ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଏଲଓସିରେ ଉତ୍ତେଜନା ବୃଦ୍ଧି ପାଇଛି । ଲଗାତାର ଚତୁର୍ଥ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ ଭଙ୍ଗ କରିଛି ପାକ୍ । LoCର ବିଭିନ୍ନ ସ୍ଥାନରେ ପାକ୍ ସେନାର ଗୁଳିମାଡ଼ । ଉଚିତ ଜବାବ ଦେଉଛନ୍ତି ଭାରତୀୟ ସେନା । ୨୭ ଓ ୨୮ ତାରିଖ ରାତିରେ, ପାକିସ୍ତାନ ସେନା ପୋଷ୍ଟ ଗୁଡ଼ିକ କୁପୱାରା ଏବଂ ପୁଞ୍ଚ ଜିଲ୍ଲାର ସଂଲଗ୍ନ ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାର ହୋଇ ବିନା ପ୍ରରୋଚନାରେ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳି ଚଳାଇ ଥିଲେ । ତୁତମାରି ଗଳି ଓ ରାମପୁର ସେକ୍ଟର ସମ୍ମୁଖରେ ବି ପାକ୍ ସେନା ଗୁଳିମାଡ଼ କରିଥିଲେ । ପ୍ରତି ଜବାବ ଦେଇଛନ୍ତି ଭାରତୀୟ ସେନା ।