ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରିଛି । ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି। ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି। ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରିଛି । ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ ରଦ୍ଦ କରାଯାଇଛି। ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି । ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ବୈଠକ ପରେ କେନ୍ଦ୍ର ବୈଦେଶିକ ସଚିବ ବିକ୍ରମ ମିସ୍ରି ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସିସିଏସ ବୈଠକରେ ନିଆଯାଇଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସରକାର ପାକିସ୍ତାନୀ ନାଗରିକମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର ଭିସା ବାତିଲ କରାଯାଇଛି। ସାର୍କ ଅଧୀନରେ ଭିସା ସୁବିଧା ମଧ୍ୟ ଉଚ୍ଛେଦ କରାଯାଇଛି। ଏହା ବ୍ୟତୀତ ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଭାରତ ପାକିସ୍ତାନକୁ ପାଣି ଯୋଗାଣ ବନ୍ଦ କରିଦେଇଛି।