ତାଙ୍କ ପରିବାର ଲୋକେ କହିଛନ୍ତି ।