ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପାକିସ୍ତାନ ବିରୋଧରେ କ୍ରୋଧ ଶୀର୍ଷରେ ପହଞ୍ଚିଛି । ଏହାର ପ୍ରଭାବରେ ଭାରତରେ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଫିଲ୍ମ ଅବୀର ଗୁଲାଲର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସୂତ୍ର ଏହି ସୂଚନା ଦେଇଛି । ଏହି ଫିଲ୍ମକୁ ନେଇ ପୂର୍ବରୁ ବିବାଦ ଥିଲା କିନ୍ତୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଶେଷରେ ଏହାର ରିଲିଜ୍ କୁ ବନ୍ଦ କରିଦିଆଯାଇଛି । ଏହି ଚଳଚ୍ଚିତ୍ରଟି ୯ ମଇ ୨୦୨୫ରେ ରିଲିଜ ହେବାର ଥିଲା । ଏହି ଫିଲ୍ମ ମାଧ୍ୟମରେ ଫୱାଦ ଖାନ ବହୁ ବର୍ଷ ପରେ ଭାରତୀୟ ଫିଲ୍ମରେ ଫେରି ଆସୁଥିଲେ । କିନ୍ତୁ ଏବେ ଭାରତରେ ଏହାର ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ।