ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଜଟିଳ ହେବାକୁ ଲାଗିଛି। ଆଇସିସି ଇଭେଣ୍ଟରେ ଗୋଟିଏ ଗ୍ରୁପରେ ଉଭୟ ଭାରତ ଓ ପାକିସ୍ତାନକୁ ନ ରଖିବା ନେଇ ବିସିସିଆଇ ପକ୍ଷରୁ ଆଇସିସିକୁ ଚିଠି ମାଧ୍ୟମରେ ଅବଗତ କରାଇଛି। ଭାରତରେ ଆସନ୍ତା ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨୬ ପର୍ଯ୍ୟନ୍ତ ହେବାକୁ ଯାଉଛି ଆଇସିସି ମହିଳା ଦିନିକିଆ ବିଶ୍ବକପ ।