ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲଙ୍କ ଘରେ ବାଜିଛି ସାହାନାଇ। ଝିଅ ହର୍ଷିତା କେଜ୍ରିିୱାଲ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସମ୍ଭବ ଜୈନଙ୍କ ହାତ ଧରିଛନ୍ତି ସେ। ଏହି ହାଇପ୍ରୋଫାଇଲ୍ ବିବାହ ଦିଲ୍ଲୀର କପୁରଥଲା ହାଉସରେ ଅନୁଷ୍ଠିତ ହୋଇଛି। ପୂର୍ବରୁ ୧୭ ଏପ୍ରିଲରେ ଦିଲ୍ଲୀର ଶାଙ୍ଗ୍ରି-ଲା ହୋଟେଲରେ ମେହେନ୍ଦୀ ଏବଂ ଅନ୍ୟାନ୍ୟ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଏଥିରେ କେବଳ ସୀମିତ ଲୋକ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ଉପସ୍ଥିତ ଥିଲେ।
ହର୍ଷିତା କେଜରିୱାଲ ଏବଂ ସମ୍ଭବ ଜୈନଙ୍କ ବିବାହ ପରେ, ଏବେ ରିସେପ୍ସନ କାର୍ଯ୍ୟକ୍ରମ ୨୦ ଏପ୍ରିଲରେ ଅନୁଷ୍ଠିତ ହେବ। ଦୁହେଁ ଆଇଆଇଟିରେ ଏକାଠି ପଢିଛନ୍ତି। ସମ୍ଭବ ଜୈନ ଏବଂ ହର୍ଷିତା କିଛି ମାସ ପୂର୍ବରୁ ଷ୍ଟାର୍ଟଅପ ଆରମ୍ଭ କରିଥିଲେ।