Saturday, May 10, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home Latest News

ଓଡ଼ିଶାରେ ୪ହଜାର କୋଟି ଟଙ୍କାର ୧୯ଟି ସଡ଼କ ପ୍ରକଳ୍ପର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ

Ramesh Parida by Ramesh Parida
Apr 17, 2025, 10:32 pm GMT+0530
FacebookTwitterWhatsAppTelegram

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଆଜି ଭୁବନେଶ୍ୱର ଠାରେ ୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ସଡ଼କ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ମୋଟ୍‌ ୧୫୪ କିଲୋମିଟର ଲମ୍ବ ଏହି ୧୯ଟି ସଡ଼କ ପ୍ରକଳ୍ପ ରାଜ୍ୟରେ ସଡ଼କ ଯୋଗାଯୋଗକୁ ଉନ୍ନତ କରିବା ସହିତ ଓଡ଼ିଶାର ସମୃଦ୍ଧିରେ ଏକ ନୂତନ ଯୁଗର ଶୁଭାରମ୍ଭ ହେବ। ଏହି ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଆଜି ଲୋକାର୍ପିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ବଅଁରପାଳ-ଗୋଡ଼ିବନ୍ଧ ଏବଂ ୧୪୯ ଏବଂ ୫୩ ନମ୍ବର ଜାତୀୟ ରାଜପଥ କାମାକ୍ଷାନଗର ସେକ୍ସନର ୪-ଲେନ୍‌ ପ୍ରଶସ୍ତିକରଣ ଫଳରେ ଅନୁଗୁଳ, ତାଳଚେର ଏବଂ ଡୁବୁରୀ ମଧ୍ୟରେ ଯୋଗାଯୋଗରେ ସୁଧାର ଆସିବ। ବାଲିକୁଦା, ଶିଖରପୁର ଏବଂ ବଡ଼ଚଣାରେ ବାହନ ଅଣ୍ଡରପାସ୍‌ ନିର୍ମାଣ ଫଳରେ ଯାତାୟାତ ଅଧିକ ସୁଗମ ହେବ।

