ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ୧ ହଜାରରୁ ଅଧିକ ମାଓବାଦୀଙ୍କୁ ଘେରି ରହିଛନ୍ତି ସୁରକ୍ଷା କର୍ମୀ। ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ୫ ଜଣ ମାଓବାଦୀ ନିପାତ ହୋଇଛନ୍ତି। ମାଓବାଦୀ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ୍ ବିଛାଇଥିବା ଜଣା ପଡିଛି। ଘଟଣାସ୍ଥଳରୁ ବହୁ ମାତ୍ରାରେ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ କରାଯାଇଛି।
ଛତିଶଗଡ଼ର ଡିଆରଜି, ଏସଟିଏଫ, ସିଆରପିଏଫ, କୋବ୍ରା, ବସ୍ତର ଫାଇଟର୍ସ ବାଟାଲିୟନର ଯବାନ ଜଙ୍ଗଲରେ ତନତନ କରି ତଲାସୀ କରୁଛନ୍ତି। ଗୁଇନ୍ଦା ସୁତ୍ର ଅନୁସାରେ ହଜାରେ ମାଓବାଦୀ ଲୁଚି ରହିଛନ୍ତି। ମାଓ କମିଟିର ବଡ଼ବଡ଼ ନେତା ଏଠାରେ ଲୁଚି ରହିଥିବା ଅନୁମାନ କରାଯାଉଛି। ଡ୍ରୋନ୍ ଓ ହେଲିକପ୍ଟର ଜରିଆରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ୪୮ ଘଣ୍ଟାରୁ ଅଧିକ ସମୟ ହେଲା ଅପରେସନ ଜାରି ରହିଛି।