ଧର୍ମାନ୍ତରିକରଣ ଅଭିଯୋଗ ରେ ଦୁଇ ଅଟକ।ସେମାନଙ୍କ ନିକଟରୁ ଶତାଧିକ ପୁସ୍ତକ ଜବତ।ସୂଚନାରୁ ଜଣାପଡିଛି ୫/୬ଜଣ ଯୁବକ ବ୍ୟାଗରେ ଗୀତା ଜ୍ଞାନ ଓ ଗୀତା ଚର୍ଚ୍ଚା ବହି ଧରି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳର ବିଭିନ୍ନ ଅଂଚଳରେ ବିକ୍ରୀ କରୁଥିଲେ।ଦୁଉଜଣ ଯୁବକ ମଧ୍ୟାହ୍ନରେ ନିରାକାରପୁର କଲେଜ ଛକ ଠାରେ କେତେକ କଲେଜ ପଢୁଆ ଛାତ୍ରଛାତ୍ରୀ ଓ ପଥଚାରୀଙ୍କୁ ଡାକି ବହି ଦେଖାଇ ପଢିବାକୁ କହିଥିଲେ।ଗୀତା ବିଜ୍ଞାନ ବହିରେ ଖ୍ରୀଷ୍ଟ ଧର୍ମର ବାଇବେଲ ଓ ଇସଲାମ ଧର୍ମର କୋରାନର କିଛି ଅଂଶ ସ୍ଥାନ ପାଇଥିବା ଦେଖିବାକୁ ମିଳିଥିଲା।ହିନ୍ଦୁ ଧର୍ତରୁ ଅନ୍ୟଧର୍ମ ପରିବର୍ତ୍ତନ କଲେ ଆର୍ଥିକ ସହାୟତା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବ ବୋଲି ପ୍ରଲୋଭିତ କରିଥିଲେ।ଖବର ପାଇ ଆଚଂଳିକ ହିନ୍ଦୁ ସଂଗଠନର ସଦସ୍ୟ ମାନେ ପହଞ୍ଚି ଏହି ଗୀତା ବହିରେ ଲେଖା ବାଇବେଲ ଓ ଇସଲାମ ଧର୍ମ ସଂମ୍ପର୍କରେ ପଚାରିବାରେ ଦୁହେଁ ସନ୍ତୋଷ ଜନ ଉତ୍ତର ଦେଇ ପାରିନଥିଲେ।ହିନ୍ଦୁ ସଂଗଠନ ସଦସ୍ୟ ମାନେ ଦୁଇ ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଇ ନିରାକାରପୁର ଥାନାରେ ଜିମା ଦେଇଥିଲେ।ଅନ୍ୟ ଯୁବକ ମାନେ ବ୍ୟାଗ ଛାଡି ଫେରାର ହୋଇଥିବା ଜଣାପଡିଛି।