ରାଜ୍ୟର ବିକାଶକୁ ନୂଆ ଗତି ଦେବା ଉଦ୍ଦେଶ୍ୟରେ ଆଜି ୧୭ଟି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିମଧ୍ୟରୁ ରେତ, ମହାନଦୀ, ତେଲ, ହାତୀ ଏବଂ ଶଗଡ଼ା ନଦୀ ଉପରେ ୬ଟି ସେତୁ ନିର୍ମାଣ କରାଯିବ। ଏନ୍ଏଚ୍-୪୯ର ବାଙ୍ଗିରିପୋଷି ଘାଟ ଖଣ୍ଡରେ ୫ଟି ଇୟୁପି ଏବଂ ୧୪ଟି ଏୟୁପି ନିର୍ମାଣ ହେବା ଦ୍ୱାରା ବନ୍ୟଜନ୍ତୁଙ୍କ ସୁଗମ ଓ ନିରାପଦ ଯାତ୍ରା ଏବଂ ଅତିକ୍ରମ ସୁବିଧା ହେବ। ଜାତୀୟ ରାଜପଥ-୧୬ର କଟକରୁ ଇଚ୍ଛାପୁରମ ମଧ୍ୟରେ ଥିବା ୧୫ଟି ବ୍ଲାକ ସ୍ପଟର ସ୍ଥାୟୀ ସୁଧାର ଦ୍ୱାରା ଦୁର୍ଘଟଣା ହ୍ରାସ ପାଇବ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ରାଜପଥ ନିର୍ମାଣ ଦ୍ୱାରା ଓଡ଼ିଶାର ପଞ୍ଚମୁଖୀ ବିକାଶ ଲାଗି ଭାରତ ସରକାର ସଂକଳ୍ପବଦ୍ଧ। ରାଜ୍ୟର ବିକାଶ ପାଇଁ ଜଳ, ଶକ୍ତି, ପରିବହନ ଏବଂ ଯୋଗାଯୋଗ ଭିତ୍ତିଭୂମିର ଉନ୍ନତିକରଣ ଜରୁରୀ। କେନ୍ଦ୍ର ମନ୍ତ୍ରୀ କହିଥିଲେ, ରାଜ୍ୟରେ ବନ୍ଦର, ଖଣିଜ ସମ୍ପଦ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଓଡ଼ିଶାରେ ସବୁ ପ୍ରକାରର ରାଜପଥ ପ୍ରକଳ୍ପର ଖର୍ଚ୍ଚକୁ ଦେଖିଲେ ବର୍ତ୍ତମାନ କେନ୍ଦ୍ର ସରକାର ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିର୍ମାଣ କାମ ଜାରି ରଖିଛନ୍ତି । ଏବେ ସୁଦ୍ଧା ପ୍ରାୟ ୬୦ ହଜାର କୋଟି ଟଙ୍କାର ପ୍ରକଳ୍ପ କାମ ଶେଷ ହୋଇଛି। ବର୍ତ୍ତମାନ ପ୍ରାୟ ୬୦ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ପର୍ଯ୍ୟାୟରେ ରହିଛି ଏବଂ ଭବିଷ୍ୟତରେ ପାଖାପାଖି ୭୫ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରାଯାଇଛି। ସେହିପରି ପ୍ରାୟ ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ଚାଲିଛି । ଏହାଛଡ଼ା ୬୫୦ କିଲୋମିଟର ଦୈର୍ଘ୍ୟ ୨୭ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ଟେଣ୍ଡର ଦିଆସରିଥିବା ଶ୍ରୀ ଗଡ଼କରୀ ସୂଚନା ଦେଇଥିଲେ। ଆସନ୍ତା ୨ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର କାମ ହେବ ଏବଂ ଓଡ଼ିଶାରେ ବିଶ୍ୱସ୍ତରୀୟ ସଡ଼କ ଭିତ୍ତିଭୂମି ପ୍ରସ୍ତୁତ ହେବ ବୋଲି ସେ କହିଥିଲେ ।

ସଭାରେ କେନ୍ଦ୍ର ସଡ଼କ ଭିତ୍ତିଭୂମି ପାଣ୍ଠି (ସିଆରଆଇଏଫ) ରୁ ଓଡ଼ିଶାକୁ ସଡ଼କ ଉନ୍ନତିକରଣ ପାଇଁ ୮୦୦ କୋଟି ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗ୍ରହଣ କରି ଶ୍ରୀ ଗଡକରୀ କହିଥିଲେ ଯେ, ଏହାକୁ ତୁରନ୍ତ ମଞ୍ଜୁର କରାଗଲା ଏବଂ ଏହା ସହିତ ତାଙ୍କ ନିଜ ସାଂସଦ ପାଣ୍ଠିରୁ ଆଉ ୨୦୦ କୋଟି ଟଙ୍କା ଦେବେ। ଏ ବାବଦରେ ଓଡ଼ିଶାକୁ ୧୦୦୦ କୋଟି ଟଙ୍କା ମିଳିବ ବୋଲି ସେ କହିଥିଲେ । ଏହା ସହିତ ଓଡ଼ିଶା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ୮ଟି ବାଇପାସ୍‍ ମଧ୍ୟ ମଞ୍ଜୁର କରିଥିଲେ। ଏହି ବାଇପାସ୍‍ ଗୁଡ଼ିକ ହେଲା ବ୍ରହ୍ମପୁର, ସମ୍ୱଲପୁର, ବଲାଙ୍ଗୀର, ନୟାଗଡ଼, ଝାରସୁଗୁଡ଼ା, ନବରଙ୍ଗପୁର, ଫୁଲବାଣୀ ଓ ରାୟଗଡ଼ା।

Tags: odishaodisha365TOP NEWS
ShareTweetSendShare

RelatedNews

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ
Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ
Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?
Latest News

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ
Latest News

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ
Latest News

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.