ଆଇପିଏଲ୍ ୨୦୨୫ରେ ଶନିବାର ଖେଳାଯାଇଥିବା ମୁକାବିଲାରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ ଧାର୍ଯ୍ୟ ୨୦୪ ରନ୍ର ଟାର୍ଗେଟ୍କୁ ଗୁଜରାଟ ୧୯.୨ ଓଭରରେ ୩ ଉଇକେଟ ହରାଇ ହାସଲ କରିନେଇଥିଲା। ଏହି ବିଜୟ ସହ ଗୁଜରାଟ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଛି ଏବଂ ଦିଲ୍ଲୀ ଦ୍ୱିତୀୟ ସ୍ଥାନକୁ ଖସିଛି। ଏହା ଗୁଜରାଟର ୫ମ ବିଜୟ ହୋଇଥିବା ବେଳେ ଦିଲ୍ଲୀ ଲାଗି ଏହା ୨ୟ ପରାଜୟ। ଏହି ବିଜୟର ପ୍ରସିଦ୍ଧ କ୍ରିଷ୍ଣା ଓ ଜୋସ୍ ବଟ୍ଲର। ବଟ୍ଲର ୯୭ ରନ୍ କରିଥିଲେ। ସେହିଭଳି ପ୍ରସିଦ୍ଧ କ୍ରିଷ୍ଣା ୪ ଉଇକେଟ ନେଇଥିଲେ।