ଆଜି ଭାରତ ଆସୁଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ୪ ଦିନିଆ ଭାରତ ଗସ୍ତ ନେଇ ସ୍ପଷ୍ଟ କଲା US ବୈଦେଶିକ ମନ୍ତ୍ରଣାଳୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ସହ NSA ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଜେଡି ଭାନ୍ସ । ଭାରତୀୟ ବଂଶୋଦ୍ଭବ ପତ୍ନୀଙ୍କ ସହ ଦେଶର ବିଭିନ୍ନ ଐତିହ୍ୟ ସ୍ଥଳ ପରିଦର୍ଶନ କରିବେ ଭାନ୍ସ ପରିବାର ।
ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଏବଂ ବାଣିଜ୍ୟ, ଶୁଳ୍କ, ଆଞ୍ଚଳିକ ସୁରକ୍ଷା ଏବଂ ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢାଇବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ।