ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) ଶୁକ୍ରବାର ବିଳମ୍ବିତ ରାତିରେ ଦେଶର ସର୍ବବୃହତ ଇଞ୍ଜିନିୟରିଂ ଯୁଗ୍ମ ପ୍ରବେଶିକା ପରୀକ୍ଷା ମୁଖ୍ୟ (JEE MAIN) ୨୦୨୫ର ଫଳାଫଳ ପ୍ରକାଶ କରିଛି।
ଦୁଇ ଝିଅ ସମେତ ୨୪ ଛାତ୍ରୀଛାତ୍ର JEE MAINରେ ଶତ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷା ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଥିଲା। ଏଥର ୧୫,୩୯,୮୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ଯେଉଁଥିରୁ ୧୪,୭୫,୧୦୩ ଜଣ ପରୀକ୍ଷା ଦେଇଥିଲେ। ଓଡ଼ିଆ ସମେତ ୧୯ଟି ଭାଷାରେ ପରୀକ୍ଷା ଦେଇଥିଲେ ଛାତ୍ରୀଛାତ୍ର।