ଦିଲ୍ଲୀ ସଂସଦ ଭବନରେ ସରିଲା ସର୍ବଦଳୀୟ ବୈଠକ । ପହଲଗାମ୍ ଆତଙ୍କୀ ହମ୍ଲାକୁ ନେଇ ବୈଠକରେ 2 ଘଣ୍ଟା ଧରି ହୋଇଛି ଆଲୋଚନା । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ । ବିରୋଧୀ ଦଳ ନେତା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସରକାର ଯାହା ପଦକ୍ଷେପ ନେବେ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି ବିରୋଧୀ । ବୈଠକରେ AICC ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ରାହୁଲ ଗାନ୍ଧି ଓ ଅନ୍ୟାନ୍ୟ ଦଳର ସଦସ୍ୟ ଉପସ୍ଥିତ ଥିଲେ ।