ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ସାଉଦି ଆରବ ଗସ୍ତ । ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ଆମନ୍ତ୍ରଣ କ୍ରମେ ମୋଦି ସାଉଦି ଆରବ ଯାଉଛନ୍ତି । ଦୁଇ ଦିନିଆ ଗସ୍ତ କାଳରେ ମୋଦି ଓ ସଲମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ବିପାକ୍ଷିକ ଆଲୋଚନା ହେବା ସମ୍ଭାବନା ରହିଛି । ପିଏମ ମୋଦିଙ୍କ ଶାସନ କାଳରେ ଗତ ଏକ ଦଶ ବର୍ଷ ମଧ୍ୟରେ ଭାରତ ଓ ସାଉଦି ଆରବ ମଧ୍ୟରେ ବାଣିଜ୍ୟିକ, ରାଜନୈତିକ, ସାମାଜିକ, ସାଂସ୍କୃତିକ ସମ୍ପର୍କ ଅଧିକ ମଜଭୁତ ହୋଇଛି।