ଗାଜା ଉପରେ ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ ଯୋଗୁ ଗୋଟିଏ ପରିବାରର ୧୦ ଜଣଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରୁ ଏହି ଆକ୍ରମଣ ଜାରି ରହିଥିଲା। ଗାଜାକୁ ୬ ସପ୍ତାହ ପର୍ଯ୍ୟନ୍ତ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଣ ଅବରୋଧ କରିବାକୁ ଇସ୍ରାଏଲ୍ର ଘୋଷଣା ପରେ ଜାତିସଂଘ ଏହାର ପରିଣାମକୁ ନେଇ ଉଦ୍ବେଗ ପ୍ରକାଶ କରିଛି।
ଜାନୁଆରୀ ୧୯ରୁ ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଅସ୍ତ୍ରବିରତି ଆରମ୍ଭ ହୋଇଥିବାବେଳେ ଗତ ମାସରେ ଜେରୁଜେଲମ୍ ଏଥିରୁ ଓହରିଯାଇଥିଲା। ଅସ୍ତ୍ରବିରତି ଚୁକ୍ତିନାମାରେ ପରିବର୍ତ୍ତନକୁ ହମାସ୍ ଆତଙ୍କବାଦୀ ମାନିନେବା ନିମନ୍ତେ ଚାପ ପକାଇବା ପାଇଁ ଇସ୍ରାଏଲୀ ସୈନ୍ୟମାନେ ଗାଜା ଉପରେ ଆକ୍ରମଣ ଜାରି ରଖିଛନ୍ତି।