ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଗତବର୍ଷ ଜୁନରେ ନିଜ ବୟଫ୍ରେଣ୍ଡ ଜହୀର ଇକବାଲଙ୍କ ସହ ବିବାହ କରିଥିଲେ। ଏହି କପଲଙ୍କର ଇଣ୍ଟରକାଷ୍ଟ ବିବାହ ହୋଇଛି। ସୋନାକ୍ଷୀ ସବୁବେଳେ ନିଜ ବିନ୍ଦାସ ଏବଂ ମୁଫଟ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଟ୍ରୋଲର୍ସଙ୍କୁ ମୁହଁତୋଡ ଜବାବ ଦେବାରେ ସେ ଜମା ବି ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ସେ ଜଣେ ୟୁଜର୍ସଙ୍କୁ ଜବାବ ଦେଇ ମୁହଁ ବନ୍ଦ କରିଦେଇଛନ୍ତି। ଜଣେ ୟୁଜର୍ସ ତାଙ୍କ ଇନଷ୍ଟା ଆଇଡିକୁ ଯାଇ ଲେଖିଥିଲା କି ଖୁବଶୀଘ୍ର ତୁମ ଦୁହିଁଙ୍କର ଡିଭୋର୍ସ ହେବ ବୋଧେ। ଆଉ ସୋନା ତାଙ୍କର ଏହି କମେଣ୍ଟରେ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ। ପ୍ରଥମେ ତୋ ମା’ ବାପାଙ୍କର ଡିଭୋର୍ସ ହେବ ଆଉ ତା’ପରେ ଆମର ହେବ। ସୋନାଙ୍କର ଏହି କରାରା ଜବାବ ଫ୍ୟାନ୍ସଙ୍କୁ ପସନ୍ଦ ଆସିଛି। ଏହାପୂର୍ବରୁ ସୋନା ତାଙ୍କର ପ୍ରେଗେନ୍ସିର ମିଛ ଖବର ଉପରେ ଅନେକଥର ରାଗିକି ନିଜର ଯୁକ୍ତି ମଧ୍ୟ ରଖିଛନ୍ତି।