ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ-ପାକିସ୍ତାନ ସମ୍ପର୍କ ଏକ ଉତ୍ତେଜନାପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ, ଭାରତ ଏକ କଠୋର ନିଷ୍ପତ୍ତି ନେଇ ପାକିସ୍ତାନ ବିରୋଧରେ ୫ଟି ବଡ଼ ନିଷ୍ପତ୍ତି ନେଇଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଗୁରୁବାର ଭାରତୀୟ ନୌସେନାର କ୍ଷେପଣାସ୍ତ୍ର ବିଧ୍ୱଂସକ ‘INS ସୁରତ’ର ସଫଳ ପରୀକ୍ଷଣ କରିଛି। କୁହାଯାଉଛି ଯେ, ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ପ୍ରାୟ ୭୦ କିଲୋମିଟର।
ନୌସେନା କହିଛି, ଭାରତୀୟ ନୌସେନାର ସର୍ବଶେଷ ସ୍ବଦେଶୀ କ୍ଷେପଣାସ୍ତ୍ର ବିଧ୍ୱଂସକ ଜାହାଜ ‘INS ସୁରତ’ ସମୁଦ୍ରରେ ଅବସ୍ଥିତ ଏକ ଲକ୍ଷ୍ୟସ୍ଥଳ ଉପରେ ସଠିକ ଆକ୍ରମଣ ସଫଳତାର ସହ କରିଛି ।